ଆମ ଜିଲା ଖବର

ନିଲମ୍ବିତ କନଷ୍ଟେବଳ, ଜେଲ ଓ୍ବାର୍ଡର ଗିରଫ

କଟକ ଅଫିସ/ସମ୍ବଲପୁର (ବ୍ୟୁରୋ) ୨୧।୪: କଟକ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଫେରାର ହେବା ଘଟଣାରେ ମଙ୍ଗଳବାର ପୋଲିସ ୨ ଜଣଙ୍କୁ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ହାଇଦର ଫେରାର ଦିନ ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ...

ଓଏପିଏଫ୍‌ ଯବାନଙ୍କୁ ମାଡ଼ମାରିଲେ ପୋଲିସ ସର୍ଜେଣ୍ଟ, ସହଯୋଗୀ

ଭବାନୀପାଟଣା, ୨୧।୪ (ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ସୋମବାର ରାତିରେ ତୁମୁଳକାଣ୍ଡ ଘଟିଛି। ରିଜର୍ଭ ଅଫିସରେ ମୁତୟନ ଓଏପିଏଫ୍‌ ଯବାନ ଓ ସର୍ଜେଣ୍ଟଙ୍କ ମଧ୍ୟରେ କାମ କରିବାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ...

ଚାକିରି ସ୍ଥାୟୀ ନ ହେବାରୁ ଆତ୍ମାହୁତି

ସମ୍ବଲପୁର, ୨୧।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର (୫୦) ମଙ୍ଗଳବାର ଆତ୍ମାହୁତି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ସେ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ...

କଟକଣା ମାନିଲେ କମିବ କରୋନା

ଢେଙ୍କାନାଳ ଅଫିସ, ୨୧।୪ ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା। ସହରାଞ୍ଚଳରେ ସଂକ୍ରମଣ ବଢିବାରେ ଲାଗିଛି। ଅଧିକ ଶକ୍ତିଶାଳୀ ହୋଇ ବାହୁଡ଼ିଥିବା ଭୂତାଣୁକୁ ପ୍ରତିହତ କରିବା ଏବେ ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ପାଲଟିଥିବାବେଳେ ନୂଆ କରି ଜାରି କରାଯାଇଛି କୋଭିଡ୍‌...

କଟକଣା ଲଙ୍ଘି ଦେଲେଣି କୋଟିଏ

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୨୧ା୪ – କରୋନାର ଦ୍ୱିତୀୟ ଲହରକୁ ନେଇ ସବୁଠି ଏବେ ଆତଙ୍କ। ରାଜ୍ୟରେ ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହେଲାଣି। ଅନୁଗୋଳରୁ ପ୍ରତିଦିନ ଶହେ ପାଖାପାଖି ପଜିଟିଭ୍‌ ଚିହ୍ନଟ ହେଲେଣି। ତଥାପି...

ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉନି: ଅସମ୍ଭାଳ ସ୍ଥିତିରେ କରୋନା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣ ସ୍ଥିତି ଜଟିଳ ହେବାରେ ଲାଗିଛି। ବେକାବୁ ସ୍ଥିତିର ମୁକାବିଲା କରିବା ପାଇଁ ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା ମୁଖ୍ୟ ଆଧାର। ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ଖୁବ୍‌ କମ୍‌ ସମୟ ମଧ୍ୟରେ ମିଳିଯାଉଥିବାରୁ...

ସହାୟତା ଅପେକ୍ଷାରେ ୩ ଅନାଥ ଭଉଣୀ ଭାଇ

ଠାକୁରମୁଣ୍ଡା,୨୧ା୪(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଡଙ୍ଗାଡ଼ିହା ଗ୍ରାମ ଘୁଟୁ ସାହିରେ ୩ ଅନାଥ ଭଉଣୀ ଭାଇ ଅସହାୟ ଭାବେ ଜୀବନ ଅତିବାହିତ କରୁଛନ୍ତି। ୨ ବର୍ଷ ପୂର୍ବେ ସେମାନଙ୍କ ବାପା ଡବ ଶିରକାଙ୍କ ମୃତ୍ୟୁ ହୋଇଥିଲା...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଘଟଣ: ମାନସିକ ଚାପ ପ୍ରତିବାଦରେ ଆତ୍ମହତ୍ୟା ଉଦ୍ୟମ କଲେ କର୍ମଚାରୀ

ସମ୍ବଲପୁର,୨୦।୪(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ। ବିଶ୍ୱବିଦ୍ୟାଳୟର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ବରିଷ୍ଠ ଅଧିକାରୀଙ୍କ ଚାପ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ଦୀନବନ୍ଧୁ। ମଙ୍ଗଳବାର ସକାଳେ କର୍ମଚାରୀଜଣଙ୍କ ହଠାତ ନିଜ ଦେହରେ ପେଟ୍ରୋଲ ଢାଳି...

ଗାଁରେ ପହଞ୍ଚି ପାରିଲେନି: ଟ୍ରେନ୍‌ରେ ଆଖି ବୁଜିଲେ ସୁରଟ ଫେରନ୍ତା, ବ୍ରହ୍ମପୁର ଷ୍ଟେଶନରେ ପଡିରହିଛି ମୃତଦେହ

ଗଞ୍ଜାମ,୨୦।୪(ଡି.ଏନ୍‌.ଏ.): ବର୍ତ୍ତମାନ ସମୟରେ ସାରା ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବିସ୍ଫୋରକ ରୂପ ଧାରଣ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଆଦି ଘୋଷଣା କରାଯାଉଛି। ଏଥିରେ ଭୟଭୀତ ହୋଇ ଓଡ଼ିଶା ବାହାରେ ରହୁଥିବା...

ଶ୍ରୀରାମ ନବମୀ, ଦାଣ୍ଡଯାତ୍ରା ଉପରେ କଟକଣା: ଜାରି ହେଲା ୧୪୪ ଧାରା

ନିଶ୍ଚିନ୍ତକୋଇଲି,୨୦।୪(ସ୍ବ.ପ୍ର.): ଓଡ଼ିଶା ପ୍ରସିଦ୍ଧ ଦାଣ୍ଡ ଯାତ୍ରା ଉପରେ କଟକଣା ଲାଗିଛି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ପଞ୍ଚାୟତ ଅଧୀନ ମାଲିପୁର ଗ୍ରାମରେ ଥିବା...

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୨ ଗିରଫ

କଟକ ଅଫିସ,୨୦।୪: କଟକ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଫେରାର ମାମଲାରେ ମଙ୍ଗଳାବାଗ ଥାନା ପୋଲିସ ମଙ୍ଗଳବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନଷ୍ଟେବଳ ମହମ୍ମଦ ମୌସିମ, ସମ୍ବଲପୁର ଜେଲର ଜଣେ ଓ୍ବାର୍ଡର। ତେବେ ମୌସିମ ହାଇଦର...

ତାରାତାରିଣୀ ପୀଠ ଖାଁ ଖାଁ: ବାସନ୍ତୀ ଦୂର୍ଗା ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଛି। କରୋନା କଟକଣା ମଧ୍ୟରେ କେବଳ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ହୋଇଛି। ରାତିରୁ ମନ୍ଦିର ଫିଠାଯାଇ ମା’ଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri