ଆମ ଜିଲା ଖବର

ଜେଲ୍‌ରୁ କଏଦୀ ଚମ୍ପଟ

ହିନ୍ଦୋଳ,୨ା୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ସବ୍‌ଜେଲରୁ ଶୁକ୍ରବାର ଜଣେ ବିରାରାଧୀନ କଏଦୀ ପାଚେରି ଡେଇଁ ଚମ୍ପଟ ମାରିଛନ୍ତି। ତାଙ୍କ ନାମ ବିରଞ୍ଚି ବେହେରା। ସେ ଏକ ହତ୍ୟା ଘଟଣାରେ୨୪ ତାରିଖରୁ ଜେଲ୍‌ରେ ଥିଲେ। ତାଙ୍କ ଘର ରାସୋଳ ଥାନା ଦଣ୍ଡିରୀ...

ମଣ୍ଡିରେ ଅବ୍ୟବସ୍ଥା ନେଇ ଭାଜପାର ଧାରଣା

ବଲାଙ୍ଗୀର ଅଫିସ,୨ା୭: ରବିଋତୁରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ବଲାଙ୍ଗୀର ଭାଜପା ପକ୍ଷରୁ ଶୁକ୍ରବାର ଜିଲା ଯୋଗାଣ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ବିଭିନ୍ନ ଦାବି ନେଇ ସେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଣ୍ଡିରେ ଧାନ ପଡି ରହିବା, ମିଲ୍‌...

ହାଇଓ୍ବା ଚକା ତଳେ ଚାଲିଗଲା ଯୁବକଙ୍କ ଜୀବନ

ଚୌଦ୍ୱାର,୨ା୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ କଜଳକଣାରେ ଚାଲିଥିବା ମୋରମ ଖାଦାନରେ ହାଇଓ୍ବା ଚକା ତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ମୃତଦେହ ଜବତ...

ଫାର୍ମରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ଲକ୍ଷାଧିକ ଟଙ୍କାର କୁକୁଡ଼ା

ବୁଗୁଡ଼ା,୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ହାଉସ୍‌ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଣାପଡ଼ିଛି। ଖୋଳଖାଳି ଗ୍ରାମର ଶେଷଦେବ ବିଷୋୟୀ ଦଣ୍ଡାସି ବଞ୍ଜର ଛକ ନିକଟରେ ନୂତନ...

ଚାଷ କରୁଛନ୍ତି ଅତିରିକ୍ତ ତହସିଲଦାର

ମାଲକାନଗିରି/ଚିତ୍ରକୋଣ୍ଡା,୨ା୭(ଡି.ଏନ.ଏ.): ସେ ଯେତେବେଳେ ସମୟ ପାଆନ୍ତି ଗାଁକୁ ଚାଲିଯାନ୍ତି। ଆଉ ଗାଁରେ ନିଜ ଚାଷଜମିରେ ଚାଷ କରନ୍ତି। ଚାଷ କାମ ଯାହାର କି ଆନନ୍ଦ ତାହାର ଉକ୍ତିକୁ ଅନୁଭବ କରି ନିଜ ଜୀବନରେ ତା’ର ପ୍ରୟୋଗ କରିଛନ୍ତି ଏହି ବ୍ୟକ୍ତି...

ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ବେଗୁନିଆ,୨।୭(ଡି.ଏନ୍‌.ଏ.): ବିଭିନ୍ନ କାରଣରୁ ଏବେ ଚାଷରୁ ଚାଷୀ ଧୀରେ ଧୀରେ ମୁହଁ ଫେରାଇ ନେଉଛନ୍ତି। ଫଳରେ ଚାଷ ଜମି ପଡ଼ିଆ ପଡୁଛି। ମାତ୍ର ଏଥିପ୍ରତି କୃଷି ବିଭାଗ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ...

ବଡ଼ଚଣା ପ୍ୟାକ୍ସରେ ମହାଦୁର୍ନୀତି

ଯାଜପୁର ଅଫିସ,୨।୭: ଚାଷୀଙ୍କୁ ସେବା ଯୋଗାଇ ଦେବାକୁ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ) ପ୍ରତିଷ୍ଠା କରାଯାଇଛି। ଅଥଚ ଯାଜପୁର ଜିଲାର ପ୍ୟାକ୍ସଗୁଡ଼ିକରେ ସେବା ନାମରେ ଶତାଧିକ ଚାଷୀଙ୍କ ଋଣ, ବୀମା ଓ ଧାନ ବିକ୍ରି ଅର୍ଥ ହରିଲୁଟ ହେଉଛି।...

ବିପଦରେ ବିରଳ ପ୍ରଜାତିର ହର୍ଲି କଙ୍କଡ଼ା

ମହାକାଳପଡ଼ା,୨।୭(ଡି.ଏନ୍‌.ଏ.): ଜୈବ ବିବିଧତା ଓ ମୃତ୍ତିକା ଉର୍ବରତା ସହ ପରିବେଶ ସନ୍ତୁଳନ ରକ୍ଷା କରିବାରେ ବିରଳ ପ୍ରଜାତିର ସାମୁଦ୍ରିକ ହର୍ଲି କଙ୍କଡ଼ାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଏହି ବିରଳ ହର୍ଲି କଙ୍କଡ଼ା ସମୁଦ୍ର କୂଳିଆ ବାଲିଆ ଦୋରସା ପଟୁ ମାଟିରେ...

୫ରୁ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ

ଭୁବନେଶ୍ୱର,୨।୭(ବ୍ୟୁରୋ): ସରକାର ଜୁଲାଇ ୧ରୁ ୧୬ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍‌ କଟକଣାକୁ କୋହଳ କରିଛନ୍ତି। ଏହାକୁ ବିଚାର କରି ଆସନ୍ତା ୫ରୁ ୧୭ତାରିଖ ପର୍ଯ୍ୟନ୍ତ କଟକଣା ମଧ୍ୟରେ ହାଇକୋର୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ପ୍ରତ୍ୟେକ କାର୍ଯ୍ୟ...

ତଦନ୍ତ କରିବାକୁ ଯାଇ ମାଡ଼ ଖାଇଲା ପୋଲିସ

ଜଗତ୍‌ସିଂହପୁର ଅଫିସ/ରାହାମା,୨।୭ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ରାହାମାର ତେରମାଣପୁର(ବାଲିସାହି) ଗଁାରେ ଏକ ଚୋରି ଘଟଣାରେ ଗୁରୁବାର ପୋଲିସ ତଦନ୍ତ କରିବାକୁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଛି। ରଞ୍ଜିତ ବରାଳ ଓରଫ ନନ୍ଦ (୩୫) ହାବିଲଦାରଙ୍କ ଲାଠି ଛଡ଼ାଇ...

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ: ପ୍ରଥମ କୁଳସଚିବ ଭାବେ ଦାୟିତ୍ୱ ନେଲେ ନିରୁପମା ସ୍ବାଇଁ

କଟକ ଅଫିସ,୨।୭: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳସଚିବ ଭାବେ ଓଏଏସ୍‌ ଅଫିସର ନିରୁପମା ସ୍ବାଇଁ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର କମଲଜିତ ସିଂ ତାଙ୍କୁ ସ୍ବାଗତ କରିଥିଲେ। ନିରୁପମା ଦାୟିତ୍ୱ ଗ୍ରହଣ କରିବାବେଳେ ଡ....

ରାଜ୍ୟରେ ନକଲି ଔଷଧ କାରବାର ଘଟଣା: ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୨।୭: ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ଦାବିକରି ଆମ୍‌ ଜନତା ଅଧିକାର ଟ୍ରଷ୍ଟର ଆବାହକ ବାସୁଦେବ ଭଟ୍ଟ ଗୁରୁବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଆବେଦନକାରୀ ଭଟ୍ଟ ଏହି ମାମଲାରେ ସିବିଆଇ ନିର୍ଦ୍ଦେଶକ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri