ଆମ ଜିଲା ଖବର

ପିସି ପାଇଁ ଫାଇଲ ଲୁଚାଇ ଦିଆଯାଉଛି

ଆନନ୍ଦପୁର,୪। ୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ପୌର କାର୍ଯ୍ୟାଳୟରେ ୬ ନଂ. ଓ୍ବାର୍ଡର କାଉନ୍‌ସିଲର ମଣିଲତା ରାମଙ୍କ ପ୍ରତିନିଧି ଦେବବ୍ରତ ରାମ ମାଇକ୍‌ ଲଗାଇ ଦୁର୍ନୀତି ପେଡ଼ି ଖୋଲିଥିଲେ।...

ଜୟବିଜୟ ଦ୍ୱାର ନିକଟରେ ଦର୍ଶନ କରିବେ ଦିବ୍ୟାଙ୍ଗ

ପୁରୀ ଅଫିସ, ୪ା୩: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ଶୁକ୍ରବାର ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଅଧ୍ୟକ୍ଷତା କରିଥିବାବେଳେ ପରିଚାଳନା...

ସମୟ ସୀମା ଶେଷ ସତ୍ତ୍ୱେ ସରୁନି ରାସ୍ତା କାମ

ବଳଙ୍ଗା,୪।୩(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ସଡ଼କଠାରୁ ଆରମ୍ଭ କରି ଜଳ, ବିଦ୍ୟୁତ୍‌ ଭଳି ସବୁ କ୍ଷେତ୍ରରେ ବିକାଶ କରିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉନ୍ନତମାନର କାର୍ଯ୍ୟ କରାଯାଉଛି। ହେଲେ ସରକାରୀ ଅଧିକାରୀମାନେ କାର୍ଯ୍ୟଗୁଡ଼ିକର ତଦାରଖ କରୁ...

୫ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ

ନିଶ୍ଚିନ୍ତକୋଇଲି,୪ା୩(ସ୍ବ.ପ୍ର.): ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଏହା ଏକ ମୌଳିକ ଆବଶ୍ୟକତା ଭାବେ ଗ୍ରହଣ କରି ସରକାର ବିଦ୍ୟାଳୟର ଭିତି ଭୂମି ବିକାଶରେ କୋଟି କୋଟି ଟଙ୍କା ବ୍ୟୟ କରି ବିଦ୍ୟାଳୟକୁ ଆଧୁନିକ ଓ ଶିକ୍ଷଣ ଉପଯୋଗୀ କରିଛନ୍ତି।...

ବ୍ଲକ କାର୍ଯ୍ୟାଳୟ ଘେରାଉ ପରେ ବୋମା ମାଡ଼

ତିଗିରିଆ,୪। ୩(ଡି. ଏନ. ଏ. ): ତିଗିରିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହିଳା ଗୋଷ୍ଠୀ କର୍ମକର୍ତ୍ତା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଆନ୍ଦୋଳନକାରୀମାନେ ଯେଉଁ ଗାଡ଼ିରେ ଆସିଥିଲେ ତା’ଉପରକୁ ବୋମାମାଡ଼ ହୋଇଥିବା...

ଟିକସ ଆଦାୟ ଚିନ୍ତା, ଶେଷବେଳକୁ ତତ୍ପରତା

ଭୁବନେଶ୍ୱର, ୪।୩ (ବ୍ୟୁରୋ): ବାହାଘର ବେଳେ ବାଇଗଣ ରୁଆ ଭଳି ଶେଷ ବେଳକୁ ବିଏମ୍‌ସିର ଚେତା ପଶିଛି। କେମିତି ଧାର୍ଯ୍ୟ ଟିକସ ଆଦାୟ ହେବ ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି। ବର୍ଷତମାମ ଅଧିକାରୀଙ୍କର ରାଜସ୍ବ ଆଦାୟ ପ୍ରତି ଆନ୍ତରିକତା...

ମନ ମୋହିଲା ପାଇକ ଆଖଡ଼ା

ବେଗୁନିଆ,୪।୩(ଡି.ଏନ୍‌.ଏ.): ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଦର ଗ୍ରାମରେ ଆୟୋଜିତ ଆମ ଗାଁ ମହୋତ୍ସବ ଶୁକ୍ରବାର ଦ୍ୱିତୀୟ ସନ୍ଧ୍ୟାରେ ପାଇକ ଆଖଡ଼ା ନୃତ୍ୟ ଦର୍ଶକମାନଙ୍କର ମନ ମୋହିଥିଲା। ମହୋତ୍ସବ କମିଟିର ସଭାପତି ବିଦ୍ୟାଧର ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ...

ମାସେ ହେବ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା

ନିରାକାରପୁର,୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଶିକ୍ଷା ସର୍କଲ ଅନ୍ତର୍ଗତ ନିରାକାରପୁର ପଞ୍ଚାୟତସ୍ଥିତ ଚିତ୍ରକୂଟ ବିହାରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ମାସେ ହେବ ପାନୀୟ ଜଳର ଉକତ୍ଟ ସମସ୍ୟା ଦେଖାଯାଉଛି। ପାଣି ନ ଥିବାରୁ ଛାତ୍ରୀଛାତ୍ର, ଶିକ୍ଷକ ନାନା...

ଜମିଜମା ସ୍ବତ୍ୱାଧିକାର ପରିବର୍ତ୍ତନ ଦାବି ତେଜିଲା

ଖୋର୍ଦ୍ଧା ଅଫିସ,୪।୩: ଏଖରାଜାତ ମାହାଲ ଜମିଜମା ସ୍ବତ୍ୱାଧିକାରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର ଲେଖିବା ଦାବିରେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଖୋର୍ଦ୍ଧାରେ ଆନ୍ଦୋଳନକୁ ଜୋର କରିଛି। ଶୁକ୍ରବାର ପୂର୍ବାହ୍ନରେ ପ୍ରାୟ ୫ହଜାରରୁ...

ତୀର୍ଥଯାତ୍ରାରେ ୨୪୬ ବରିଷ୍ଠ ନାଗରିକ

କଟକ ଅଫିସ, ୪ା୩: ୨୪୬ ଜଣ ବରିଷ୍ଠ ନାଗରିକ ପୁଷ୍କର ଓ ଆଜମେର ତୀର୍ଥଯାତ୍ରାରେ ବାହାରିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଜରିଆରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ତତ୍ତ୍ୱାବଧାନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ କଟକ ଜିଲାରୁ...

ଧାର୍ଯ୍ୟ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

କଟକ ଅଫିସ,୪ା୩: କଟକ ସହରରେ ଚାଲିଥିବା ଏକାଧିକ ନିର୍ମାଣାଧୀନ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡ଼ିଏ) ଅଧ୍ୟକ୍ଷ ଅନିଲ କୁମାର ସାମଲ ସହରରେ ବିଭିନ୍ନ ନିର୍ମାଣାଧୀନ...

‘କୃଷି କ୍ଷେତ୍ରରେ ବିକଳ୍ପ ଯୋଜନା ପ୍ରସ୍ତୁତ ଆବଶ୍ୟକ’

କଟକ ଅଫିସ, ୪ା୩: ଜନହିତକର କାର୍ଯ୍ୟ ନିର୍ବାହ ପୂର୍ବରୁ ତାହାର ଆନୁଷଙ୍ଗିକ ଦିଗକୁ ଧ୍ୟାନ ଦେବା ଆବଶ୍ୟକ। ଏଥିସହ କାର୍ଯ୍ୟଶୈଳୀର ଅନୁଶୀଳନ ଓ ପ୍ରଗତିକୁ ତୁଳନାତ୍ମକ ବିଚାର କଲେ କାର୍ଯ୍ୟଧାରାରେ ପରିବର୍ତ୍ତନ ଅଣାଯାଇପାରିବ। ଜିଲା ପରିଷଦର ସଭ୍ୟାସଭ୍ୟମାନେ ସ୍ଥାନୀୟ ବିଧାୟକଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri