ଆମ ଜିଲା ଖବର

୨୦୨୨ରୁ ପୁରୀରୁ ଉଡ଼ିବ ବିମାନ

ପୁରୀ ଅଫିସ,୪ା୭: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ୨୦୨୨ରୁ ପୁରୀରୁ ବିମାନ ଉଡ଼ିବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁରୀକୁ ଦେଶ ବିଦେଶରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଆସିଥାନ୍ତି। ଯଦିଓ କରୋନା ମହାମାରୀ...

ଭିତରକନିକାରେ ଶୁଭିଲାଣି ଦେଶୀୟ ପକ୍ଷୀଙ୍କ କଳରବ

ରାଜନଗର,୪ା୭(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଏବେ ଦେଶୀୟ ପକ୍ଷୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାର ମଠଆଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଏବେ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ୱ...

ବିଧାୟକଙ୍କ ବିବାହରେ କୋଭିଡ୍‌ ନିୟମ ଉଲ୍ଲଂଘନ

ଭଦ୍ରକ ଅଫିସ, ୪।୭: ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କ ବିବାହ ସମାରୋହରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ‘ଚିଲିକା ରିସର୍ଟ’ରେ ଅନୁଷ୍ଠିତ ବିବାହ ଉତ୍ସବର ଏକ ଭିଡିଓ ଏବେ...

ପ୍ଲାଣ୍ଟ ବନ୍ଦ ବେଳେ ତଦନ୍ତ

ଯାଜପୁର ଅଫିସ,୪ା୭: ଜଳ ପ୍ରଦୂଷଣକୁ ନେଇ କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ୍‌ ଲିମିଟେଡ୍‌(ବିଆର୍‌ପିଏଲ୍‌) କାରଖାନାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦ୍ୱାରା ହୋଇଥିବା ତଦନ୍ତ ରିପୋର୍ଟ ଜୁଲାଇ ୧ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିକଟରେ ଦାଖଲ ହୋଇଛି। ଏହାସହ...

ସାପୁଆ ନଦୀ ପ୍ରଦୂଷଣ ମୁକ୍ତ ଦାବି

ଆଠଗଡ,୪ା୭(ସ୍ବ.ପ୍ର.): ସାପୁଆ ନଦୀକୁ ପ୍ରଦୂଷଣ ମୁକ୍ତ ଓ ଗୋଡ଼ିଝରିଆ ଜଳ ଯୋଗାଣ ପ୍ରକଳ୍ପରୁ ପାନୀୟଜଳ ଯୋଗାଇବାକୁ ଆଠଗଡ କଂଗ୍ରେସ ପକ୍ଷରୁ ଶନିବାର ଦାବି କରାଯାଇଛି। ଏନେଇ ଦଳୀୟ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ...

ମାନ୍ଦା ବେଳେ ମହଙ୍ଗା ମାଡ଼

କାମାକ୍ଷାନଗର, ୪।୭: ଦୀର୍ଘ ଦେଢ଼ବର୍ଷ ହେଲା କରୋନା କଷଣରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା। ହାତରେ କାମ ନାହିଁ। ସାଇତିଥିବା ଧନ ସରିଗଲାଣି। ଏଭଳି ସମୟରେ ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା...

ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର: ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର

ବାଲେଶ୍ୱର ଅଫିସ, ୪।୭- ବାଲେଶ୍ୱର ଜିଲା ରେମୁଣା ତହସିଲ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ଓ ପ୍ରାକ୍‌ ଐତିହାସିକ ସଭ୍ୟତାର ସନ୍ଧାନ ମିଳିଛି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ପ୍ରାକ୍‌ ଐତିହାସିକ ସଭ୍ୟତାଠାରୁ ଆରମ୍ଭ କରି ବୌଦ୍ଧ, ଜୈନ ଓ...

ବୈତରଣୀ ଶଯ୍ୟାରେ ଧାନ ଚାଷ

କେନ୍ଦୁଝର, ୪।୭ (ସ୍ବ.ପ୍ର.)-ବୈତରଣୀ ନଦୀଶଯ୍ୟାରେ ହେଉଛି ଧାନ ଚାଷ। ଶୁଣିଲେ ବା ନ ଦେଖିଲେ ବିଶ୍ୱାସ ହେବ ନାହିଁ ା ଯେଉଁ ନଦୀରେ ବନ୍ୟା ଯୋଗୁ କେନ୍ଦୁଝର, ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କ୍ଷୟକ୍ଷତି ହେଉଛି ସେହି...

୩ ମାସ ଧରି ଘରେ ଅଛି କାର୍‌, ଅନ୍‌ଲାଇନ୍‌ରେ ଫାଇନ୍‌ ଆସିଛି ୩୦୦୦ ଟଙ୍କା

ଭଦ୍ରକ ଅଫିସ,୪ା୭: ଆରଟିଓ ଏବଂ ପୋଲିସ ବିଭାଗର ଅଜବ ନିୟମ। ଦୀର୍ଘ ତିନି ମାସ ଧରି ଘରେ ଥିବା ଏକ କାର୍‌ ଉପରେ ଲାଗିଛି ୩ ହଜାର ଟଙ୍କା ଫାଇନ୍‌। ଯାହାକୁ ନେଇ ଏବେ ଚିନ୍ତାରେ କାର୍‌ ମାଲିକ। ସୂଚନାନୁଯାୟୀ,...

ଦେଢ଼ଶୁରଙ୍କୁ କୋଡ଼ିରେ ହାଣି ହତ୍ୟା କଲେ ଭାଇବୋହୂ; ପ୍ରତିଶୋଧ ନେବା ପାଇଁ…

ଜଗନ୍ନାଥପ୍ରସାଦ,୪ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ବେଢାସାହି ଗ୍ରାମରେ ଶନିବାର ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଭାଇବୋହୂ କୋଡ଼ିରେ ହାଣି ଦେଢ଼ଶୁରଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ସନ୍ତୋଷ ନାୟକ (୩୮)। ପୋଲିସ ମୃତଦେହକୁ ଜବତ...

ସୋମବାରଠାରୁ ଗଞ୍ଜାମରେ କୋଭାକ୍ସିନ ଟିକାକରଣ

ଛତ୍ରପୁର,୪ା୭(ଡି.ଏନ୍‌.ଏ.): ଭୁବନେଶ୍ୱର ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲାରେ କୋଭାକ୍ସିନ ପହଞ୍ଚିଛି। ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲା ପାଇଁ ୧ ଲକ୍ଷ ୪୦ ହଜାର କୋଭାକ୍ସିନ ପହଞ୍ଚିବା ପରେ ଏହାକୁ ରବିବାର ଟିକାଦାନ କେନ୍ଦ୍ରକୁ ପଠାଇ କାର୍ଯ୍ୟ...

ପୁଅ ପ୍ରେମ ବିବାହ କରି ଚାଲିଯିବା ପରେ ବାପାଙ୍କ ବର୍ବର କାଣ୍ଡ: ସ୍ତ୍ରୀ, ଝିଅଙ୍କୁ ଶାବଳରେ ପିଟି ମାରିଦେବା ପରେ ନିଜେ କଲେ ଆତ୍ମହତ୍ୟା

ଜଗତ୍‌ସିଂହପୁର ଅଫିସ, ୪ା୭: ସ୍ତ୍ରୀ ଓ ଝିଅଙ୍କୁ ଶୁକ୍ରବାର ରାତିରେ ଶାବଳରେ ପିଟି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଜୋତଚଣ୍ଡପାଟଣାରେ। ମୃତକମାନେ ହେଲେ ଲୋକନାଥ ପାଳ(୫୪), ସ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri