ଆମ ଜିଲା ଖବର

ପ୍ରଥମଥର ପାଇଁ ୧୦୦ ଛାତ୍ରୀଛାତ୍ର ନାମ ଲେଖାଇବେ

ଭବାନୀପାଟଣା,୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଭଙ୍ଗାବାରୀରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ ହେବ। ଏହା ଜଣାପଡ଼ିବା ପରେ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଗତ ଫେବୃୟାରୀ ୧୪ରେ ଏନଏମସିଟିର ୩ ଜଣିଆ ଟିମ...

ବିଏସ୍‌କଓ୍ବୋଇରେ ସାମିଲ ହେବେ ୧୨,୩୯୮ କେନ୍ଦୁପତ୍ର ତୋଳାଳି

ସମ୍ବଲପୁର,୩ା୩(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ଡିଭିଜନରେ କେନ୍ଦୁପତ୍ର ତୋଳାଳି ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ରେ ସାମିଲ ହୋଇ ଚିକିତ୍ସା ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅନୁମୋଦନ କ୍ରମେ ଜିଲାରେ କିଭଳି ଏହି ପ୍ରକ୍ରିୟା ତ୍ୱରାନ୍ବିତ ହେବ...

୨ ଘଣ୍ଟା ବିଳମ୍ବରେ ଖୋଲିଲା ବାବା ଆଖଣ୍ଡଳମଣି ମନ୍ଦିର

ଆରଡ଼ି,୩ା୩(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶୁକ୍ରବାର ୨ ଘଣ୍ଟା ବିଳମ୍ବରେ ଖୋଲିଛି। ପାଳିଆ ସେବାୟତଙ୍କ ପାଳି ବଣ୍ଟନକୁ ନେଇ ବିବାଦ ଉପୁଜିଥିବାରୁ ଏପରି ଅଘଟଣ ଉପୁଜିଥିବା ଜଣାପଡ଼ିଛି । ପରେ ମନ୍ଦିର ପ୍ରଶାସନ...

ଝିରପାଣିରେ ହାତୀ ଭାଙ୍ଗିଲା ପାଚେରି

ରାଉରକେଲା ଅଫିସ,୩।୩: ସୁନ୍ଦରଗଡ଼ ଜିଲା ବିଶ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀ ବୁଧବାର ଭୋର ସମୟରେ ଆସି ରାଉରକେଲା ଉପକଣ୍ଠରେ ଉପଦ୍ରବ କରିଛି। ଏହି ହାତୀ ଝିରପାଣି, ଜଗଦା ସମେତ ଏନ୍‌ଆଇଟି ପାର୍ଶ୍ୱାଞ୍ଚଳସ୍ଥ ରାଧାକୃଷ୍ଣ ମନ୍ଦିର, ବିଏସ୍‌ଏନ୍‌ଏଲ, ବିବାହ ସାମଗ୍ରୀ...

ନିର୍ମାଣ ପୂର୍ବରୁ ସରକାରୀ, ପରେ ବେସରକାରୀ

ନନ୍ଦପୁର,୩ା୩ (ଡି.ଏନ.ଏ.): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଗୃହ ଗତ ୧୧ ବର୍ଷ ହେଲା ବିବାଦରେ ରହି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି। ଫଳରେ ଖର୍ଚ୍ଚ ହୋଇଥିବା ସରକାରୀ ଟଙ୍କା ପାଣିରେ ପଡ଼ିଛି।...

ସୀମାନ୍ତ ଗ୍ରାମ ସମସ୍ୟା ପ୍ରତି ଆଖି ବୁଜିଛି ପ୍ରଶାସନ

ମାଲକାନଗିରି,୩ା୩: ଓଡ଼ିଶା ସୀମାବର୍ତ୍ତୀ ଗ୍ରାମଗୁଡିକ ପ୍ରତି ଅବହେଳା କରାଯାଉଥିବା ଏବଂ ସୀମାନ୍ତ ରାଜ୍ୟ ଏହାର ସୁଯୋଗ ନେଇ ଓଡିଶାର କୋରାପୁଟ ଜିଲା ଓ ମାଲକାନଗିରି ଜିଲା ଭିତରକୁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ପ୍ରବେଶ କରୁଛନ୍ତି। ବିଭିନ୍ନ ଉନ୍ନୟନମୂଳକ ଯୋଜନା ସୀମାନ୍ତ...

ଜଣଙ୍କୁ ଦଳିଦେଲା ହାତୀ

ବାଲେଶ୍ୱର,୩ା୩(ଡି.ଏନ୍‌.ଏ.): ବସ୍ତା ବ୍ଲକ ଅନ୍ତର୍ଗତ କରଞ୍ଜିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ୫-୬ ଟି ହାତୀ ଥିବା ଏକ ହାତୀପଲ ପଡ଼ୋଶୀ ମୟୂରଭଞ୍ଜ ଜିଲାର ବେତନାସିଆ ଜଙ୍ଗଲରୁ...

୫-ଟି ସଚିବଙ୍କ ଗସ୍ତର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ବାରିପଦା ଅଫିସ,୩ା୩: ଶୁକ୍ରବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଦ୍ବିତୀୟ ଦିନ ଗସ୍ତରେ ଆସି ବାରିପଦାରେ ପହଞ୍ଚିଛନ୍ତି। ରାଇରଙ୍ଗପୁର ସଡ଼କ ପଥରେ ବାହାରି ଦୁଆରଶୁଣି ଘାଟିର ପ୍ରସ୍ତାବିତ ବିକଳ୍ପ ରାସ୍ତା ନିର୍ମାଣ ସମୀକ୍ଷା ପରେ ବାଙ୍ଗରିପୋଷି ନିକଟ...

୩ ଥାନା ଅଞ୍ଚଳରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଅନୁଗୋଳ ଅଫିସ, ୩ା୩: ଅନୁଗୋଳ ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଜିଲାରେ ନୂତନ ଏସ୍‌ପି ଭାବେ ସୁଧାଂଶୁ ଶେଖର ମିଶ୍ର ଯୋଗଦେବା ପରେ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ସହ ଆଇନ...

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଇଓଙ୍କ ଜିମାଦେଲେ ଗ୍ରାମବାସୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୩ା୩: ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ଗ୍ରାମବାସୀ ଗୁରୁବାର ଚରମ ପଦକ୍ଷେପ ନେଇଛନ୍ତି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରା ନ ଯିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ...

କାମାକ୍ଷାନଗରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି

ଢେଙ୍କାନାଳ ଅଫିସ/କାମାକ୍ଷାନଗର (ଡି.ଏନ୍‌.ଏ.)୩।୩: ଢେଙ୍କାନାଳ ଜିଲା କାମାକ୍ଷାନଗର ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି ଗୁରୁବାରଠାରୁ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାକୁ ଉଦ୍‌ଘାଟନ କରି...

ସୁରକ୍ଷା ମିଳିଲେ ସମୃଦ୍ଧ ହେବେ

ଢେଙ୍କାନାଳ ଅଫିସ,୩।୩(ରତନ ନାୟାର): ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ବନଖଣ୍ଡକୁ ସମୃଦ୍ଧ କରିଛନ୍ତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ। ହାତୀ, ହରିଣ, ଶମ୍ବର, ବାର୍‌ହା, କୁଟୁରା, ଗୟଳ, କଲରାପତରିଆ, ଅହିରାଜ, ଅଜଗର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ପାଇଁ ଜିଲାର ପ୍ରାକୃତିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri