ଆମ ଜିଲା ଖବର

ହାତୀକୁ ଧକ୍କାଦେଲା ଟ୍ରେନ୍‌

କେନ୍ଦୁଝର,୯।୫(ସ୍ବ.ପ୍ର.): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧିନସ୍ଥ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଶନିବାର ରାତିରେ ରେଳ ଦୁର୍ଘଟଣା ପରେ ଆହତ ହୋଇଥିବା ହାତୀର ଅବସ୍ଥାରେ ସୁଧାର ହେଉନି। ହାତୀର ଗୋଡ଼ରେ ମାଡ଼ ହୋଇଥିବାରୁ ଠିଆ ହୋଇପାରୁନି। ଏଣୁ ତଳେ...

ଅନ୍ତର୍ଜାତୀୟ ମାତୃ ଦିବସରେ ବାଲୁକା କଳାକୃତି: ଦୁଇ ଯୁବ ବାଲୁକା ଶିଳ୍ପୀଙ୍କୁ ଛୁଟୁଛି ପ୍ରଶଂସାର ସୁୁଅ

ଗଞ୍ଜାମ,୯।୫(ଡି.ଏନ୍‌.ଏ.): ମେ ୯ ତାରିଖକୁ ଅନ୍ତର୍ଜାତୀୟ ମାତୃ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ର ବେଳାଭୂମିରେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବ ବାଲୁକା ଶିଳ୍ପୀ କଣ୍ଟିଆଗଡ଼...

ଶଟ୍‌ଡାଉନ୍‌ରେ ଗଞ୍ଜାମ ସହର ଖାଁ ଖାଁ : ଅମାନିଆଙ୍କୁ ସାବାଡ ପାଇଁ…

ଗଞ୍ଜାମ,୯।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ସହ ପୂର୍ବରୁ ଜାରି ହୋଇଥିବା ଶଟ୍‌ଡାଉନ୍‌ ମଧ୍ୟ ବଳବତ୍ତର ରହିଛି। ପ୍ରତି ଶନିବାର ଓ ରବିବାର ଦୁଇଦିନ ଶଟଡାଉନ ଘୋଷଣା...

କୋଭିଡ୍‌ ମୃତଦେହ ସତ୍କାର ନେଇ ଉତ୍ତେଜନା

ଖୋର୍ଦ୍ଧା ଅଫିସ,୯।୫: ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ରାସ୍ତାରେ ରହିଥିବା ଏକ ଶ୍ମଶାନରେ କୋଭିଡ୍‌ ରୋଗୀଙ୍କ ମୃତଦେହ ସତ୍କାର ନେଇ ଶନିବାର ଉତ୍ତେଜନା ପ୍ରକାଶ ପାଇଛି। ଶ୍ମଶାନ ନିକଟରେ ରହିଥିବା ଗ୍ରାମବାସୀଙ୍କ ବିରୋଧ ପରେ ଆମ୍ବୁଲାନ୍ସରେ ଆସିଥିବା କର୍ମଚାରୀମାନେ ମୃତଦେହ ନେଇ...

ଡ୍ରୋନ୍‌ ନଜରରେ ଅଜଗର

ଖୋର୍ଦ୍ଧା ଅଫିସ,୯।୫: ଚନ୍ଦକା ବନଖଣ୍ଡ ହଳଦିଆ ବନାଞ୍ଚଳ ଅଧୀନ ଖୋର୍ଦ୍ଧା ଜିଲା ମଲ୍ଲୀପୁର ପଞ୍ଚାୟତର ଗଡ଼ନିଆଳ ଗଁା ପାଖ ଜଙ୍ଗଲରେ ଗର୍ଭବତୀ ଅଜଗର ସାପକୁ ଗ୍ରାମବାସୀ ଏବଂ ବନ ବିଭାଗ ସୁରକ୍ଷା ଦେଉଛନ୍ତି। କରୋନା ସମୟରେ ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ...

ଗଣ୍ଡାନାଳରେ ବିଆର୍‌ପିଏଲ୍‌ର ବିଷାକ୍ତ ବର୍ଜ୍ୟଜଳ ମିଶିବା ମାମଲା: ଏସ୍‌ପିସିବି ରିପୋର୍ଟକୁ ଅପେକ୍ଷା

ଯାଜପୁର ଅଫିସ,୯।୫: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌୍‌)ର ବିଷାକ୍ତ ବର୍ଜ୍ୟଜଳ ଗଣ୍ଡାନାଳରେ ମିଶିବା ମାମଲାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ଠାରୁ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ରିପୋର୍ଟ ତଲବ କରିଛନ୍ତି। ଏନ୍‌ଜିଟିର...

ଟ୍ରେନ୍‌ ଧକ୍କାରେ ଦନ୍ତା ଗୁରୁତର

କେନ୍ଦୁଝର,୮।୫: କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ଗ୍ରାମ ନିକଟରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ଆହତ ହୋଇଛି। ହାତୀର ଆଗ ଗୋଡ଼ରେ ମାଡ଼ ହୋଇଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ଚିକିତ୍ସା ଆରମ୍ଭ...

ସୁନ୍ଦରଗଡ଼ ପୁଣି ଶୀର୍ଷରେ: ଚିନ୍ତାରେ ପ୍ରଶାସନ

ସୁନ୍ଦରଗଡ଼,୮।୫: ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ହାର ଥମିବାର ନାଆଁ ଧରୁନାହିଁ। ଗତ ୨୪ ଘଣ୍ଟାରେ ପୁଣି ୧,୯୨୨ ପଜିଟିଭ ଚିହ୍ନଟ ହୋଇ ଏହି ଜିଲା ଶୀର୍ଷରେ ରହିଛି। ମୋଟ ଆକ୍ରାନ୍ତ ମଧ୍ୟରେ କେବଳ ରାଉରକେଲାରେ ୮୦ ପ୍ରତିଶତ ସଂକ୍ରମିତ...

ସାପ ନେଲା ଭଉଣୀ ଭାଇଙ୍କ ଜୀବନ

ଆଳି,୮ା୫: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଭଉଣୀ, ଭାଇଙ୍କ ଜୀବନ ଯାଇଛି l ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି...

ବୃଦ୍ଧଙ୍କ ଗଳା କାଟିଦେଲେ

ମାଲକାନଗିରି/ପଡ଼ିଆ,୮ା୫: ମାଲକାନଗିରି ଜିଲା ପଡ଼ିଆ ବ୍ଲକ ନିଲିଗୁଡା ପଞ୍ଚାୟତ ନିଲିଗୁଡା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ୨ ଜଣ ଯୁବକ ଜଣେ ବୃଦ୍ଧଙ୍କୁ ଗଳା କାଟି ହତ୍ୟା କରିଥିଲେ। ମୃତକ ହେଲେ ଗ୍ରାମର ବୁଦୁରା ପଡିଆମି...

ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ

ଦାରିଙ୍ଗବାଡ଼ି,୮।୫: ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଲା ଉତ୍ସବ ଭୋଜି ଭାତର ଆୟୋଜନ ଶୁକ୍ରବାର କରାଯାଉଥିଲା। ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ଏବଂ ସବ୍‌ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ପହଞ୍ଚି ଭୋଜି ରନ୍ଧା ବନ୍ଦ କରିଥିଲେ। ଏପରିକି...

୧୭ ହାତୀଙ୍କ ଉତ୍ପାତ, ନାକେଦମ ବନ ବିଭାଗ

ଚମ୍ପୁଆ,୮।୫: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଚମ୍ପୁଆ ଓ ଉଖୁଣ୍ଡା ଅଞ୍ଚଳରେ ୬ଦିନ ଧରି ହାତୀ ପଲଙ୍କ ଉପତ୍ାତ ଜାରି ରହିଛି। ଏଥିରେ ବନ ବିଭାଗ ନାକେଦମ ହୋଇଥିବା ବେଳେ ଉଖୁଣ୍ଡା ଓ ଚମ୍ପୁଆ ସେକ୍ସନର ସ୍କାଡକୁ ହାତୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri