ଆମ ଜିଲା ଖବର

ବିନା ଭକ୍ତରେ ଆରମ୍ଭ ହେଲା ଓଳାସୁଣୀ ମେଳା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୮।୨(ଡି.ଏନ.ଏ.): ପ୍ରସିଦ୍ଧ ଓଳାସୁଣୀ ଗୁମ୍ଫା ମେଳା ରବିବାର ଆରମ୍ଭ ହୋଇଛି। ପବିତ୍ର ମାଘ କୃଷ୍ଣ ଏକାଦଶୀ ତିଥିରେ ଆରମ୍ଭ ହେଇଥିବା ଏହି ମେଳା ଚଳିତ ବର୍ଷ କରୋନା କଟକଣା ଯୋଗୁ ଭକ୍ତ ଶୂନ୍ୟ ରହିଛି। ମେଳା ପଡିଆରେ କୌଣସି ଦୋକାନ...

ଫୁଟ୍‌ପାଥରେ ମାନସିକ ରୋଗୀ: ପ୍ରଶାସନର ନିଘା ନାହିଁ

ଜଗତ୍‌ସିଂହପୁର ଅଫିସ,୮।୨: ମାନସିକ ରୋଗୀମାନେ ବହୁ ସମୟରେ ଅଲୋଡ଼ା ହୋଇ ରହିଯାଉଛନ୍ତି। ପରିସ୍ଥିତିରେ ପଡ଼ି ସେମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ସମୟରେ କ୍ୟାମ୍ପ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି।...

ଧାର୍ଯ୍ୟ ସମୟରେ କୋର୍ସ ସରିବା ନେଇ ଆଶଙ୍କା

ଖୋର୍ଦ୍ଧା ଅଫିସ,୮।୨: କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ସହ ସୋମବାରଠାରୁ ଶ୍ରେଣୀଗୃହରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ ହେବ। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୨ରୁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପାଠପଢା ଚାଲିଥିଲା। ଏବେ ସ୍କୁଲ ଖୋଲିବା...

ଶ୍ରୀମନ୍ଦିର ବିକାଶରେ ବାଧା ହେବନି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୮।୨(ବ୍ୟୁରୋ): ପୁରୀ ଜଗନ୍ନାଥ ଧାମ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ(ଏନ୍‌ଏମଏ୍‌)ର ପ୍ରସ୍ତାବିତ ଅଧିନିୟମ ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ତେବେ ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ପ୍ରସ୍ତାବିତ...

ଅମଠପୁର ଉପନିର୍ବାଚନ: ୩ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ବରୀ,୮।୨(ଡି.ଏନ.ଏ.): ଆସନ୍ତା ୧୧ରେ ବରୀ ବ୍ଲକ୍‌ ଅଧୀନ ଅମଠପୁର ପଞ୍ଚାୟତ ଉପନିର୍ବାଚନ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୫ ଓ୍ବାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ମୋଟ ୩୬୩୨ ମତାଦାତା ସେମାନଙ୍କ ଭୋଟଦାନ ଅଧିକାର...

ପୋତି ହୋଇଛି ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ

କେନ୍ଦ୍ରାପଡ଼ା ଅଫିସ,୮।୨: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଗ୍ରହଣ ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ କେନ୍ଦ୍ରାପଡ଼ାର ନାମ ଘୋଷଣା ହୋଇଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୨ବର୍ଷ ପୂରିଛି।...

ମିଜୋରାମରୁ ଆସିଲେ ୧୮ ନୂଆ ଅତିଥି

ବାରଙ୍ଗ,୮।୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରବିବାର ମିଜୋରାମର ଆଇଜଲ ଚିଡିଆଖାନାରୁ ୫ ପ୍ରଜାତିର ୧୮ ନୂଆ ପଶୁପକ୍ଷୀ ପହଞ୍ଚତ୍ଛନ୍ତି। କରୋନା କଟକଣା ଯୋଗୁ ଜୀବଜନ୍ତୁ ଆଣିବା ପ୍ରକିୟା ବନ୍ଦ ଥିବାବେଳେ ଚଳିତବର୍ଷର ଏହା ପ୍ରଥମ ଅଦଳବଦଳ ପ୍ରକିୟାର ଶୁଭାରମ୍ଭ ହୋଇଛି।...

ପ୍ରସ୍ତାବିତ ଅଧିନିୟମକୁ ବିରୋଧ

ପୁରୀ ଅଫିସ,୮।୨: ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ଙ୍କ ପକ୍ଷରୁ ଶ୍ରୀମନ୍ଦିର ଐତିହ୍ୟ ପାଇଁ ପ୍ରସ୍ତାବିତ ଚିଠା ଅଧିନିୟମ (ବାଇ-ଲ) ଜାରି ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ଚାରିପଟେ ରହୁଥିବା ସ୍ଥାନୀୟ...

ପୋତାଗଲା ବିପୁଳ ସସ୍‌, ଆଚାର

କଟକ ଅଫିସ ,୮।୨: କଟକ ଜଗତ୍‌ପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରଖାନାର ପର୍ଦ୍ଦଫାଶ ହୋଇଆସୁଛି। ସସ୍‌, ଆଚାରଠୁ ଆରମ୍ଭ କରି ଭିନେଗାର, ଘିଅ, ତେଲ, ମସଲାଗୁଣ୍ଡ ଆଦି ବହୁ ଭେଜାଲ...

ପୋତି ହୋଇପଡ଼ୁଛି ଡେଳିଙ୍ଗିବନ୍ଧ

ବାରିପଦା ଅଫିସ,୮ା୨- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ଥିବା ଡେଳିଙ୍ଗି ବନ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ସ୍ବାଧୀନତା ପୂର୍ବରୁ ରାଜାରାଜୁଡ଼ା ଅମଳରେ ପ୍ରଜାମଣ୍ଡଳ ଦ୍ୱାରା ଏହା ନିର୍ମାଣ କରାଯାଇଥିଲା। ମରୁଡ଼ି ଦାଉରୁ ରକ୍ଷା ପାଇବା ପାଇଁ...

ରାତିରେ ଚାଲିଛି ମୋରମ ଲୁଟ୍‌

ରୂପ୍‌ସା, ୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ରାତାରାତି ୮ରୁ ୧୦ଟି ଡମ୍ପର ଯୋଗେ ଶହ ଶହ ଟ୍ରିପ୍‌ ମୋରମ ଲୁଟ୍‌ କରାଯାଉଥିବାରୁ ସାଧାରଣରେ...

ସାତ ଭଉଣୀଙ୍କ ବାସସ୍ଥାନ ସାତକୁଟୁଣିଆ

ଚମ୍ପୁଆ, ୮।୨(ଡି.ଏନ.ଏ)-ଐତିହାସିକ ଓ ଭୌଗୋଳିକ ଦୃଷ୍ଟି କୋଣରୁ ଗୁରୁତ୍ୱପୁର୍ଣ୍ଣ ହୋଇପାରିଛି ଧଳା ପଥରଖଣ୍ଡ ଟିକି ପାହାଡ ସାତକୁଟୁଣିଆ। ନିର୍ଦ୍ଦିଷ୍ଟ ଏକ ଚଟାଣରେ ସାତଟି କୁଟୁଣି ଏହି ପାହାଡର ପରିଚୟ। ଏହି କୁଟୁଣି କାରଣରୁ ଏହାର ନାମ ସାତକୁଟୁଣିଆ ହୋଇପାରିଛି। ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri