ଆମ ଜିଲା ଖବର

ମାଣ୍ଡିପଙ୍କାକୁ ନୂଆ ପଞ୍ଚାୟତ ଗଠନ ପାଇଁ ଜୋର୍‌ ଧରିଲା ଦାବି

ଦାରିଙ୍ଗବାଡ଼ି,୩ା୧୧ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତଠାରୁ ବହୁ ଦୂରରେ ରହିଥିବା ମାଣ୍ଡିପଙ୍କା ଗ୍ରାମକୁ ପଞ୍ଚାୟତ ଭାବେ ଗଠନ କରାଯିବାକୁ ଅଞ୍ଚଳବାସୀ ଦାବି ଉଠାଇବା ସହ ଟେଲି କମ୍ୟୁନିକେଶନ ସଂଯୋଗ ଦାବି କରିଛନ୍ତି। ପ୍ରକାଶ ଯେ, ମାଣ୍ଡିପଙ୍କାରେ...

ଭୋକ ମେଣ୍ଟାଇବାକୁ ଖାଉଛନ୍ତି ଆମ୍ବଟାକୁଆ, ଅସୁସ୍ଥ ହେଲେ ୨ ଟଙ୍କା ପାରାସିଟାମଲ କିଣିବାକୁ ୨ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ଦୁର୍ଗମ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୩ା୧୧ଅରୁଣ ସାହୁ): ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଏବଂ ୬ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିବା ପରେ ମାଣ୍ଡିପଙ୍କାକୁ ନେତା, ଅଫିସରଙ୍କ ସୁଅ ଛୁଟିଛି। ଶନିବାର ଜି.ଉଦୟଗିରି...

ଓଡିଶାରୁ ପଶ୍ଚିମବଙ୍ଗକୁ ଗଡୁଛି ଚୋରା ବାଲି ଗାଡ଼ି: ଜବତ ଗାଡି ଛାଡିଲେ ହେବ ଗଣ ଆନ୍ଦୋଳନ

ଭୋଗରାଇ,୩।୧୧(ପ୍ରଦୀପ ଦାସ): ବାଲେଶର ଜିଲାରେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ଶତାଧିକ ଟ୍ରାକ୍ଟର ଓ ଡମ୍ପରରେ ବ୍ୟାପକ ଭାବେ ବାଲି ଦିନରାତି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି। ଏହାକୁ ରୋକିବା ତ’ ଦୂରର କଥା ସ୍ଥାନୀୟ ପୋଲିସ ପ୍ରଶାସନ ଓ...

ମଦବୋଝେଇ ମିନି ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା: ଲୋକ ବୋହିନେଲେ ମଦପେଟି

ଚଣ୍ଡିଖୋଲ,୩।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ମଦ ବୋଝେଇ ମିନି ଟ୍ରକ୍‌କୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଟଣାସ୍ଥଳରେ ମଦ ବୋଝେଇ...

ବିହନ ସଙ୍କଟରେ ଆଳୁ ଚାଷୀ

କେନ୍ଦ୍ରାପଡ଼ା,୩।୧୧(ଜଗନ୍ନାଥ ଧଳ): ନଭେମ୍ବର ପହିଲାରୁ ଚାଷୀଙ୍କୁ ଆଳୁ ବିହନ ଯୋଗାଣ ହେବ ବୋଲି କୃଷି ମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ।କେନ୍ଦ୍ରାପଡ଼ା ଜିଲାର ଆଳୁ ଚାଷୀ ବିହନ ସଙ୍କଟରେ ପଡିଛନ୍ତି। ସରକାରୀ ବିହନ ଯୋଗାଣ...

ଦୀପାବଳି ଛୁଟିରେ ବୁଲିବାକୁ ଯାଉଥିଲେ ୪ ସାଙ୍ଗ, ଗଛରେ ପିଟିହେଲା କାର୍‌

ବୌଦ୍ଧ,୩।୧୧(ଅଜିତ କୁମାର ବାରିକ): ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌। ଦୁର୍ଘଟଣାରେ ଚାରି ଜଣ ସାଙ୍ଗ ଗୁରୁତର ହୋଇଛନ୍ତି। ବୌଦ୍ଧ କନ୍ଧମାଳ ସୀମାନ୍ତ ଘୋଡାଡିଆଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନେ ହେଲେ ଶ୍ରୀରାମ ଅଗ୍ରୱାଲ , କ୍ରିସ...

ମାଟି ତଳେ ଥିଲା ଶ୍ରମିକଙ୍କ ହାତଗୋଡ଼ ବନ୍ଧା ମୃତଦେହ

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୩।୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌(ଏନ୍‌ଆଇଏନ୍‌ଏଲ୍‌)ର ବ୍ୟାଚିଂ ପ୍ଲାଣ୍ଟ ନିକଟରେ ମାଟି ତଳୁ ନିଖୋଜ ଶ୍ରମିକ ସିଲୁ ପ୍ରଧାନ(୨୨)ଙ୍କ ମୃତଦେହକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶନିବାର...

ସରକାରୀ ଯୋଜନାରୁ ବଞ୍ଚିତ୍ତ ବାଳବତୀ

ପରଜଙ୍ଗ, ୩।୧୧ (ନିଗମାନନ୍ଦ ଦଳବେହେରା): ଦେଶ ସ୍ବାଧୀନତାର ୭୭ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅଧିକାଂଶ ପରିବାର ଦୁଃଖ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ...

ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲିଛି ଉପଖଣ୍ଡ ପ୍ରଶାସନ

ଆଠମଲ୍ଲିକ, ୩।୧୧ (ଉଦୀପ୍ତ ପୁରୋହିତ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଥିବା ବିଭିନ୍ନ ବିଭାଗରୁ ଅଧିକାରୀଙ୍କ ବଦଳି ହେଉଛି। କେତେଜଣଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ନିଆଯାଉଛି। ହେଲେ ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯାଉ ନାହିଁ। ଫଳରେ ବହୁ ବିଭାଗରେ...

ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ

ଅନୁଗୋଳ, ୩।୧୧(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଫେରିଛନ୍ତି। ଭାରତ ସରକାରଙ୍କ ରାଷ୍ଟ୍ରୀୟ...

ଏଟିଏମ୍‌ କାର୍ଡ ବଦଳାଇ ନେଇଗଲେ ୫୫ହଜାର

ବ୍ରହ୍ମପୁର, ୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଲୁଟେରା ସକ୍ରିୟ ହେବାରେ ଲାଗିଛନ୍ତି। ଗାର୍ଡବିହୀନ ଏଟିଏମ୍‌ କାଉଣ୍ଟରରେ ସହାୟତା କରିବା ଆଳରେ ଚଞ୍ଚକତା କରି ଜଣେ ଯୁବକ ଏଟିଏମ୍‌ କାର୍ଡ ବଦଳାଇ ପରେ ୫୫ହଜାର ଟଙ୍କା ଠକେଇ ହୋଇଥିବା ନେଇ ଟାଉନ...

ବେଆଇନ ମଦ ବିକ୍ରି: ତାତିଲେ ଏସ୍‌ଏଚ୍‌ଜି ମହିଳା

ଧାମନଗର୩।୧୧(ସନ୍ତୋଷ କୁମାର ମହାପାତ୍ର): ୪ ବର୍ଷରୁ ଊଦ୍ଧର୍‌ବ ହେଲା ବେଆଇନ ମଦ ବିକ୍ରି ନେଇ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏସ୍‌ଏଚ୍‌ଜି (ସ୍ବୟଂସହାୟକ ଗୋଷ୍ଠୀ) ମହିଳା ତାତିଛନ୍ତି। ଶନିବାର ମହିଳା ଗୋଷ୍ଠୀର ସଦସ୍ୟାମାନେ ଏକାଠି ହୋଇ ପାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri