ଆମ ଜିଲା ଖବର

ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ,୫।୪(ସ୍ବ.ପ୍ର.): ସମବାୟ ସମିତିରେ ଧାନକିଣା ହେରଫେରକୁ ନେଇ କେନ୍ଦ୍ରାପଡ଼ା ଏଆରସିଏସ୍‌ ସମବାୟ ସମ୍ପାଦକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆପରାଧିକ ମାମଲା ରୁଜୁ କରିବାକୁ ସମବାୟ ସଭାପତିଙ୍କୁ ଚିଠି କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ କ୍ରମାଗତ ଧାନକିଣାରେ...

‘ମହିଳାଙ୍କ ସ୍ବାବଲମ୍ବୀ ପାଇଁ ମିଶନ ଶକ୍ତି କାଫେ ଏକ ବଳିଷ୍ଠ ମାଧ୍ୟମ’

ରଘୁନାଥପୁର,୫।୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାପାଳ ପାରୁଲ ପଟୱାରି, ଉପଜିଲାପାଳ ମହେନ୍ଦ୍ର କୁମାର ମଲ୍ଲିକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲା ପରିଷଦ ରୁଦ୍ରନାରାୟଣ ଦାଶ ମଙ୍ଗଳବାର ନୂତନ ଭାବେ ଖୋଲାଯାଇଥିବା ଅନ୍ନପୂର୍ଣ୍ଣା ମିଶନଶକ୍ତି କାଫେ ପରିଦର୍ଶନରେ ଆସିିଛନ୍ତି। ରଘୁନାଥପୁର ବ୍ଲକ ମହିଳା...

ଜଳପଥରେ ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଚାଲିଛି

ପାରାଦୀପ,୫।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ସମେତ ଦେଶର ସମସ୍ତ ବନ୍ଦର ଭିତ୍ତିକ ସହରରେ ବୁଧବାର ୬୦ ତମ ଜାତୀୟ ନୌବାଣିଜ୍ୟ ଦିବସ ପାଳନ ହେବ। ଏଥିପାଇଁ ପ୍ରତ୍ୟେକ ବନ୍ଦର କର୍ତ୍ତୃପକ୍ଷ ଓ ସେଠାରେ ଥିବା ବ୍ୟବହାରକାରୀ ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।...

ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ମା’ ସାଆନ୍ତାଣୀ

ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାରରୁ ଆରମ୍ଭ ହୋଇଛି। ଦେଶୀ ବେହେରା ସାହିଠାରେ ଅସ୍ଥାୟୀ ମଣ୍ଡପରେ ସାଜସଜ୍ଜା ସରିଥିଲା। ମା’ଙ୍କ ଆଗମନ ନେଇ ମଙ୍ଗଳବାର ପୂର୍ବାହ୍ନରେ ଦେଶୀ ବେହେରାସାହିଠାରେ ସକାଳ ୮ଟାରେ...

ଅନ୍‌ଲାଇନ୍‌ ସେବା ପାଇଁ ଚଢ଼ୁଛନ୍ତି ପାହାଡ଼

ନୂଆଗଡ଼/ଆର.ଉଦୟଗିରି,୫ା୪: ରାଜ୍ୟରେ ସହରାଞ୍ଚଳମାନଙ୍କରେ ୫-ଜି ମୋବାଇଲ ସେବା ଚାଲୁ ରହିଥିବା ବେଳେ ଗ୍ରାମାଞ୍ଚଳରେ ମିଳୁନି ମୋବାଇଲ ସେବା। ଗାଁ ଗହଳିରେ ମୋବାଇଲ ଟାୱାର ହେବ ବୋଲି ସରକାର ଘୋଷଣା କରିଥିଲା ବେଳେ ଗ୍ରାମାଞ୍ଚଳବାସୀଙ୍କୁ ଉପହାସ ଭଳି ହେଉଛି। ଏମିତି ଘଟଣା...

ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

ପୁରୀ ଅଫିସ, ୫।୪: ଚୈତ୍ର ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ମଙ୍ଗଳବାର ଅବସରରେ ଶ୍ରୀମନ୍ଦିରରେ ଦୟଣା (ଦମନକ) ଚୋରି ନୀତି ସମ୍ପନ୍ନ ହୋଇଛି। ଅପରପକ୍ଷରେ ଏହି ନୀତି ଯୋଗୁ ଶ୍ରୀମନ୍ଦିରରେ ରାମଲୀଳା ନୀତି ବନ୍ଦ ରହିଥିଲା। ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ...

ତହସିଲଦାରଙ୍କୁ ଦୁର୍ବ୍ୟବହାର: ଜେଲ ଗଲେ ଭାଜପା ନେତା

ସମ୍ବଲପୁର,୫।୪(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ସମଲେଇ ଯୋଜନାରେ ଉଚ୍ଛେଦ ସମୟରେ ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଦୁର୍ବ୍ୟବହାର ମାମଲାରେ ପୋଲିସ ଭାଜପା ନେତା ମୋହନ ଦାସଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ସକାଳୁ ରାମଜୀ...

ଗଞ୍ଜାମ ଜିଲାରେ ଖୋଲିବ ୩ ଟ୍ରମା କେୟାର ସେଣ୍ଟର

ଛତ୍ରପୁର,୫ା୪(ଡି.ଏନ୍‌.ଏ): ୨୦୨୨ରେ ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଓଡିଶାରେ ସର୍ବାଧିକ ରହିଛି। ଠିକ୍‌ ସମୟରେ ଦୁର୍ଘଟଣାରେ ଆହତଙ୍କୁ ଆବଶ୍ୟକୀୟ ଚିକିସତ୍। ଏବଂ ଏଥିପାଇଁ ଆବଶ୍ୟକ ପଡୁଥିବା ହସ୍ପିଟାଲରେ ଭର୍ତ୍ତି କରାଇବାରେ ବିଳମ୍ବ ଯୋଗୁଁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢୁଛି।...

ମୃତ ଶିଶୁକନ୍ୟାକୁ ୧୦ କି.ମି. ବୋହିଲେ ବାପା

ପାତ୍ରପୁର,୫।୪(ଡି.ଏନ୍‌.ଏ): ଗଁାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ନ ଯାଇପାରିବା ଫଳରେ ମୃତ ଦେଢ଼ବର୍ଷର ଝିଅକୁ ଡାକ୍ତରଖାନାରୁ ଦୀର୍ଘ ୧୦ କି.ମି. କାନ୍ଧରେ ବୋହି ନେଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ।...

ମାଷ୍ଟରମାଇଣ୍ଡ ଯୁବତୀଙ୍କ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ବଡବଜାର ଥାନା ଶ୍ରୀକ୍ଷେତ୍ରବିହାର ରାସ୍ତାରେ ଗତ ୨୭ ତାରିଖରେ ପି.ରାଜେଶ ରାଓଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ ହୋଇଥିଲା। ବଡବଜାର ପୋଲିସ ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ଜଣେ ଯୁବତୀ ସମେତ ୩ଜଣଙ୍କୁ ଗିରଫ...

କଂଗ୍ରେସ ନେତାଙ୍କ ପରଲୋକ

ବାଲିଗୁଡ଼ା,୫ା୪:(ଡି.ଏନ.ଏ): ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ଼ ବ୍ଲକ ପିସିସି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ(୭୭)ଙ୍କ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥତା ଥିବାରୁ ପୁନେ ଠାରେ ସାନପୁଅ ନିକଟରେ ରହି...

ଖେଳବେଳେ ଅଘଟଣ, କୂଅରେ ପଡ଼ି ଦୁଇ ଭଉଣୀ ମୃତ

ଅମରପାଲି,୫।୪(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ମଙ୍ଗଳବାର ଖେଳୁଥିବା ବେଳେ କୂଅରେ ପଡି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେଢବର୍ଷର ସିଦ୍ଧିଶ୍ରୀ ଶତପଥୀ ଏବଂ ତିନିବର୍ଷର ଦିଶା ମିଶ୍ର। ମୃତା ଶିଶୁକନ୍ୟା ସମ୍ପର୍କରେ ମାମୁ ଝିଅ ଓ ପିଉସୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri