ଆମ ଜିଲା ଖବର

ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇ ଚାଲିଗଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୬ା୭: ଝାରସୁଗୁଡ଼ା ବେହେରାମାଲସ୍ଥିତ ମୁଡିମିଲ ଗଳିରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବକ ଜଣଙ୍କ ହେଲେ ବିପିନ ସାହା(୩୨। ତଙ୍କ ଘର ସ୍ଥାନୀୟ ପୁରୁଣାବସ୍ତିରେ। ତାଙ୍କ ନିକଟରୁ ପୋଲିସ ୭୪ ହଜାର...

ରାସ୍ତାରେ ପକାଇଥିଲେ ବାଲି, ଚିପ୍ସ : କହିବାରୁ ବାପା, ଝିଅଙ୍କୁ ହାଣିଲେ

ଭଦ୍ରକ ଅଫିସ,୧୬।୭: ସାମାନ୍ୟ କଥାରୁ ବାପାଝିଅଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧୀନ ଏଲଖା ଗାଁରେ। ଉଭୟ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଲକ୍ଷ୍ମଣ ମିଶ୍ର, ଝିଅ...

ଦାରୁକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା ଦାବି

ଖୋର୍ଦ୍ଧା ଅଫିସ,୧୬।୭: ଖୋର୍ଦ୍ଧାଠାରୁ ୧୦ କିଲୋମିଟର ଦୂରରେ ରହିଛି ଦଧିମାଛଗାଡ଼ିଆ ଗ୍ରାମ। ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ଏହି ଗ୍ରାମ ପରିଚିତ। ୧୯୯୬ ନବକଳେବରରେ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ନିମନ୍ତେ ଏହି କ୍ଷେତ୍ରରୁ ଦାରୁ ଚିହ୍ନଟ ହୋଇଥିବାରୁ ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ପ୍ରସିଦ୍ଧି...

ଚାକିରି ଛାଡ଼ି ସଫଳ ଚାଷୀ

ଖୋର୍ଦ୍ଧା ଅଫିସ,୧୬।୭: କଥାରେ ଅଛି, ନିଷ୍ଠା ଏବଂ ଏକାଗ୍ରତା ଥିଲେ ସଫଳତା ଆପେ ଆପେ ଆସିଥାଏ। ଏହାର ଚାକ୍ଷୁଷ ଉଦାହରଣ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବୋଲଗଡ଼ ଗ୍ରାମର ଚାଷୀ ରବୀନ୍ଦ୍ର କୁମାର ସାମନ୍ତରାୟ (୫୫)। ଚାକିରି ଛାଡ଼ି ୪...

ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୧୬ା୭: ବଲାଙ୍ଗୀର ସହର ସାଲେପାଲିଠାରେ ଥିବା ପ୍ୟାକ୍ସ ସମ୍ପାଦକ ମସୁଦ ମହମ୍ମଦଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏହି ଚଢ଼ାଉ କରାଯାଇଛି । ମସୁଦ ସୁବର୍ଣ୍ଣପୁର ଜିଲାର...

୩୦ ମିଟର ନୂଆ ମାଟିବନ୍ଧ ଅତଡ଼ା ଧସିଲା

ମହାକାଳପଡ଼ା,୧୬ା୭(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅଧୀନ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ସଂଲଗ୍ନ ମହାନଦୀର ସାମୁଦ୍ରିକ ଜୁଆର କୂଳ ଲଙ୍ଘିବାରେ ଲାଗିଛି। ଲୁଣା ଘେରିବନ୍ଧ, ଚଳିତବର୍ଷ ବାହାକୁଦ-ମହାନଦୀ ଫେରି ଘାଟଠାରୁ ୧ କିମି କାଜୁ ଜଙ୍ଗଲକୁ ଏକ ନୂତନ ବନ୍ଧ...

୪ ଶିଶୁ ଅପପୁଷ୍ଟିର ଶିକାର

କଳିଙ୍ଗନଗର,୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ସଂସାଇଲୋ ପଞ୍ଚାୟତ ଅଧୀନ ନାକଦେଇ ଗ୍ରାମ। ସେହି ଗ୍ରାମର ୪ ଆଦିବାସୀ ଭାଇଭଉଣୀ ଏବେ ଅପପୁଷ୍ଟିର ଶିକାର ହୋଇଛନ୍ତି। ଚାଲିବାକୁ ସେମାନଙ୍କର ଶକ୍ତି ନାହିଁ। ସାନ ଭାଇ ଓ ଭଉଣୀ ଏବେ ବିଛଣାରୁ...

ଆଜି ହେରାପଞ୍ଚମୀ

ପୁରୀ ଅଫିସ,୧୬।୭: ଆଷାଢ଼ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଶୁକ୍ରବାର ହେରାପଞ୍ଚମୀରେ ମା’ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ମହାପ୍ରଭୁଙ୍କ ନିକଟକୁ ବିଜେ କରିବେ। ତାଙ୍କୁ ମହାପ୍ରଭୁ ସାଙ୍ଗରେ ନବଦିନାତ୍ମକ ଯାତ୍ରାରେ ନେଇ ନ ଥିବାରୁ ସେ ଅଭିମାନରେ ନନ୍ଦିଘୋଷ...

ମହାମାରୀ ଦେଖାଇଲା ନୂଆ ବାଟ

କେନ୍ଦୁଝର,୧୬।୭(ସ୍ବ.ପ୍ର.): ପେସା ଶିକ୍ଷକତା, ହେଲେ କରୋନା ବେଳେ ସମୟର ସଦୁପଯୋଗ କରି ଚାଷକୁ ନିଶା ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ଜିତେନ୍ଦ୍ର ମହାନ୍ତ। ଗ୍ରାମଠାରୁ ପ୍ରାୟ ୧୦୦...

ତିନିରଥ ଚକ, ପ୍ରଭାରେ ଫାଟ

ପୁରୀ ଅଫିସ,୧୬ା୭:ତିନି ରଥର ଚକ ଓ ପ୍ରଭାରେ ଫାଟ ହୋଇଛି। ତାଳଧ୍ୱଜ ରଥ ଆଗପାର୍ଶ୍ୱ ଚକରେ ବଡ଼ ଫାଟ ହୋଇ ଚକଟି ଗୋଟିଏ ପାର୍ଶ୍ୱକୁ ମୋଡ଼ିଯାଇଥିବାବେଳେ ଦର୍ପଦଳନ ଓ ନନ୍ଦିଘୋଷରେ ସାମାନ୍ୟ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଦକ୍ଷିଣମୋଡ଼ ପୂର୍ବରୁ...

ଯନ୍ତ୍ରଣାରୁ ମୁକୁଳିଲା ଜୀବିକା

ଅନୁଗୋଳ/ ଢେଙ୍କାନାଳ ଅଫିସ, ୧୬ା୭ ରାସ୍ତା ପାର୍ଶ୍ୱରୁ ରାସ୍ତା ଉପରକୁ ଆସିବ ବସ୍‌। ଜିମ୍‌, ପାର୍ଲରରୁ ଖୋଲିବ ତାଲା। ପଡ଼ିଆକୁ ଫେରିବ କ୍ରୀଡ଼ା। ପୂର୍ବାପେକ୍ଷା ଅଧିକ ସମୟ ଚାଲିବ ବ୍ୟବସାୟ। ଗୁରୁବାର ଘୋଷିତ ନୂଆ ଲକଡାଉନ କଟକଣାରେ ଜୀବିକାକୁ ଦିଆଯାଇଛି...

ପଞ୍ଜାବରୁ କଟକ ଆସୁଥିଲା ସୁନା

କଟକ ଅଫିସ,୧୬ା୭: ପଞ୍ଜାବରୁ ଓଡ଼ିଶାକୁ ଆସୁଥିଲା ପୁଳା ପୁଳା ସୁନା। ପରେ କଟକର ବିଭିନ୍ନ ଦୋକାନରେ ବିକ୍ରି ହେଉଥିଲା। ଏଥିପାଇଁ ଦୋକାନୀଙ୍କୁ ଜିଏସ୍‌ଟି ଦେବାକୁ ପଡୁ ନ ଥିଲା। ଟ୍ରେନ୍‌ରେ କୌଣସି ଧରପଗଡ଼ ନ ଥିବାରୁ ଦୀର୍ଘଦିନ ଧରି ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri