ଆମ ଜିଲା ଖବର

୩ କୋଟିର ରାସ୍ତା ୬ ମାସରେ ଖଣ୍ଡ ଖଣ୍ଡ

ପାଟଣା,୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ରାଜନଗର ପଞ୍ଚାୟତ ରାଜନଗର ମଝିସାହିରେ ୬ ମାସ ପୂର୍ବେ ନିର୍ମିତ କଂକ୍ରିଟ୍‌ ରାସ୍ତା ଭାଙ୍ଗି ଗରଗର ହୋଇଯାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ପରେ ରାସ୍ତା ମରାମତି...

କମୁନି ଦୁର୍ଦ୍ଦଶା,ସରୁନି ଦୁଃଖ

କେନ୍ଦୁଝର,୭ା୪: ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ୫ ହଜାର ଟଙ୍କା ଧାର ଆଣି ଶୁଝି ନ ପାରିବା ଯୋଗୁ ୨ପୁଅଙ୍କୁ ବନ୍ଧକ ରଖି ୭ବର୍ଷ ତଳେ ଚର୍ଚ୍ଚାକୁ ଆସିଥିବା କେନ୍ଦୁଝର ଜିଲା ଚମ୍ପୁଆ ପୌରପାଳିକା ଅଧୀନ ୧ ନଂ. ଓ୍ବାର୍ଡ ଗୋଧୂଳି...

ଗାଁମୁହାଁ ବନ୍ୟପ୍ରାଣୀ, ବଢୁଛି ଭୟ

ଯୋଡ଼ା/ କେନ୍ଦୁଝର,୭ା୪(ଡି.ଏନ୍‌.ଏ/ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ-ମଣିଷ ଲଢ଼େଇ ପରେ ଏବେ ବାର୍‌ହା-ମଣିଷ ଲଢ଼େଇ ବନ ବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି। ଖାଦ୍ୟ ଅଭାବ ଓ ଜଙ୍ଗଲ ନିଆଁ କାରଣରୁ ବନ୍ୟପ୍ରାଣୀ ଗାଁମୁହାଁ ହେଉଥିବା ବେଳେ ବନ ବିଭାଗ ସେମାନଙ୍କୁ...

ଘରୋଇ ବିଦ୍ୟାଳୟ ଆରଟିଇ ନିୟମ ମାନୁନାହାନ୍ତି

ରାଜନଗର,୭ା୪(ଡି.ଏନ.ଏ.): ଶିକ୍ଷା ଅଧିକାର ଆଇନ (ଆରଟିଇ)କୁ ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଥିବା କେତେଗୋଟି ଘରୋଇ ବିଦ୍ୟାଳୟ ମାନୁନାହଁାନ୍ତି। ଘରୋଇ ବିଦ୍ୟାଳୟଗୁଡିକରେ ଆର୍ଥତ୍କ ଅନଗ୍ରସର ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବାର ନିୟମ ଥିବାବେଳେ ରାଜନଗରର କୌଣସି ଘରୋଇ ବିଦ୍ୟାଳୟ ୧୦ବର୍ଷ ଭିତରେ...

ଅବ୍ୟବସ୍ଥା ଘେରରେ ମା’ ରାମଚଣ୍ଡୀ ପୀଠ

ମହାକାଳପଡ଼ା,୭ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଶକ୍ତିପୀଠ ଦରିଆପାରି ମା’ ରାମଚଣ୍ଡୀଙ୍କ ବିଜେସ୍ଥଳୀ ମହାକାଳପଡ଼ା ବ୍ଲକ ରାମନଗରଠାରେ ଆସନ୍ତା ମହାବିଷୁବ ସଂକ୍ରାନ୍ତିରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହେବ। ଦୂରଦୂରାନ୍ତରୁ ଆସୁଥିବା ବ୍ୟବସାୟୀଙ୍କ...

ବିଜୁବାବୁ, ନେହେରୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ପାରାଦୀପ,୭।୪(ସ୍ବ.ପ୍ର.): ପାରାଦୀପର ଅଠରବାଙ୍କି ବାଲିପ୍ଲଟ ମାଛ ଗଦିରେ ଥିବା କଳିଙ୍ଗ କର୍ଣ୍ଣଧାର ମତ୍ସ୍ୟଜୀବୀ ସମବାୟ ସମିତି ଘର ଉପରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଜବହାରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିକୁ ଗୁରୁବାର ସନ୍ଧ୍ୟାରେ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି।...

ସନ୍ଧ୍ୟା ହେଲେ ସହରରେ ଅନ୍ଧାର ଭୟ

ଜଗତ୍‌ସିଂହପୁର ଅଫିସ,୭ା୪: ସନ୍ଧ୍ୟା ହେଲେ ଜଗତ୍‌ସିଂହପୁର ସହରରେ ଲୋକଙ୍କୁ ଅନ୍ଧାରୀ ଭୟ ଘାରୁଛି। କାରଣ ସହରର ପାଖାପାଖି ୬୦୦ ଖୁଣ୍ଟରେ ଏଲ୍‌ଇଡି ଲାଇଟ୍‌ ଜଳୁନି। ରାତିରେ କୌଣସି ଝିଅ, ବୋହୂ ବାହାରକୁ ବାହାରିବାକୁ ଡରୁଛନ୍ତି। ଯଦି କୌଣସି ଜରୁରୀ କାମରେ...

ଯୁଗ୍ମ ତଦନ୍ତ କଲେ ଓଆର୍‌ଏସ୍‌ଏସି,ମାଇନିଂ ଅଫିସର

ନୟାଗଡ଼ ଅଫିସ,୭।୪: ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଗୋତିସାହି ଆରଆଇ ଅଫିସର ପୁଆଣିଆଁସ୍ଥ ଟାଙ୍ଗିରି ପାହାଡ଼ ପଥର ଖଣିକୁୂ ଓଡିଶା ସ୍ପେଶ ଆପ୍ଲିକେଶନ (ଓଆରଏସଏସି)ର ୫ଜଣିଆ ଟିମ୍‌ ଓ ମାଇନିଂ ଅଫିସର ତଥା ଓଡ଼ଗାଁ ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟ...

ଇଂଲିଶ୍‌ ନୁହେଁ, ଓଡ଼ିଆରେ ଆସିବ ବିଦ୍ୟୁତ୍‌ ବିଲ୍‌

ନୟାଗଡ଼ ଅଫିସ,୭।୪: ବିଦ୍ୟୁତ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ବିଦ୍ୟୁତ୍‌ ବିଲ୍‌ ଆଉ ଇଂଲିଶରେ ନ ଆସି ଓଡିଆରେ ଗ୍ରାହକଙ୍କ ପାଖକୁ ଆସିବ । ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବାକୁ ଥିଲେ ଲାଲ ରଙ୍ଗରେ ଲେଖା ଥାଇ...

ଅବକ୍ଷୟମୁଖୀ ଚଇତି ଘୋଡ଼ାନାଚ

ଖଣ୍ଡପଡ଼ା,୭ା୪(ସ୍ବ.ପ୍ର.): ବୃତ୍ତି ସହ ପର୍ବର ସମ୍ପର୍କ ଭିତରେ ଉଜ୍ଜୀବିତ ଆମର ପରମ୍ପରା। କୈବର୍ତ୍ତ ସମ୍ପ୍ରଦାୟର ଲୋକଙ୍କ ଆରାଧ୍ୟ ହେଉଛନ୍ତି ମା’ବାସୁଳୀ। ଘୋଡ଼ାନାଚ ବାସୁଳୀ ପୂଜାର ଅଂଶ ବିଶେଷ। ଆମ କଳା ସଂସ୍କୃତିକୁ ପରିପୁଷ୍ଟ କରିବା ଦିଗରେ ଘୋଡ଼ାନାଚର ବହୁ ଅବଦାନ...

ଜୁଲମ କରୁଛି ବିଦ୍ୟୁତ୍‌ ବିଭାଗ, ଉପଭୋକ୍ତା ଅତିଷ୍ଠ

ନୟାଗଡ଼ ଅଫିସ,୬ା୪: ନୟାଗଡ଼ ଜିଲାରେ ବିଦ୍ୟୁତ୍‌ ବିଭାଗର ମନମାନି ବଢ଼ି ଚାଲିଛି। ଏଥିପାଇଁ ଉପଭୋକ୍ତାମାନେ ଆର୍ଥିକ ଓ ମାନସିକସ୍ତରରେ ନିର୍ଯାତିତ ହେଉଛନ୍ତି। ଅଭିଯୋଗ ସତ୍ତ୍ୱେ ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅଧିକାଂଶ ଉପଭୋକ୍ତା ଅଭିଯୋଗ କରି ଥକିପଡ଼ିବା ପରେ...

ସ୍ଥାପନ ହେବ ନବକୃଷ୍ଣଙ୍କ ଭବ୍ୟ ପ୍ରତିମୂର୍ତ୍ତି

ଅନୁଗୋଳ ଅଫିସ,୭ା୪: ଅନୁଗୋଳ ସହରସ୍ଥିତ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ ସୃଷ୍ଟି ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୁରୁବାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri