ଆମ ଜିଲା ଖବର

ପଞ୍ଚଲିଙ୍ଗେଶ୍ୱର ସଂରକ୍ଷିତ ଜଙ୍ଗଲରେ ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ

ନୀଳଗିରି,୧୭ା୪(ସ୍ବ.ପ୍ର.): ଓଡ଼ିଶାରେ ପ୍ରଥମ କରି ବାଲେଶ୍ୱର ଜିଲା ପଞ୍ଚଲିଙ୍ଗେଶ୍ୱରର ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ। ଏହାକୁ ବିଶିଷ୍ଟ ପକ୍ଷୀବିତ୍‌ ଓ କୁଲଡ଼ିହା ଗାଇଡ୍‌ ମନୋରଞ୍ଜନ ଦାସ ଚିହ୍ନଟ କରିଛନ୍ତି। ଏହି ପକ୍ଷୀର ଉଭୟ ପୁରୁଷ...

ଟାଙ୍ଗରା ଭୂଇଁରେ ସବୁଜ ବଳୟ

ଚମ୍ପୁଆ,୧୭ା୪(ଡି.ଏନ.ଏ.): ଇଚ୍ଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ବି ସାଧନ ହୋଇପାରିବ। ଦିନେ ଯେଉଁ ସ୍ଥାନରେ ଦୂବ କଅଁଳୁ ନ ଥିଲା, ସେଠାରେ ଏବେ ସବୁଜ ବଳୟ ହୋଇଛି। ପାଣି ଅଭାବ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁ ଚାଷୀ ଚାଷଠାରୁ...

ମେଡିକାଲରେ ନର୍ସ ଟଙ୍କା ମାଗୁଥିବା ଅଭିଯୋଗ

ପୋଲସରା,୧୭ା୪: ସରକାରୀ ମେଡ଼ିକାଲରେ ଗର୍ଭବତୀଙ୍କଠାରୁ ଜୋର ଜବରଦସ୍ତି ନର୍ସ ଟଙ୍କା ମାଗୁଛନ୍ତି। ନହେଲେ ଶିଶୁକୁ ଛାଡ଼ିବୁ ନାହିଁ ବୋଲି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଜଣେ ଗର୍ଭବତୀ ମହିଳା। ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଘଟଣା ଘଟୁଥିବା ଅଭିଯୋଗ ଆଣିଛନ୍ତି...

ମୌଳିକ ସୁବିଧାରୁ ବଞ୍ଚିତ ଶବର ନଗରବାସୀ

ପାରଳାଖେମୁଣ୍ଡି, ୧୭ା୪ (ଡି.ଏନ୍‌.ଏ): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡ଼ା ପଞ୍ଚାୟତ ଅନ୍ତର୍ଗତ ଶବର ନଗର ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତାଘାଟ ନଥିବା ଦେଖିବାକୁ ମିଳିଛି। ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ରାସ୍ତାଘାଟର ଚିହ୍ନବର୍ଣ୍ଣ ନାହିଁ । ଗ୍ରାମବାସୀ...

ଭୁଲ୍‌ ତଥ୍ୟ ଦେଇ ଲୁଟୁଛନ୍ତି ଅନୁଦାନ

ନୂଆଗାଁ,୧୭।୪(ଡି.ଏନ.ଏ.): ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଯୋଜନା ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ହେଲେ ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ କର୍ମଚାରୀ ଅସତ୍‌ ଉପାୟ ଅବଲମ୍ବନ କରି ସେହି ଅନୁଦାନକୁ ଆତ୍ମସାତ କରୁଛନ୍ତି। ଏପରିକି...

ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି ଲୋକେ

ରାଉରକେଲା ଅଫିସ,୧୭।୪: ରାଉରକେଲା ଟିସିଆଇରୁ ଆଇଡିସି ବାଇପାସ ରାସ୍ତାକୁ ଗ୍ୟାସ ପାଇପ୍‌ ବିଛାଇବା ନାଁରେ ଖୋଳି ଦିଆଯାଇଛି। ଉକ୍ତ ରାସ୍ତାକୁ ପୋତାଯାଉ ନ ଥିବାରୁ ଯାତାୟାତରେ ଅସୁବିଧା ହେଉଛି। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀଙ୍କ ମଧ୍ୟରେ...

ବିଦ୍ୟୁତ୍‌ ଆଲୋକ ଦେଖି ନ ଥିବା ଗାଁ ଗିରିଡ଼ିଆମ୍ବା

ନୟାଗଡ଼ ଅଫିସ/ଓଡ଼ଗାଁ,୧୭।୪(ସ୍ବ.ପ୍ର.): ଦେଶ ସ୍ବାଧୀନ ହେବାର ୭୬ ବର୍ଷ ବିତିବାକୁ ବସିଛି । ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଗିରିଡିଆମ୍ବା ଗାଁରେ ବିଦ୍ୟୁତ୍‌ ନ ଥିବା କହିଲେ ବିଶ୍ୱାସ ହେଉନି। ଗାଁର ବିକାଶ ଚାଲିଛି ବୋଲି...

ଚାକିରି ନାଁରେ ଠକେଇ, ୫ ଗିରଫ

ସୁନ୍ଦରଗଡ଼, ୧୭।୪ (ଡି.ଏନ୍‌.ଏ): ସୁନ୍ଦରଗଡ ସରକାରୀ ମେଡିକାଲ କଲେଜରେ ବିଭିନ୍ନ ପଦବୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଟାଉନ ଥାନା ପୋଲିସ ରବିବାର ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ତସଲାଡିହି ଗ୍ରାମର ମୁଖ୍ୟ...

ଖାରିପାଣି ମାଛଚାଷ ନାମରେ ଚିଙ୍ଗୁଡ଼ି ଘେରି ବଢୁଛି

କେନ୍ଦ୍ରାପଡ଼ା ଅଫିସ,୧୭ା୪: ଭଦ୍ରକର ଧାମରାଠାରୁ ଜଗତ୍‌ସିଂହପୁରର ପାରାଦୀପ ବନ୍ଦର ମଧ୍ୟରେ ଥିବା ସାମୁଦ୍ରିକ ଉପକୂଳ ଏବେ ଚିଙ୍ଗୁଡିଘେରିରେ ଭରିଗଲାଣି। ପ୍ରତ୍ୟେକ ଦିନ ଏହି ତଟାଞ୍ଚଳରେ ଅନୂ୍ୟନ ୧୦ରୁ ଅଧିକ ଘେରି ପ୍ରସ୍ତୁତ ହେଉଛି। ଏଥିରେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ...

ଅଘୋଷିତ ବିଦ୍ୟୁତ୍‌ କାଟ୍‌ରେ ସହରବାସୀ ଅତିଷ୍ଠ

ଯାଜପୁରରୋଡ୍‌,୧୭ା୪(ଡି.ଏନ.ଏ.): ବ୍ୟାସନଗର ସହରରେ ଅଘୋଷିତ ବିଦ୍ୟୁତ୍‌ କାଟ ଚରମସୀମାରେ ପହଞ୍ଚତ୍ଛି। ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆଶାତୀତ ବୃଦ୍ଧି ପାଇଥିବାବେଳେ ସହରର ଉତ୍ତାପ ୪୦ ଡିଗ୍ରୀ ଟପିଲାଣି। ଦିନରେ ଅଗ୍ନି ବର୍ଷା ହେଉଛି। ଦିନ ୧୦ଟା ପରେ ଘରୁ ବାହାରିବା ସମ୍ଭବପର...

ବେଆଇନ କଳାପଥର ଉତ୍ତୋଳନ ଅଣାୟତ୍ତ

ଯାଜପୁର ଅଫିସ,୧୭ା୪: ବର୍ତ୍ତମାନ ଜିଲାରେ ଖରାର ପ୍ରକୋପ ଜାରି ରହିଛି। ଏଭଳିସ୍ଥଳେ ପାନୀୟ ଜଳ ସମସ୍ୟାର ମୁକାବିଲା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଛି। ଗାଁ ଲୋକଙ୍କ ଶୋଷ ମେଣ୍ଟାଇବାକୁ ରିପୋର୍ଟରେ...

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ ଅଫିସ,୧୭ା୪: ସୋମବାର ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ସନ୍ଧ୍ୟା ୬ରୁ ରାତି ୧୦ ଯାଏ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ। ଦ୍ୱିତୀୟ ଭୋଗ ପରେ ପଇତା ଲାଗି ନୀତି ଯୋଗୁ ଦର୍ଶନ ବନ୍ଦ ରହିବବୋଲି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri