ଆମ ଜିଲା ଖବର

ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ମାଲକାନଗିରି,୧୫।୩:(ଡି.ଏନ.ଏ.): ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପି ଆଜି ଶାନ୍ତିପୂର୍ଣ୍ଣ ଧର୍ମଘଟ ସହ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ସକାଳୁ ମାଲକାନଗିରି...

ସୋରଡାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ସୋରଡ଼ା,୧୫।୩(ଡି.ଏନ.ଏ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ଡ୍ରାଇଭର ମହାସଂଘ ଡାକରାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏଠାରୁ ଆସ୍କା, ଭଞ୍ଜନଗର, ଦାରିଙ୍ଗାବାଡି, ବଡ଼ଗଡକୁ ଯାତାୟାତ ଠପ୍‌ ହୋଇଯାଇଛି। ଜରଉ ଛକରେ ୨୦୦ରୁ ଉର୍ଦ୍ଧ୍ୱ ଡ୍ରାଇଭର ଶାନ୍ତି ପୂର୍ଣ୍ଣ...

୧୦ ଦଫା ଦାବି ନେଇ ରାଜପଥ ଅବରୋଧ କଲେ ଡ୍ରାଇଭର ମହାସଂଘ

ଖୋର୍ଦ୍ଧାଅଫିସ,୧୫।୩ : ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। କୋଭିଡ୍‌ ଯୋଦ୍ଧା ମାନ୍ୟତା, ଦୁର୍ଘଟଣା ଜନିତ କ୍ଷତିପୂରଣ, ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ବୀମା, ପେନ୍‌ଶନ, ସଡ଼କଯାତ୍ରା...

ବ୍ରାଉନସୁଗାର ଜବତ ଜଣେ ଗିରଫ

ଭଦ୍ରକ ଅଫିସ,୧୫।୩: ଭଦ୍ରକ ଗେଲପୁର ଇଲେକ୍‌ଟ୍ରି ଗ୍ରୀଡ ନିକଟରେ ମଙ୍ଗଳବାର ରାତିରେ ଯାନବାହନ ଯାଞ୍ଚ ହୋଇଥିଲା। ଏହି ସମୟରେ ଜଣେ ଯୁବକଙ୍କଠାରୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧୫.୮ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଅଭିଯୁକ୍ତ ଯାଜପୁର ଅଞ୍ଚଳର ରାଜୁ ମାଝିି ବୋଲି...

ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା: ଚିକିତ୍ସା ଅଭାବରୁ ଶିଶୁପୁତ୍ର ମୃତ୍ୟୁ ଅଭିଯୋଗ

ବାଲେଶ୍ବର ଅଫିସ ୧୫।୩: ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ବୁଧବାର ସକାଳେ ଉତ୍ତେଜନା ଦେଖିବାକୁ ମିଳିଛି। ଚିକିତ୍ସାର ଅବହେଳା ଯୋଗୁ ୭ମାସର ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ନେଇ ପରିବାରଲୋକେ ଅଭିଯୋଗ ଆଣିଛନ୍ତ। ସୂଚନାଯୋଗ୍ୟ, ବାଲେଶ୍ବର ବସ୍ତା ଅଞ୍ଚଳର...

ସମସ୍ୟା ଘେରରେ ରାଉରକେଲା ସହରର ୩ ଡାକଘର

ରାଉରକେଲ ଅଫିସ,୧୫।୩: ରାଉରକେଲା ସହରର ପ୍ରମୁଖ ତିନି ମୁଖ୍ୟ ଡାକଘର ଏବେ ନାନା ସମସ୍ୟା ଦେଇ ଗତି କରୁଛି। ଫଳରେ ଏହି ସବୁ ଡାକଘରକୁ ଆସୁଥିବା ଲୋକମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସୂଚନା ଅନୁସାରେ, ରାଉରକେଲା ସହରରେ ଉଦିତନଗର...

ନବୀକରଣ ହେବ ରେଲଓ୍ବେ ଷ୍ଟେଶନ ରାସ୍ତା

ଟିକିରି,୧୫।୩(ଡି.ଏନ୍‌.ଏ.): କାଶୀପୁର ବ୍ଲକ ଟିକିରି ରେଲଓ୍ବେ ଷ୍ଟେଶନ ରାସ୍ତାର ନବୀକରଣ ପାଇଁ ସ୍ଥାନୀୟ ତହସିଲଦାର ଶରତ ଶବରଙ୍କ ଉପସ୍ଥିତରେ ଜମି ଚିହ୍ନଟ କରାଯାଇଛି। ରେଲଓ୍ବେ ସହକାରୀ ଯନ୍ତ୍ରୀ ଏବଂ ଟିକିରି ଆର୍‌ଆଇ ବନମାଳୀ ସାହୁ ପ୍ରମୁଖଙ୍କ ସହିତ ବିଭାଗୀୟ କର୍ମଚାରୀମାନେ...

ସରକାରୀ ସ୍ତରରେ ନାହିଁ ବଜାର ବ୍ୟବସ୍ଥା, ଫାଇଦାରେ ବ୍ୟବସାୟୀ

ମାଥିଲି,୧୫।୩ (ଡି.ଏନ.ଏ.): ଆଦିବାସୀମାନଙ୍କୁ ରୋଜଗାର ଯୋଗାଉଛି ଋତୁକାଳୀନ ବନଜାତ ଦ୍ରବ୍ୟ ମହୁଲ। ବଣ ପାହାଡ ଘେରା ମାଲକାନଗିରି ଜିଲାର ପ୍ରମୁଖ ବନଜାତ ଦ୍ରବ୍ୟ ମଧ୍ୟରେ ଏହି ମହୁଲ ଫୁଲ ଅନ୍ୟତମ। ଫେବୃଆରୀ, ମାର୍ଚ୍ଚ,ଏପ୍ରିଲ ୩ ମାସ ଧରି ମହୁଲ ଫୁଲ...

ଖେଳାଳି ଚୟନରେ ପକ୍ଷପାତିତା ଅଭିଯୋଗ

ଅନୁଗୋଳ ଅଫିସ, ୧୫।୩: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ (ଓସିଏ) ପକ୍ଷରୁ କଳାହାଣ୍ଡି କପ୍‌ ପାଇଁ ଜିଲାସ୍ତରୀୟ ଖେଳାଳି ଚୟନ ପ୍ରକ୍ରିୟା ବେଳେ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ (ଏଡିସିଏ) ବିରୋଧରେ ପକ୍ଷପାତିତା ଅଭିଯୋଗ ହୋଇଛି। ଏଡିସିଏ ଠିକ୍‌ ଭାବେ ଖେଳାଳି...

ରାଜରାସ୍ତାରେ ଡ୍ରାଇଭର, ଗାଡି ଚଳାଚଳ ଠପ୍‌

କେନ୍ଦୁଝର,୧୫।୩(ସ୍ବ.ପ୍ର.): ଓଡ଼ିଶା ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ଆଜି କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପୁରୁଣା ପେନସନ ଲାଗୁ କରିବା, ଖାଲି ପଦବୀ ପୂରଣ କରିବା, ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ...

ଭୁଶୁଡି ଗଲା ନିର୍ମାଣଧୀନ ପୋଲବାଡା, ଅଳ୍ପକେ ବଞ୍ଚିଲେ ଶ୍ରମିକ

କେନ୍ଦ୍ରାପଡା ଅଫିସ,୧୫।୩: କେନ୍ଦ୍ରାପଡା ସହର ତିନିମୁହାଣୀ ଛକ ନିକଟ ନିର୍ମାଣଧୀନ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ୱ ପୋଲବାଡା ବୁଧବାର ଭୁଶୁଡି ପଡ଼ିଛି। ଏହି ସମୟରେ କାର୍ଯ୍ୟରତ ଶ୍ରମିକ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୂର୍ତ୍ତ ବିଭାଗ ଅଧିନ ଏହି ପୋଲ ଗତ...

ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

ନୟାଗଡ଼ ଅଫିସ,୧୫।୩: ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ବୀମା, ପେନସନ, ସଡ଼କ ଯାତ୍ରା ବେଳେ ଗାଡି ପାର୍କିଙ୍ଗ ଓ ଡ୍ରାଇଭରଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri