ଆମ ଜିଲା ଖବର

ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍‌

ରାଇକିଆ,୫।୧୧(ପ୍ରଦୀପ ବେହେରା):ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କଠାରୁ ଅଭିନବ ଉପାୟ ରେ ଅର୍ଥ ଆଦାୟ ପାଇଁ...

ଧାନ ଫସଲ ଉପରେ ରାତାରାତି ପୋତିଦେଲେ ମାଟି:ପ୍ରତିବାଦରେ ରାସ୍ତାରୋକୋ ଉତ୍ତେଜନା ଜାରି

ବରଗଡ, ୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଖେଦାପାଲିି ଗ୍ରାମରେ ଚାଷ ହୋଇଥିବା ଧାନ ଫସଲ ଉପରେ ମାଟି ପୋତିବାକୁ ନେଇ ଉତ୍ତେଜନା ଦେଖାଯାଇଛି। ଏଥିରେ ପ୍ରଭାବିତ ପରିବାର ପିଲାଛୁଆ ଏବଂ ଗ୍ରାମବାସୀଙ୍କ ସହିତ ଖେଦାପାଲିସ୍ଥିତ ଜିଲା...

ସ୍ବାମୀଙ୍କୁ  ଘଛରେ ବାନ୍ଧି, ଆଖି ଆଗରେ ସ୍ତ୍ରୀଙ୍କୁ କଲେ…

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା): ସ୍ବାମୀଙ୍କୁ ନିସ୍ତୁକ ପିଟିଲେ, ଗଛରେ ବାନ୍ଧିଦେଲେ। ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ। ସ୍ବାମୀଙ୍କ ଆଖି ଆଗରେ ଛଟଛଟ ହୋଇ ପ୍ରାଣ ହରାଇଲେ ସ୍ତ୍ରୀ। ଏଭଳି ବିଭତ୍ସ, ହୃଦୟ ବିଦାରକ, ଛାତି ଥରାଇଦେଲା ଭଳି ଘଟଣା...

ଅମୃତ ଭଣ୍ଡା ପତ୍ର ଉପରେ ତୁଷାରର ଧଳା ଆସ୍ତାରଣ: ଆଗକୁ ଅଧିକ ଶୀତ

ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ): କନ୍ଧମାଳ ଜିଲାରେ ଚଳିତ ବର୍ଷ ଶୀତ ଆସିବାର ବିଳମ୍ବ ହୋଇଛି। ମାତ୍ର ଦୀପାବଳୀ ଅମାବାସ୍ୟା ଠାରୁ ଶୀତ ଆସିଛି, ଆଉ ଶୀତ ଆସିବାକ୍ଷଣି ଦେଖାଯାଇଛି ତୁଷାରର ଧଳା ଆସ୍ତରଣ। ତେବେ ଡିସେମ୍ବର ମାସରେ ଏଭଳି ତୁଷାର ପଡିବା...

ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ଭିଡ଼: ଡମ୍ପିଂୟାର୍ଡର ନଥିବାରୁ କୁଢ଼କୁଢ଼ ଆବର୍ଜନା ଦୁର୍ଗନ୍ଧରେ ନାକ ଟେକୁଛନ୍ତି…

ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିର ପର୍ଯ୍ୟଟନକ୍ଷେତ୍ର ଓ ଜଙ୍ଗଲ ଏବେ ଦୂଷିତ ପରିବେଶ ଦିଗକୁ ଗତି କରୁଛି । ପ୍ରତିଦିନ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ଏହା ସହ ବିଭିନ୍ନ ସ୍ଥାନରୁ ସରକାରୀ ଓ ବେସରକାରୀ...

ବାଲୁକା କଳାରେ ବିରାଟଙ୍କୁ ଶୁଭେଚ୍ଛା

ପୁରୀ:୫।୧୧: ଆଜି ଲିଜେଣ୍ଡ କ୍ରିକେଟର୍‌ ବିରାଟ କୋହଲିଙ୍କ ଜନ୍ମଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ବିଶାଳ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବିରାଟ କୋହଲି ୫ ନଭେମ୍ବର ୧୯୮୮ ଦିଲ୍ଲୀରେ...

ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣିଲେ: ସରପଞ୍ଚଙ୍କ ସ୍ବାମୀଙ୍କ ନାମରେ ମାମଲା

ପୁରୁଷୋତ୍ତମପୁର,୫।୧୧(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ସୋମବାର ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ  ଆକ୍ରମଣ କରାଯାଇଛି। ଏହି ଘଟଣାରେ କେସ ନଂ ୭୩୮/ ୨୪ରେ ସରପଞ୍ଚଙ୍କ ସ୍ବାମୀ ଦିବାକର ବେହେରାଙ୍କ ସମେତ...

ପୂର୍ବତନ ବିଧାୟକ ପୂର୍ଣ୍ଣ ମାଝୀଙ୍କ ପରଲୋକ: ରାଜନୈତିକ ମହଲରେ ଶୋକ

ରାୟଗଡ଼ା,୫।୧୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଜିଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ ଓରଫ ପପୁ ମାଝୀ (୪୫)ଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମାଝୀ ଗତ କିଛି...

ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ

ପୁରୁଷୋତ୍ତମପୁର,୫।୧୧(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ସୋମବାର ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେ ହେଲେ ସୁଶାନ୍ତ ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନା ଓ...

ଗଛରେ ବାନ୍ଧି ନିର୍ଧୁମ ପିଟିଲେ: ମାଡ଼ଖାଇ ମାନିଲେ ସତ, କହିଲେ ମୁଁ…

ଉମରକୋଟ,୫।୧୧(ସନ୍ତୋଷ ଶତପଥୀ): ବାଇକ୍‌ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି। ଏହି ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ଡାବିରିଗୁଡ଼ା ଗ୍ରାମ ନିକଟ ଜଙ୍ଗଲର ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ,...

ଖବର ପ୍ରକାଶ ପରେ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ, ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ଆରମ୍ଭ 

ପୁରୀ,୫ା୧୧(ଅଜିତ୍‌ କୁମାର ମହାନ୍ତି): ଐତିହ୍ୟ ମେଘନାଦ ପାଚେରିରେ ଫାଟ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ପାଇଁ...

ଦୁର ହେବ ଦାଦନ ସମସ୍ୟା: ସରକାର ଗଠନ କଲେ ଟାସ୍କଫୋର୍ସ

ଭୁବନେଶ୍ୱର,୫ା୧୧: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନଜ୍‌ ଇନଷ୍ଟିଚ୍ୟୁଟ୍‌ର ମ୍ୟାନେଜିଂ ଡ଼ାଇରେକ୍ଟର ଭି. ଶ୍ରୀରାମ ସୋମବାର ସୌଜନ୍ୟମୂଳକ ସାକ୍ଷାତକାର ଓ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର ସମୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri