ଆମ ଜିଲା ଖବର

ପଞ୍ଚାୟତିରାଜ ଦିବସ ପାଳିତ

ଗଞ୍ଜାମ,୫।୩(ଡି.ଏନ.ଏ): ସାରା ରାଜ୍ୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। ଗଞ୍ଜାମ ବିଜେଡି ପକ୍ଷରୁ ମଧ୍ୟ ତାହା ପାଳନ କରା ଯାଇଥିଲା l ଏହି ଅବସରରେ ବିଜୁ ପଟ୍ଟନାୟକ ମାର୍ଗସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡି ନେତାମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ...

ଆସିଲା ୬୦ ହଜାର କୁଇଣ୍ଟାଲ ଟାର୍ଗେଟ

ନୟାଗଡ଼ ଅଫିସ,୫।୩: ନୟାଗଡ଼ ଜିଲାରେ ଅଭାବୀ ଧାନ ବିକ୍ରି ବଢ଼ୁଛି। ଜିଲାରେ ସରକାର ଖୋଲିଥିବା ମଣ୍ଡିରେ ଟାର୍ଗେଟ ଶେଷ ହୋଇଯାଇଛି ଦର୍ଶାଇ ଚାଷୀଙ୍କ ଧାନ କିଣାଯାଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀ ମଣ୍ଡିକୁ ଯାଇ...

ଅପହରଣ ନାଟକ ରଚିଲେ ନାବାଳକ: ପୋଲିସ ନାକେଦମ୍‌

ଡେରାବିଶ,୫।୩(ସ୍ବ.ପ୍ର.): ମା’ବାପାଙ୍କ ଅତ୍ୟାଧିକ ସ୍ନେହ ଯୋଗୁ ପିଲାମାନେ କିପରି ବାଟ ହୁଡୁଛନ୍ତି ତା’ର ଏକ ଉଦାହରଣ ଡେରାବିଶରେ ଦେଖିବାକୁ ମିଳିଛି। ଡେରାବିଶ ଥାନା ଅଞ୍ଚଳର ଜଣେ ନାବାଳକ(୧୭) ବାପାଙ୍କ ଏଟିଏମ୍‌ କାର୍ଡ ନେଇ ୭୮ ହଜାର ଟଙ୍କା ଉଠାଇ ସାଙ୍ଗମାନଙ୍କ...

ତୀବ୍ର ହେଉଛି ଚାଷୀ ଅସନ୍ତୋଷ

ଢେଙ୍କାନାଳ ଅଫିସ, ୫।୩ ହାତରେ ଟୋକନ ଅଛି, ହେଲେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଟାର୍ଗେଟ ପୂରଣ ହୋଇସାରିଥିବା କହି ନିର୍ଦ୍ଧାରିତ ସମୟ ପୂର୍ବରୁ ମଣ୍ଡି ବନ୍ଦ କରିଦିଆଯିବା ପରେ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି। ଯୋଗାଣ ବିଭାଗ ସରକାରଙ୍କ ନୂଆ...

ଜଳୁଛି ୩୦ ସଂରକ୍ଷିତ ଜଙ୍ଗଲ

ବାରିପଦା ଅଫିସ,୫।୩: ପ୍ରକୃତିର ରାଣୀ ସୁବଜ ସୁନ୍ଦର ଅଭୟାରଣ୍ୟ ଶିମିଳିପାଳ ଏବେ ସର୍ବଗ୍ରାସୀ ନିଆଁରେ କ୍ଷତବିକ୍ଷତ। ମନୁଷ୍ୟକୃତ ଅଗ୍ନିକାଣ୍ଡ ପାଇଁ ଶୁଷ୍କ ଜୈବମଣ୍ଡଳ ଉତ୍ତପ୍ତ ହୋଇଉଠିଛି। ତାରି କୋଳରେ ବଢୁଥିବା ଜୀବଜନ୍ତୁ, ସରୀସୃପ, ବୃକ୍ଷଲତା, ଗୁଳ୍ମ, ଔଷଧୀୟ ଫଳମୂଳ ପୋଡ଼ି...

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରି ୨ ମହିଳା ଗୁରୁତର

ଝାରସୁଗୁଡ଼ା ଅଫିସ୍‌,୪।୩: ସ୍ବାସ୍ଥ୍ୟ ବିଭାଗ ତରଫରୁ ଝାରସୁଗୁଡ଼ା ଜିଲା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲ। ଏଥିରେ ତ୍ରୁଟି ଦେଖାଦେବାରୁ ୨ଜଣ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ମହିଳାଦ୍ୱୟ ହେଲେ...

ଉଚ୍ଚଶିକ୍ଷା ପାଇଁ ଖଲାସି କାମ କରୁଛନ୍ତି ମେଧାବୀ ଛାତ୍ର

ଲୋଇସିଂହା,୪।୩: ବଲାଙ୍ଗୀର ଜିଲା ଲୋଇସିଂହା ବସ୍ତି କୁମ୍ଭାରପଡ଼ାର ମେଧାବୀ ଛାତ୍ର ମୁନୁ ରଣା। ମୁମ୍ବାଇ ଦେଉନର ସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନର ଶିକ୍ଷା ବିଭାଗରେ ଏମ୍‌ଏ କରୁଛନ୍ତି। ଲକ୍‌ଡଉନ ଯୋଗୁ ଘରକୁ ଫେରିଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ...

ଦାଦର ଜଙ୍ଗଲରେ ନିଆଁ: ଲିଭାଇବାକୁ ଆସି ଫେରିଗଲେ ବନ କର୍ମଚାରୀ

ଅମରପାଲି, ୪।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ମୁର୍ଷୁଣ୍ଢୀର ଦାଦର ଜଙ୍ଗଲରେ ଲାଗିଛି ନିଆଁ। ନିଆଁ ଲାଗି ଜଙ୍ଗଲର ଗଛ ଲତା ଜଳି ଯାଉଥିବା ବେଳେ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି। ରାସ୍ତା କଡକୁ ଲାଗି ରହିଥିବା ଉକ୍ତ ଜଙ୍ଗଲରେ...

୪ ବର୍ଷ ପରେ ବଳାତ୍କାରୀ ଅଭିଯୁକ୍ତ ଗିରଫ

ଖଡିଆଳ, ୪।୩ ଦୀର୍ଘ ୪ ବର୍ଷ ପରେ ଗିରଫ ହୋଇଛନ୍ତି ବଳାତ୍କାରୀ ଅଭିଯୁକ୍ତ। ସେ ହେଲେ ନୂଆପଡା ଜିଲା ଖଡିଆଳ ବ୍ଲକ ରାନିମୁଣ୍ଡା ପଞ୍ଚାୟତ କୋଟାମାଲ ଗ୍ରାମର ଚକ୍ରଧର ଦାଶ। ୨୦୧୫ ଡିସେମ୍ବର ୬ ତାରିଖରେ ଜଣେ ବିବାହିତ ମହିଳା...

ଥାନାରେ ଦ୍ୱାରସ୍ଥ ହେଲେ ପ୍ରେମିକଙ୍କ ସହ ଫେରାର ଥିବା ବିବାହିତ ମହିଳା

ବିନିକା,୪।୩: ପ୍ରେମିକ କଥାରେ ପଡି ଶାଶୁଘର ଛାଡି ଫେରାର ଥିବା ବରଗଡ଼ ଅଞ୍ଚଳର ଜଣେ ବିବାହିତା ମହିଳା ପ୍ରତାରଣାର ଶିକାର ହୋଇ ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ସ୍ବାମୀ କିମ୍ବା ବାପଘର ଲୋକେ ଗ୍ରହଣ...

ଡେଥ୍‌ ସାର୍ଟିଫିକେଟ ପିଛା ୬୦୦ ଟଙ୍କା ଦାବି କରୁଥିଲେ କିରାଣି

ବରଗଡ଼ ଅଫିସ୍‌,୪।୩: ବରଗଡ଼ ବ୍ଲକ ଅଧୀନ କଟାପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ଭି.ଏସ୍‌(ଭାଇଟାଲ ଷ୍ଟାଟିଷ୍ଟିକ୍‌) କିରାଣି ଭାବେ କାର୍ଯ୍ୟରତ ମନୋଜ କୁମାର ସ୍ବାଇଁ ଗୁରୁବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମୃତ୍ୟୁକାଳୀନ ପ୍ରମାଣପତ୍ର (ଡେଥ୍‌ ସାର୍ଟିଫିକେଟ୍‌)...

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଏକା ସାଙ୍ଗରେ ଚାଲିଗଲା ପରିବାରର ୩ ଜୀବନ

ଗୋଲାମୁଣ୍ଡା,୪।୩: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଡୁଙ୍ଗୁରିଗୁଡ଼ାଠାରେ ଗୁରୁବାର ବସ୍‌ ସହିତ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ଝିଅକୁ ଡାକ୍ତରଖାନା ନିଆଯାଉଥିବା ସମୟରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ସ୍ଥାନୀୟ ତୁରେଛଡ଼ା ଗ୍ରାମର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri