ଆମ ଜିଲା ଖବର

ସମୁଦ୍ରରେ ଚାଲିଛି ବେଆଇନ ମାଛଧରା: ଅଲିଭ ରିଡଲେଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ

ଛତ୍ରପୁର,୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସମୁଦ୍ରରୁ ବେଆଇନ ଭାବରେ ମାଛଧରାକୁ ବନ୍ଦ କରିବା ନେଇ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମା’ ଗଙ୍ଗା ଦେବୀ ସାମୁଦ୍ରିକ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ବଡ଼ନୋଳିଆନୂଆଗାଁ, ସାନନୋଳିଆନୂଆଗାଁ, ଗୋଖରକୁଦା,...

ଏମିତି ଆସେ ମୃତ୍ୟୁ: ମୁଣ୍ଡନ ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୧୨ ଆହତ

ସାକ୍ଷୀଗୋପାଳ, ୧୦।୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଲକ୍ଷ୍ମୀପ୍ରିୟା ରଣା...

ନାଳକୁ ଗାଧୋଇବାକୁ ଯାଇ ବୃଦ୍ଧଙ୍କ ଜୀବନ ଗଲା

ପାଟଣା,୧୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ବଲାଣିପଶି ଜହ୍ନେଇ ନାଳକୁ ମଙ୍ଗଳବାର ଅପରାହ୍ନରେ ଗାଧୋଇବାକୁ ଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ପରଲୋକ ଘଟିଛି। ସେ ହେଲେ ଉକ୍ତ ପଞ୍ଚାୟତ ପୁରୁଣିଆ ଗ୍ରାମର ତନୁରାମ ମହାନ୍ତ। ସୂଚନାନୁଯାୟୀ,...

ଫ୍ଲାଏ ଆଶ୍‌ରୁ ଅସମ୍ଭାଳ ବାୟୁ ପ୍ରଦୂଷଣ

ଯାଜପୁର ଅଫିସ,୧୦ା୩: ରାଜ୍ୟରେ ୨୦୧୨-୧୩ଠାରୁ ୨୦୧୯-୨୦ ମଧ୍ୟରେ ବିଭିନ୍ନ କାରଖାନାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ନିର୍ଗତ ୬,୭୬,୩୯,୪୬୨ ମେଟ୍ରିକ ଟନ(ଏମଟି) ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ବିନିଯୋଗ ହୋଇ ନ ପାରି ଗଚ୍ଛିତ ରହିଛି। ଏହି ସମୟ...

ଭିଜିବୁଲ ପୋଲିସିଂ, କୁଇକ୍‌ ରେସ୍ପନ୍ସକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଟୁଇନ୍‌ ସିଟିର ଅଷ୍ଟମ ପୋଲିସ କମିଶନର ଭାବେ ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅତିରିକ୍ତ କମିଶନର ରେଖା ଲୋହାନୀ ସୌମେନ୍ଦ୍ରଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ। ଦାୟିତ୍ୱ...

ପରଦା କଳାକୁ ପ୍ରୋତ୍ସାହନ ନାହିଁ

ଖୋର୍ଦ୍ଧା ଅଫିସ, ୧୦ା୩: ଏକଦା ପରଦା କଳାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଧଳାପଥର ଗ୍ରାମ। ଏହି ଗ୍ରାମର ଉଦୟନାଥ ସାହୁଙ୍କ ଭଳି ପ୍ରତିଭାବାନ ଶିଳ୍ପୀଙ୍କ ହାତର ଯାଦୁରେ ଚମକୁଥିଲା କଳାକୃତି। ଦେଶ...

କୁଆଖାଇ, କୁଶଭଦ୍ରା ଜଳ ସଂରକ୍ଷଣକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୦ା୩: ଖୋର୍ଦ୍ଧା ଜିଲା ପରିଷଦର ୭ମ ସାଧାରଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,...

ଡ୍ରିଲିଂବେଳେ କାନ୍ଥ ଭୁଶୁଡ଼ିଲା: ଶ୍ରମିକ ମୃତ

କଟକ ଅଫିସ,୧୦ା୩: କଟକ ଶଙ୍କରପୁର ଢିଅସାହି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାନ୍ଥ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଟକ ନୂଆରାଉସାପାଟଣା ଅଞ୍ଚଳର ଡି.ସୁରିଆ ରାଓ(୩୪)। ବାଦାମବାଡି ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସୂଚନା ଅନୁଯାୟୀ,...

ଝଲସୁଛି କପିଳାସ ପୀଠ

ଢେଙ୍କାନାଳ ଅଫିସ, ୧୦।୩ – ଦିନକ ପରେ ବିଶ୍ୱପ୍ରସିଦ୍ଧ ଜାଗରଯାତ୍ରା। ଏହାକୁ ନେଇ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ ଝଲସୁଛି। ମହାଦେବଙ୍କ ଏହି ମହାନ୍‌ ପର୍ବରେ ସାମିଲ ହେବାକୁ ଶ୍ରଦ୍ଧାଳୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିବାବେଳେ ପ୍ରସ୍ତୁତି...

ସଫେଇ ଟିକସ ଦେବେ ସହରବାସୀ

ଅନୁଗୋଳ ଅଫିସ, ୧୦ା୩ – ଅନୁଗୋଳ ସହର ପୂର୍ବାପେକ୍ଷା ରହିବ ପରିଷ୍କାର ପରିଚ୍ଛନ୍ନ। ସଫେଇ ପାଇଁ ନୂଆ ନୂଆ ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଆସନ୍ତା ଦିନରେ ପୌରପାଳିକା ପକ୍ଷରୁ ସଫେଇ ଟିକସ ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ପୌରାଞ୍ଚଳରେ...

ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ

ନୂଆପଡା ଅଫିସ୍‌।୧୦।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆପଡା ଗସ୍ତରେ ଆସିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ...

ଜଳୁଛି କୁଲଡ଼ିହା: ନିଆଁ ଲିଭାଉଛନ୍ତି ଡିଏଫ୍‌ଓ, ରେଞ୍ଜର

ସଜନାଗଡ଼, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ୫ ଦିନ ହେବ ନିଅଁା ଜଳୁଛି। ଫେବୃୟାରୀ ୪ତାରିଖଠାରୁ ବନବିଭାଗ ନିଆଁକୁ ଆୟତ୍ତ କରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ବର୍ଗ କି.ମି. ପରିବ୍ୟାପ୍ତ ଭିତରେ ଏକାଧିକ ପାହାଡ଼...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri