ଆମ ଜିଲା ଖବର

ମାଣ୍ଡିପଙ୍କାରେ ଜିଲାପାଳ, ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଦେଲେ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ସୋମବାର ମାଣ୍ଡିପଙ୍କା ଗସ୍ତ କରିଛନ୍ତି। ସେ ପୂର୍ବାହ୍ନ ୧୧ଟାରେ ମାଣ୍ଡିପଙ୍କାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଦେଖାଯାଇଛି। ସେ ମୃତକ ଓ ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟି...

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ପିଠିରେ ବାଜିଲା

ରାଉରକେଲା,୪ା୧୧(ସଙ୍ଗୀତା ଜେନା): ପ୍ଲାଣ୍ଟ ସାଇଟ୍‌ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ୍‌ ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ତାଙ୍କ ପିଠିରେ ଲାଗିଛି। ଯୁବକ ହେଉଛନ୍ତି ଅଟୋ ଚାଳକ ଅବେଶ ରାୟ। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା...

ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ହତ୍ୟା: ପ୍ରଥମ ସ୍ବାମୀ ସମେତ ୨ ଗିରଫ

ଶେରଗଡ଼,୪ା୧୧(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଠାକୁରାଣୀ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏହାର ଖୋଳତାଡ଼ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ଛି। ସ୍ବାମୀଙ୍କୁ...

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ଛାଡ଼ି ଭାଜପାରେ ସାମିଲ

କେନ୍ଦୁଝର,/ପାଟଣା(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ (ରାଜା) ଏବଂ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାୟକ ବିଜେଡି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ...

ଖତଖାଉଛି ଇ-ଟଏଲେଟ୍‌, ସର୍ବସାଧାରଣ ଶୌଚାଳୟ

ପଟ୍ଟାମୁଣ୍ଡାଇ,୪ା୧୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସ୍ବଚ୍ଛ ପରିମଳ ବ୍ୟବସ୍ଥାକୁ ସୁଦୁଢ଼ କରିବା ନେଇ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସହରକୁ ପରିଚ୍ଛନ୍ନତା ରଖିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ପବ୍ଲିକ ଟଏଲେଟ, ବାୟୋ ଟଏଲେଟ ଓ...

ମାଣ୍ଡିପଙ୍କାବାସୀଙ୍କ ମୌଳିକ ସମସ୍ୟା ବୁଝି ଜିଲାପାଳଙ୍କୁ ରିପୋର୍ଟ କରିବ ସ୍ବେଚ୍ଛାସେବୀ ମହାସଂଘ

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାସଂଘର କର୍ମକର୍ତ୍ତା ପକ୍ଷରୁ ଏକ ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଦଳ  ରବିବାର ମାଣ୍ଡିପଙ୍କା ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ୨ ମୃତକଙ୍କ ପରିବାର ଓ  କଟକ ଓ ବ୍ରହ୍ମପୁରରେ ଚିକିତ୍ସାଧୀନ...

ମାଣ୍ଡିପଙ୍କା ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା: ସରକାରଙ୍କ ଉପରେ ବର୍ଷିଲେ ବାମପନ୍ଥୀ ଦଳର ପ୍ରତିନିଧି ମଣ୍ଡଳୀ

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଘଟଣା ଘଟିବା ପରେ ବିଭିନ୍ନ ରାଜନୈତିକ ଦଳ ମାଣ୍ଡିପଙ୍କାକୁ ଆସୁଛନ୍ତି। ଘଟଣା ପାଇଁ...

ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ଜନସଚେତନ ଶପଥ କରାଇଲେ ଜିଲା ସମାଜ ମଙ୍ଗଳ ଅଧିକାରିଣୀ

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହା ପରେ ଜିଲା ପ୍ରଶାସନ...

କ୍ଷୀରରେ ଗୋବର ପୋଛିଲେ ଭାଜପା ନେତା

ଚନ୍ଦାହାଣ୍ଡି,୪ା୧୧(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ଦଣ୍ଡାମୁଣ୍ଡା ଛକ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ଉମରକୋଟ-ଚନ୍ଦାହାଣ୍ଡି-ମାଲଗାଁ ରାସ୍ତାର ଉନ୍ନତୀକରଣ ନେଇ ଲାଗିଥିବା ହୋର୍ଡିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋଚିତ୍ର ଉପରକୁ...

ଦାରିଙ୍ଗବାଡ଼ିରେ ପହିଲି ଶୀତ, ମଜା ନେବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): ଆସିଲା ଶୀତ, ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିମୁହାଁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ। ହୋଟେଲଠାରୁ ଆରମ୍ଭ କରି ପର୍ଯ୍ୟଟନକ୍ଷେତ୍ର ଯୁଆଡ଼େ ଦେଖିବେ ଶହ ଶହ ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ଆଗମନକୁ ଦେଖି ବ୍ୟବସାୟୀମାନେ ମଧ୍ୟ ପ୍ରସ୍ତୁତ।...

ଅଧିକ ଭୋଟ୍‌ ପାଇଁ ଭୋଟରମାନଙ୍କୁ ପ୍ରଣାମ ଜଣାଇଲେ ବବି ଦାସ, କହିଲେ ଯାଜପୁର ମାଟି…

ବରୀ,୪ା୧୧(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ରବିବାର ବିଜେଡିର ଏକ ଜନସମ୍ପର୍କ ପଦଯାତ୍ରା ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହା ସ୍ଥାନୀୟ ବରୀ ମାଉଣ୍ଡଠାରୁ ଆରମ୍ଭ ହୋଇ ଅଟିରା ପଞ୍ଚାୟତସ୍ଥିତ ସନ୍ଥନ ମଠଠାରେ ଶେଷ ହୋଇଛି।...

୨ ଯବାନଙ୍କୁ ଆକ୍ରମଣ କରି ବନ୍ଧୁକ ଛଡ଼ାଇନେଲେ ମାଓବାଦୀ

ମାଲକାନଗିରି,୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ମାଓବାଦୀଙ୍କ ଆକ୍ରମଣରେ ୨ ଯବାନ ରବିବାର ଗୁରୁତର ହୋଇଛନ୍ତି। ଏହାସହ ସେମାନଙ୍କ ବନ୍ଧୁକ ମଧ୍ୟ ମାଓବାଦୀମାନେ ଛଡାଇ ନେଇଥିବା ଜଣାପଡିଛି। ଗୁରୁତର ଦ୍ୱୟ ହେଲେ କର୍ତ୍ତମ ଦେବା ଓ ସୋଢି କୁନା ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri