ଆମ ଜିଲା ଖବର

ଯମେଶ୍ୱର ମନ୍ଦିର ଅବହେଳିତ

ପୁରୀ ଅଫିସ,୯।୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହିସାବକିତାବ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ବୁଝିଥାଏ। ଅର୍ଥାତ ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ବଜେଟ୍‌ ଉପସ୍ଥାପନ କରି ଆୟବ୍ୟୟ ଦର୍ଶାଇଥାଏ। ସେହିଭଳି ପରମ୍ପରା ଅନୁଯାୟୀ, ପ୍ରଭୁ ଯମେଶ୍ୱର ହେଉଛନ୍ତି ଶ୍ରୀମନ୍ଦିରର ହିସାବ ରକ୍ଷକ। ସେ ବର୍ଷକୁ...

ରଗଡ଼ି ଛକରେ ଜଳ ସଙ୍କଟ ଉତ୍କଟ

ରଗଡି,୯।୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ରଗଡି ଛକ ଆନନ୍ଦପୁରର ମୁଖ୍ୟ ଫାଟକ ଭାବେ ପରିଚିତ। କେନ୍ଦୁଝର ସୀମାନ୍ତରୁ ମାତ୍ର ୨ କି.ମି ପୂର୍ବରୁ ଅବସ୍ଥିତ ଏହି ଛକରେ ପ୍ରତିଦିନ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଭିଡ଼ ଜମେ...

ବାଘର ଠିକଣା ବାଘୁଆମେଦ

ମହାକାଳପଡ଼ା,୯।୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ଅତୀତର ଅନେକ କାହାଣୀ ଏବେବି ସତେଜ ହୋଇରହିଛି। କାଳକ୍ରମେ ଅନୁପ୍ରବେଶକାରୀଙ୍କ ଯୋଗୁ ହେନ୍ତାଳବଣ ଧ୍ୱଂସ ପାଇ ଜନବସତି ଗଢିଉଠିଛି। ଜଙ୍ଗଲ ଧ୍ୱଂସ ଯୋଗୁ ବସବାସ କରୁଥିବା ଜୀବଜନ୍ତୁ ଲୋପ ପାଇଯାଇଛନ୍ତି। କୁଜଙ୍ଗ ରାଜାଙ୍କ...

ପଥର ପ୍ୟାକିଂ କାର୍ଯ୍ୟ ନିମ୍ନମାନର

ନାଉଗାଁ,୯।୪(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପ୍ରବାହିତ ଦେବୀ ନଦୀର ଦୁର୍ବଳ ସ୍ଥାନକୁ ପ୍ରଶସାନ ପକ୍ଷରୁ ଚିହ୍ନଟ କରାଯାଇ ପଥର ପ୍ୟାକିଂ କରାଯାଉଛି। ଏଥିସହ ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ଜଳ ସମ୍ପଦ ବିଭାଗ ଅଧୀନରେ ଚାଲିଥିବା ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା...

ବିବାହର ଘଣ୍ଟାଏ ପୂର୍ବରୁ କନ୍ୟା ଫେରାର: ଅନ୍ୟତ୍ର ବିବାହ କରି ଘରକୁ ଫେରିଲେ ବର

ଗୋପ,୯।୪(ଡି.ଏନ୍‌.ଏ.): ବିବାହ କରି ନୂଆ ସଂସାର ଗଢ଼ିବାକୁ ଆଶା ରଖିଥିଲେ ବର। ଏଥିପାଇଁ ସବୁପ୍ରକାର ନୀତି କାର୍ଯ୍ୟ ସାରି ବର ସଜେଇ ହୋଇ ମଣ୍ଡପକୁ ଆସିଥିଲେ। ହେଲେ ବିବାହ ପାଇଁ କନ୍ୟାକୁ ଖୋଜା ପଡ଼ିଥିବାବେଳେ ମୁହୂର୍ତ୍ତର ଠିକ୍‌ ଘଣ୍ଟାଏ ପୂର୍ବରୁ...

୫ ବର୍ଷ ହେଲା ଘରେ ବନ୍ଦୀ ବିଷ୍ଣୁପ୍ରସାଦ

କୋଣାର୍କ,୯।୪(ଡି.ଏନ୍‌.ଏ.): ଗୋଟିଏ ଘର ଭିତରେ ୫ବର୍ଷ ହେଲା ବନ୍ଦୀ ଜୀବନ କାଟୁଛନ୍ତି ବିଷ୍ନୁପ୍ରସାଦ ବେହେରା। ନା ହସଖୁସି ନା ଖୋଲା ଜୀବନ। ମାନସିକ ବିକାରଗ୍ରସ୍ତ ଯୋଗୁ ପରିବାର ଲୋକ ତାଙ୍କୁ ଗୋଟିଏ କୋଠରି ଭିତରେ ବନ୍ଦ କରି ରଖିଛନ୍ତି। କୋଣାର୍କ...

‘ଧରିତ୍ରୀ’ର ପୂର୍ବତନ କର୍ମଚାରୀଙ୍କ ଅକାଳ ବିୟୋଗ

ଭୁବନେଶ୍ୱର,୯।୪(ବ୍ୟୁରୋ): ଦୈନିକ ‘ଧରିତ୍ରୀ’ର ପୂର୍ବତନ କର୍ମଚାରୀ ଜଗତସିଂହପୁର ଜିଲା ବାଲିକୁଦା ଥାନା ଅଳାବର ପଞ୍ଚାୟତ କଣିହାଁ ଗ୍ରାମର ପ୍ରଶାନ୍ତ ରାଉତଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୪୫ ବର୍ଷ ହୋଇଥିଲା। ଗତ ନଭେମ୍ବରରୁ ସେ ଲିଭର କ୍ୟାନସରରେ ପୀଡ଼ିତ ଥିଲେ।...

ଏସ୍‌ଏସ୍‌ସି ଆସିଷ୍ଟାଣ୍ଟ ଅଡିଟ୍‌ ଅଫିସର ପରୀକ୍ଷା: ସର୍ବଭାରତୀୟ ସ୍ତରରେ ରୋଷନ ଟପ୍ପର

ଖୋର୍ଦ୍ଧା ଅଫିସ,୯।୪: କଠିନ ପରିଶ୍ରମ, ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସ୍ବପ୍ନ ଏବଂ ଦୃଢ଼ ମନୋବଳ ସଫଳତା ଆଣିଦିଏ। ଏହାର ଉଦାହରଣ ପାଲଟିଛନ୍ତି ଖୋର୍ଦ୍ଧା ଜିଲା ଜଟଣୀର ରୋଷନ ଜେନା। ସର୍ବଭାରତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରୋଷନ। ଏସ୍‌ଏସ୍‌ସି ଆସିଷ୍ଟାଣ୍ଟ...

ନଳକୂପ, ଜଳଯୋଗାଣ ପ୍ରକଳ୍ପ ଅଚଳ

କୃଷ୍ଣପ୍ରସାଦ,୯।୪(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ରାମଲଙ୍କା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ କାଗଜକଲମରେ ଚାଲିଥିବା କୁମାରପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ଚିଲିକା ଉପାନ୍ତ ଅଞ୍ଚଳ କୁମାରପୁର ଗାଁରେ ମଧୁର ଜଳ ସାତସପନ ହୋଇଛି।...

ମେଡିକାଲ ପଛ ଜଙ୍ଗଲରେ ହାତୀ

ଖୋର୍ଦ୍ଧା ଅଫିସ,୯।୪: ଖୋର୍ଦ୍ଧା ବନାଞ୍ଚଳରେ ହାତୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦିନ ପୂର୍ବେ ରାମଚଣ୍ଡୀ ଠାରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁୁରୁତର ଆହତ ହୋଇଥିଲେ। ଏକ...

ଆନ୍ଧ୍ର ମାନିଲାନି ହାଇକୋର୍ଟ ନିର୍ଦ୍ଦେଶ

କୋରାପୁଟ/ ପଟ୍ଟାଙ୍ଗୀ,୯।୪(ଡି.ଏନ୍‌.ଏ./ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସୀମାନ୍ତ କୋଟିଆ ପଞ୍ଚାୟତର ନେରେଡ଼ିବାଲସା ଗ୍ରାମରେ ଗୁରୁବାର ଆନ୍ଧ୍ର ଜିଲା ପରିଷଦ ଓ ସମିତିସଭ୍ୟ ପଦ ପାଇଁ ନିର୍ବାଚନ କରିଛି। ଆନ୍ଧ୍ର ହାଇକୋର୍ଟଙ୍କ ରହିତାଦେଶକୁ ମାନିନାହିଁ। ଏନେଇ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ...

ବର୍ଷେ ପରେ କମିନି ଭୟ

ଢେଙ୍କାନାଳ ଅଫିସ, ୯।୪ ୨୦୨୦ ଏପ୍ରିଲ ୯। ଏହି ଦିନ କରୋନା ମ୍ୟାପ୍‌ରେ ସାମିଲ ହୋଇଥିଲା ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ପୌରାଞ୍ଚଳରୁ ଚିହ୍ନଟ ହୋଇଥିଲେ ପ୍ରଥମ ଆକ୍ରାନ୍ତ। ଇତିମଧ୍ୟରେ ବର୍ଷେ ବିତିଛି। ବର୍ଷେ ଭିତରେ ଭୂତାଣୁ ଦେଇଥିବା ଯନ୍ତ୍ରଣା ସହିଛନ୍ତି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri