ଆମ ଜିଲା ଖବର

ପଥର ଖାଦାନରେ ବିସ୍ଫୋରଣ

ଲଖନପୁର,୨୮।୨: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସେନାମାଲ ପଥର ଖାଦାନରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାଦିମାଲ ଗ୍ରାମର ହରେକୃଷ୍ଣ ଭୋଇ(୩୬)। ଖବର ପାଇ ବନହରପାଲି ଥାନା ଓ କୁମ୍ଭାରବନ୍ଧ ଫାଣ୍ଡି ପୋଲିସ ବେଲପାହାଡ...

ସୀମାନ୍ତବାସୀଙ୍କୁ ଭେଟି ସମସ୍ୟା ବୁଝିଲେ ଜିଲାପାଳ

ବରଗଡ଼ ଅଫିସ,୨୮।୨- ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ରବିବାର ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଥିବା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଶିକାରିପାଲି, ଭଏଁଷାଦର୍ହା, ବଡ଼ ଅନକି ଆଦି ସୀମାନ୍ତବର୍ତ୍ତୀ ଗାଁ ଗସ୍ତ କରିଥିଲେ। ଏହି ଅବସରରେ ଜିଲାପାଳ ସୀମାନ୍ତବାସୀଙ୍କୁ ଭେଟି...

ଏମିତି କ’ଣ ହେଲା ବରକୁ ବନ୍ଧକ ରଖିଲେ କନ୍ୟାଘର ଗ୍ରାମବାସୀ

ବୌଦ୍ଧ,୨୮ା୨: ବରଯାତ୍ରୀଙ୍କ ମଧ୍ୟରୁ କେତେଜଣ ଯୁବକଙ୍କ ଦୁର୍ବ୍ୟବହାର ପାଇଁ ଶେଷରେ ବନ୍ଧକ ରହିଲେ ବର। ଏଭଳି ଅଭିଯୋଗ ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବରକୁ ଉଦ୍ଧାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ...

ପ୍ରଶାସନ ନ ଶୁଣିବାରୁ ଛତିଶଗଡ଼ ମୁହାଁ ହେଲେ ସୀମାନ୍ତବାସୀ

ବରଗଡ଼ ଅଫିସ୍‌,୨୮।୨: ଛତିଶଗଡ଼ ସୀମାନ୍ତ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଚର୍ଦ୍ଦାପାଲି ଗ୍ରାମକୁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଅଞ୍ଚଳବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ସେବା ଠିକ୍‌ ଭାବେ ମିଳିପାରୁନାହିଁ। ଏଭଳି ଅଭିଯୋଗ ନେଇ ବାରମ୍ବାର...

ସରକାରୀ କର୍ମଚାରୀଙ୍କ ଘରୁ ମିଳିଲା ୭ କୁଇଣ୍ଟାଲ ଗଞ୍ଜେଇ

ଉମରକୋଟ,୨୮।୨: ଉମରକୋଟ ପୋଲିସ ଗଞ୍ଜେଇ ରଖିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚାନ୍ଦିୟାବେଡା ଗ୍ରାମର ରବି ନାରାୟଣ ସମରଥ ତାଙ୍କ ଭାଇ ରମାକାନ୍ତ ସମରଥ, ସୁବାସ ଚନ୍ଦ୍ର ମାଝି ଓ ଝରିଗାଁର ବାସୁଦେବ ନାୟକ। ଅଭିଯୁକ୍ତଙ୍କ...

୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଧରାପଡ଼ିଲେ ନକଲି ମାଓବାଦୀ

ଭବାନୀପାଟଣା,୨୮।୨: ଭବାନୀପାଟଣା ସହରର ଜଣେ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଜଣେ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ରାୟଗଡ଼ା ଜିଲା ବିଷମକଟକ ଥାନା ଝିଗିରି ଗ୍ରାମର...

ଗରିବ ଛାତ୍ରଙ୍କୁ ବହି ବାଣ୍ଟିଲେ ଜିଲାପାଳ

ପୁରୁଷୋତ୍ତମପୁର,୨୮।୨(ଡିଏନଏ): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଜଉଗଡ଼ ମହୋତ୍ସବର ତଦାରଖ ଲାଗି ଯାଇଛନ୍ତି। ଏହି ସମୟରେ ଅଞ୍ଚଳର ଗରିବ ଶ୍ରେଣୀର ଛାତ୍ରଙ୍କୁ ବିଭିନ୍ନ ପ୍ରକାରର ବହି ବଣ୍ଟନ କରିଛନ୍ତି। ଏଭଳି କାର୍ଯ୍ୟ କରି ଜିଲାପାଳ ଏକ ଉଦାହରଣ...

ମହିଳାଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ବାପା

ଖୋର୍ଦ୍ଧା ଅଫିସ୍‌,୨୮।୨: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପଲ୍ଲାରୁ ଜଣେ ବିବାହିତ ମହିଳାଙ୍କ ମୃତଦେହ ଜବତ ହୋଇଛି। ସେ ହେଲେ ଶ୍ରଦ୍ଧାଞ୍ଜଳି ରାଉତରାୟ(୨୫)। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିିତ୍ସାଳୟକୁ ପଠାଇଛି।...

ଲ୍ୟାମ୍ପ କର୍ମଚାରୀଙ୍କୁ କାର୍ଯ୍ୟଳୟରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ

ପାଟଣା,୨୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ସମବାୟ ସମିତି କେନ୍ଦେଇ ପଶି ଶାଖା ଅଧୀନର ୨୨ ଜଣ ଚାଷୀ ଧାନ ବିକ୍ରିକରି ନ ପାରିବାରୁ ଲ୍ୟାମ୍ସ ସମ୍ମୁଖରେ ଧାନ ବସ୍ତା ରଖି ଧାରଣା ରେ ବସିଛନ୍ତି। ଏଥି ସହ ଉତ୍ତ୍ୟକ୍ତ...

କୃଷି ଆଇନକୁ ବିରୋଧ, ଉଲଗୁଲାନ୍‌ ଶପଥ ଯାତ୍ରାରେ ଭୁବନେଶ୍ବର ବାହାରିଲେ ଚାଷୀ

ବରଗଡ଼ ଅଫିସ,୨୮।୨: କେନ୍ଦ୍ରସରକାରଙ୍କ ୩ ନୂଆ କୃଷି ଆଇନ୍‌କୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି। ଏହି କ୍ରମରେ ରବିବାର ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଦିବସ ଅବସରରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର...

ବେଆଇନ ଇଟାଭାଟି ଭାଙ୍ଗିଲେ ତହସିଲଦାର

ପୁରୁଷୋତ୍ତମପୁର,୨୮।୨(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ରାଜସ୍ବ ଫାଙ୍କି ବେଆଇନ ଭାବରେ ଇଟାଭାଟି କରି ପରିବେଶକୁ ପ୍ରଦୂଷଣ କରିବାରେ ଲାଗିଛନ୍ତି। ଏହାକୁ ନେଇ ୪୦ ଜଣ ଇଟାଭାଟି ମାଲିକଙ୍କୁ ଜରିମାନା ଧାର୍ଯ୍ୟ କରାଯାଇଛି। ମାତ୍ର ଏହାକୁ କିଛି ମାଲିକ...

ଜେଲରୁ ୨ କଏଦୀ ଫେରାର

ଆର.ଉଦୟଗିରି,୨୮।୨(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ସବ୍‌ଜେଲରୁ ଶନିବାର ୨ କଏଦୀ ଚମ୍ପଟ୍‌ ମାରିଥିଲେ। ସେମାନେ ହେଲେ ଅଡ଼ବା ଗ୍ରାମର କରୁଣାକର ଗମାଙ୍ଗ ଏବଂ ପୁରୀ ଜିଲା ବ୍ରହ୍ମଗିରିର ଶରତ କୁମାର ଦେଓ। ଗଞ୍ଜେଇ ଚାଲାଣ ମାମଲା ନଂ. ୫୬/୨୦ ଅନୁଯାୟୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri