ଆମ ଜିଲା ଖବର

ରାଜ୍ୟ ବୟନଶିଳ୍ପ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗସ୍ତ, ବାଇକ୍‌ ଚାଳକ ଗୁରୁତର

କୋରାପୁଟ, ୭ା୨: କୋରାପୁଟ-ବୋରିଗୁମ୍ମା ଭାୟା ରାଣୀଗଡ଼ ୩୨୬ ନମ୍ବର ରାଜପଥ ଛର୍ତଲା ନିକଟରେ ରବିବାର ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କାର ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ମନ୍ତ୍ରୀଙ୍କ ଗାଡି ଚାଳକ...

ଦୁର୍ଘଟଣା ଉଜାଡିଦେଲା ପରିବାର

ପାରଳାଖେମୁଣ୍ଡି,୭ା୨: ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଗ୍ରାମ ବିନୋଦିନୀ ମହାବିଦ୍ୟାଳୟ ନିକଟରେ ରବିବାର ଏକ ବାଇକ୍‌ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସ୍ତ୍ରୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ...

‘ମାଓବାଦୀଙ୍କ ଗତିବିଧି ଦୁର୍ବଳ ହୋଇଛି’

କୋରାପୁଟ,୭ା୨: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର କୋରାପୁଟ ଗସ୍ତ କରି ନବନିର୍ମିତ ସଶସ୍ତ୍ର ପୋଲିସ ଆର୍‌ଆଇ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଅଞ୍ଚଳର ଆଇନଶୃଙ୍ଖଳା, ମାଓବାଦୀ ଦମନ ଏବଂ ଗଞ୍ଜେଇ ଚୋରାଚାଲାଣ ଉପରେ ସେ ସମୀକ୍ଷା କରିଥିଲେ। ଗଞ୍ଜେଇ ଚୋରାଚାଲାଣ...

ଫ୍ରିଜର ପୋଡି ସଂଗୃହିତ ୧୦ ୟୁନିଟ୍‌ ରକ୍ତ ନଷ୍ଟ

ବରଗଡ଼ ଅଫିସ୍‌,୭।୨: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ସଂରକ୍ଷଣ ବିଭାଗର ଫ୍ରିଜରରେ ରହିଥିବା ୧୦ ୟୁନିଟ୍‌ ସଂଗୃହିତ ରକ୍ତ ନଷ୍ଟ ହୋଇଛି। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଫ୍ରିଜର ଖରାପ ହେବାରୁ ଏଭଳି ହୋଇଥିବା ବିଭାଗୀୟ କର୍ତ୍ତୃପକ୍ଷ ସଫେଇ...

ହାଇଓ୍ବା ଧକ୍କାରେ ମହିଳାଙ୍କ ଜୀବନ ଗଲା, ସ୍ବାମୀ ଗୁରୁତର

ଭଦ୍ରକ ଅଫିସ,୭।୨: ଭଦ୍ରକ-ଚାନ୍ଦବାଲି ରାଜପଥ ସରକାରନଗର ନିକଟରେ ରବିବାର ଏକ ହାଇଓ୍ବା ଧକ୍କା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ହେଲେ ବାସୁଦେବପୁରର...

ସ୍କୁଟିକୁ ପିଟିଲା ହାଇଓ୍ବା: ଜଣେ ମୃତ, ରାସ୍ତା ଅବରୋଧ କଲେ ଲୋକେ

ଭଦ୍ରକ ଅଫିସ,୭।୨: ଭଦ୍ରକ – ଚାନ୍ଦବାଲି ରାଜ୍ୟରାଜପଥ ସରକାର ନଗର ନିକଟରେ ରବିବାର ମଧ୍ୟାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି...

କୋରାପୁଟ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

କୋରାପୁଟ,୭।୨(ସ୍ବ.ପ୍ର.): ରବିବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଦିନିକିଆ କୋରାପୁଟ ଜିଲା ଗସ୍ତରେ ଆସି କୋରାପୁଟଠାରେ ନବନିର୍ମିତ ପୋଲିସ ଆର୍‌ଆଇ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏଥିସହ ଏଠାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଜିଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଆୟୋଜିତ ସଭାରେ ମାଓବାଦୀ...

ଥାନାରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ, ଏବେ ବିବାହ କଥା ଉଠିବାରୁ…

ଟିଟିଲାଗଡ଼,୭।୨(ଡି.ଏନ୍‌.ଏ.): ଥାନାରେ ମହିଳା ଅନ୍ତେବାସୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିଦେଲେ ଅଭିଯୁକ୍ତ। ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନାରୁ। ମହିଳା ଜଣକ ଶନିବାର ବିଳମ୍ବିତ ରାତିରେ ଏଭଳି...

ମା’ଙ୍କ ମୃତ୍ୟୁ ପରେ କବରସ୍ଥଳରେ ଧୂପ ଦେଇ ବସି ରହୁଥିଲେ, ମାସକ ପରେ ଜୀବନ ହାରିଲେ ପୁଅ

ସଇଁତଲା, ୭ା୨(ଡି.ଏନ.ଏ.): ମାସକ ତଳେ ରୋଗଗ୍ରସ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ ମା’। ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିବା ପୁଅ ଶନିବାର ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରତିଦିନ ମା’ଙ୍କ କବରସ୍ଥଳରେ ସେ ଧୂପଦେଇ ବସି ରହୁଥିଲେ। ଶେଷରେ...

ଲୋପ ପାଇବ କୋଚିଲାଖାଇ ବଂଶ

ଗଣିଆ,୭ା୨(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ଧ୍ୱଂସ, ଅବାଧ ଶିକାର ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପଶୁ ତୁଳନାରେ ପକ୍ଷୀ ବଂଶ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ବାଲିଶୁଆ, ନାହାକା ଶୁଆ, ରାଜବଣୀ ପରି କୋଚିଲାଖାଇ ପକ୍ଷୀଙ୍କୁ ଆଉ ଜଙ୍ଗଲରେ ଦେଖିବାକୁ ମିଳୁନାହିଁ।...

ସଙ୍କଟରେ ସୋସିଆଲ ମିଡିଆ ‘ରାଉଟର’

ନାକଟିଦେଉଳ,୭ା୨(ଡି.ଏନ୍‌.ଏ.): ସୋସିଆଲ ମିଡିଆ ରାଉଟର ଚଳାଇବା ପାଇଁ ଭାରତର ସର୍ବକନିଷ୍ଠ ଡେଭଲପର ଆୟୁଷ ରଞ୍ଜନ ରାଉତ ଏବେ ସରକାରୀ ସହାୟତା ଲୋଡ଼ିଛନ୍ତି। ଏଥିପାଇଁ ସେ ଶନିବାର ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଆମତ୍ନିର୍ଭର ଭାରତ ଆହ୍ବାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆନ୍ଧ୍ର ନିର୍ବାଚନରେ ଓଡ଼ିଶା ପ୍ରାର୍ଥୀ, ଭୋଟର

ପାରଳାଖେମୁଣ୍ଡି,୭ା୨(ଡି.ଏନ୍‌.ଏ.): କୋଟିଆ ପରେ ବର୍ତ୍ତମାନ ଗଜପତି ଜିଲା ଗଙ୍ଗାବାଡର କେତେକ ଗ୍ରାମ ଉପରେ ଆନ୍ଧ୍ର ପକାଇଛି ଲୋଲୁପ ଦୃଷ୍ଟି। ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରିବା ସହ ବର୍ତ୍ତମାନ ଫେବୃୟାରୀ ୧୩ରେ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରୁ ପ୍ରାର୍ଥୀ ଦେଇଛି। ଜିଲାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri