ଆମ ଜିଲା ଖବର

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ ବିଭିନ୍ନ ସମୟରେ ଟଣାଓଟରା ଲାଗି ରହିଛି। ଏହିକ୍ରମରେ ଗୁରୁବାର ଧର୍ମଶାଳାର ପୂର୍ବତନ ବିଧାୟକ...

ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍‌କ୍ରିମ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ବିନା ଲାଇସେନ୍ସ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରି ମାର୍କେଟକୁ ବିକ୍ରି ପାଇଁ ପଠାଯାଉଥିଲା। ଆଇସ୍‌କ୍ରିମ୍‌ ପ୍ୟାକେଟ୍‌ ଉପରେ ବ୍ୟାଚ୍‌ ନମ୍ବର, ପ୍ରସ୍ତୁତ ତାରିଖ ଓ ବ୍ୟବହାର ତାରିଖ ଆଦି ଲେଖା ଯାଇ ନ ଥିଲା।...

ମାଡ଼ିଆସିଲା ସମୁଦ୍ର ଜୁଆର: ଭାସିଲା କୋଠାଘର

ଛତ୍ରପୁର, ୧୭।୧୦ (ଦିଲ୍ଲୀପ ସାମଲ): ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ସମୁଦ୍ର ନିକଟରେ ଥିବା ଏକ କୋଠଘର ଭାସିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର କେ.ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ। ଗୁରୁବାର ଅପରାହ୍ନ ସମୟରେ ସମୁଦ୍ରରେ...

ଗୁହାଳରେ ପଶି ଛେଳିକୁ ଖାଇଲା ବାଘ

ଆର.ଉଦୟଗିରି,୧୭ା୧୦(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବନ ବିଭାଗ ଅଧୀନ ଘୋଡାକଣ ଗ୍ରାମଠାରୁ ଅଳ୍ପ ଦୂରରେ ରହୁଥିବା ସୁଜୟ ରାଇକାଙ୍କ ଗୁହାଳରୁ ବାଘ ୩ଟି ଛେଳି ମାରି ଖାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ବନ ବିଭାଗ...

କେନ୍ଦୁଝରରେ ପ୍ରଥମ କୁହୁଡ଼ି, ଶୀତର ଆଗମନକୁ ସ୍ବାଗତ

କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷର ପ୍ରଥମ କୁହୁଡ଼ି କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ଶୀତର ଆଗମନକୁ ସତେ ଯେପରି ସ୍ବାଗତ କରିଛି। ଏହି କୁହୁଡ଼ି ପ୍ରାୟ ସକାଳ ୭.୩୦ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଫଳରେ ରାସ୍ତା ଭଲ ଭାବରେ...

ଜୁଆ ଆଡ୍ଡା ଉପରେ ଘନ ଘନ ଚଢାଉ: ୧୩ ଦିନରେ ୨୨୮ ଜୁଆଡି ଗିରଫ

ଛତ୍ରପୁର, ୧୭।୧୦(ଦିଲ୍ଲୀପ ସାମଲ): ବେଆଇନ ମଦ କାରାବାର ଓ ଚାଲିଥିବା ଜୁଆ ଆଡ୍ଡା ଗୁଡିକରେ ଘନ ଘନ ଚଢାଉ ଜାରି ରଖିଛି ଗଞ୍ଜାମ ପୋଲିସ । ବିଭିନ୍ନ ସମୟରେ ଏହି ଚଢାଉ ଜାରି ରଖାଯାଇଥିବା ବେଳେ ପାର୍ବଣ ଋତୁରେ ମଧ୍ୟ...

ଡିଭାଇଡରରେ ପିଟି ହେଲା ବିଏମ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୧୭।୧୦: ଚନ୍ଦ୍ରଶେଖରପୁର ଥାନା ଅଧୀନ ମୈତ୍ରୀବିହାର-ଶୈଳଶ୍ରୀବିହାର ରାସ୍ତାରେ ଗୁରୁବାର ଏକ ଦାମୀ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ଦାମୀ କାର୍‌ଟି ମୈତ୍ରୀବିହାର-ଶୈଳଶ୍ରୀବିହାର ରାସ୍ତାରେ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡ଼ରରେ ପିଟି ହୋଇଯାଇଥିଲା।...

କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ: ଲୋକେ ଭୟଭିତ

ବାଲିଗୁଡା,୧୭ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତରେ ଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି। ସୂଚନା ଯୋଗ୍ୟ...

ନଈ ମଝିରେ ଧକ୍କା ଖାଇ ବୁଡ଼ିଗଲା ଇଲିସି ବୋଝେଇ ଡଙ୍ଗା, ପରେ ଘଟିଲା ଏମିତି…

ଭୋଗରାଇ,୧୭ା୧୦(ପ୍ରଦୀପ ଦାସ): ପୂର୍ଣ୍ଣିମା ତିଥିରେ ସମୁଦ୍ର ଅଶାନ୍ତ ରହିଛି। ଏଭଳି ସ୍ଥିତିରେ ମତ୍ସ୍ୟଜୀବୀଙ୍କ ଜାଲରେ ପ୍ରଚୁର ପରିମାଣର ଇଲିସି ଧରା ଦେଉଛନ୍ତି। ଇଲିସି ସନ୍ଧାନରେ ମତ୍ସ୍ୟଜୀବୀମାନେ ଜୀବନକୁ ବାଜି ଲଗାଇଛନ୍ତି। ୨ଟି ଯନ୍ତ୍ର ଚାଳିତ ଡଙ୍ଗା (ଭୁଟୁଭୁଟି)ରେ ବାଲେଶ୍ୱର ଜିଲା...

ହାତୀ ଘଉଡ଼ାଇବାବେଳେ ଅଘଟଣ: ସ୍କ୍ବାଡ୍‌ କର୍ମଚାରୀଙ୍କୁ କଚାଡ଼ି ମାରିଲା

କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ନରଣପୁର ସେକ୍ସନ ଝାରବେଡ଼ା ଗ୍ରାମ ନିକଟରେ ବୁଧବାର ରାତିରେ ହାତୀ ଘଉଡ଼ାଇବାବେଳେ ଜଣେ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ କର୍ମଚାରୀଙ୍କ ନାମ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ(୪୫)। ଏହାକୁ...

ଗୁଆଘିଅରେ ମହାପ୍ରସାଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହାସୁଆର ସେବାୟତ ନିଯୋଗ

ପୁରୀ,୧୭ା୧୦: ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁଆର ମହାସୁଆର ସେବାୟତ ନିଯୋଗ। ଓମ୍‌ଫେଡ୍‌ ପରିବର୍ତ୍ତେ ଶୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ ହେବା ପାଇଁ ଦାବି କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...

କେୱାଇସି ଆଳରେ ଦାଦନ ଶ୍ରମିକଠାରୁ ୧ ହଜାର, ଯୋଗାଣ ବିଭାଗ ନିରବଦ୍ରଷ୍ଟା

ମହାକାଳପଡ଼ା୧୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଅନେକ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରେ ରହିଛନ୍ତି, ବିଶେଷ କରି ହାଇଦ୍ରାବାଦ , ଚେନ୍ନାଇ , ଗୁଜରାଟ , ଜାମ୍ମୁ କାଶ୍ମୀର , ବାଙ୍ଗାଲୋର , କେରଳ , ମୁମ୍ବାଇ ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri