ଆମ ଜିଲା ଖବର

ବଡ଼ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ପୋଲିସ

କୋରାପୁଟ, ୫ା୨: କୋରାପୁଟ ଜିଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବୋରିଗି ଅଞ୍ଚଳରୁ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀକୁ ପୋଲିସ ଜବତ କରିଛି। ଶୁକ୍ରବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବରୁଣ...

ନାବାଳିକାଙ୍କୁ ଅଶ୍ଳିଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇ ଯୁବକ ଗିରଫ

ଭବାନୀପାଟଣା,୫।୨: ଭବାନୀପାଟଣାର ସହରର ଜଣେ ନାବାଳିକାଙ୍କୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୋଇବାଡି ଗ୍ରାମର ଜିତେନ୍ଦ୍ର ବେହେରା(୨୬) ହ୍ବାଟସ ଆପ୍‌ରେ ବ୍ଲାକମେଲିଂ କରି ଗିରଫ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହ୍ବାଟସ ଆପ୍‌ରେ ବନ୍ଧୁତା ପରେ ମୋବାଇଲରେ ନିୟମିତ ଚାଟିଂ...

ପୁଣି ଅଲୋଡା ହେଲା ଶିଶୁ କନ୍ୟା: ରାସ୍ତା କଡ଼ରୁ ଉଦ୍ଧାର

ମହାକାଳପଡ଼ା,୫।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଧୀନ ଅଲାଇଲୋ ପଞ୍ଚାୟତ ଓରତ୍‌ ସେତୁ ନିକଟରୁ ଶୁକ୍ରବାର ମଧ୍ୟାହ୍ନରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଶିଶୁ କାନ୍ଦ ଶୁଣି ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଜିଲା...

କୋଟିଆର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୯ଟି ପ୍ରକଳ୍ପର ଶୁଭାରମ୍ଭ

କୋରାପୁଟ, ୫।୨(ସ୍ବ.ପ୍ର): କୋରାପୁଟ ଜିଲା ସୀମାନ୍ତ କୋଟିଆ ପଞ୍ଚାୟତର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଭିଡିଓ କନ୍‌ଫରେନି୍ସଂ ମାଧ୍ୟମରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତିି ା ଏଥିମଧ୍ୟରେ ୧୩...

ଅଗ୍ନିକାଣ୍ଡ: ଜଳିଗଲା ୪ପରିବାରଙ୍କ ୧୦ ବଖରା

ଭଦ୍ରକ ଅଫିସ, ୫।୨: ଭଦ୍ରକ ଜିଲା କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ପରିବାରର ୧୦ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ସମେତ ଧାନ,...

ନ୍ୟାୟ ନ ମିଳିବାରୁ ଏସ୍‌ପି ଅଫିସ ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ

ଭଦ୍ରକ ଅଫିସ, ୫।୨: ନ୍ୟାୟ ନ ମିଳିବାରୁ ଭଦ୍ରକ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ମା’ ଓ ପୁଅ ଶୁକ୍ରବାର କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଜୋଶ୍ନାରାଣୀ ପାତ୍ର...

ଡିଜେଲ ଚୋରି ରାକେଟ ଉପରେ ଚଢ଼ାଉ: ଦୁଇ ବୋଲେରୋ ଜବତ, ୫ ଗିରଫ

କଣିହାଁ,୫।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ଥାନା କୁମୁଣ୍ଡା ଗ୍ରାମରେ ଏକ ପଡିଆ ନିକଟରୁ ଶୁକ୍ରବାର ଭୋର୍‌ରୁ ଏକ ଡିଜେଲ ଚୋରି ରାକେଟ ଉପରେ ଜିଲା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ଚଢ଼ାଉ କରି ବିପୁଳ ପରିମାଣର ଡିଜେଲ, ଦୁଇଟି ବୋଲେରୋ, ଦୁଇଟି...

ଗ୍ରାମବାସୀଙ୍କ ରାସ୍ତା ଅବରୋଧ: ମାଳିସାହି ପଞ୍ଚାୟତରେ ଉତ୍ତେଜନା

ନୟାଗଡ଼ ଅଫିସ,୫।୨: ନୟାଗଡ଼ ସଦର ଥାନା ମାଳିସାହି ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି। ରାସ୍ତାରେ ଗଛ ଓ ପଥର ପକାଇ ହଜାର ହଜାର ଗ୍ରାମବାସୀ ଅବରୋଧ କରିଛନ୍ତି। ୧୭ଟି ଗାଁର ଲୋକଙ୍କୁ ଗୁଡୁପାଙ୍ଗୀ ଗାଁ ରାସ୍ତାରେ ଯିବାକୁ ଦେଇନାହାନ୍ତି। ୯...

ବିରଜା କ୍ଷେତ୍ରକୁ ନୂତନ ରେଳପଥ ସଂଯୋଗ ଆଶା ମଉଳିଲା

ଯାଜପୁର ଅଫିସ,୫।୨: ଚଳିତ ରେଳ ବଜେଟ ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି । ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେଉଁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା ବିରଜାକ୍ଷେତ୍ର ପ୍ରସ୍ତାବିତ ନୂତନ ରେଳଲାଇନ ସଂଯୋଗ ପାଇଁ ଦୀର୍ଘବର୍ଷର ଦାବି ଚଳିତ ବଜେଟରେ...

ନକଲି ଚାଷୀଙ୍କଠାରୁ ଧାନକିଣା

ନୟାଗଡ଼ ଅଫିସ,୫।୨: ନୟାଗଡ଼ ଜିଲାର ବିଭିନ୍ନ ଧାନମଣ୍ଡିରେ ନକଲି ଚାଷୀ ଧାନ ବିକ୍ରି କରୁଛନ୍ତି। ଏଭଳି ଅଭିଯୋଗ ବହୁ ପୁରୁଣା ହୋଇଥିଲେ ହେଁ ପ୍ରଶାସନର ଲଗାମ ନାହିଁ। ସେଥିପାଇଁ ପ୍ରତିବର୍ଷ ଏପରି ଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରକୃତ ଚାଷୀଙ୍କ...

ପର୍ଯ୍ୟଟକଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

ପୁରୀ ଅଫିସ,୫।୨: ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ଗୁରୁବାର ହେଲ୍ପଲାଇନ୍‌ ନମ୍ବର ଜାରି କରିଛି। ୬୩୭୦୯୬୭୧୦୦ ନମ୍ବରରେ କଲ୍‌ କରି ପର୍ଯ୍ୟଟକମାନେ ପୁରୀ ପୋଲିସ ସହ ଯେକୌଣସି ସମୟରେ ଯୋଗାଯୋଗ କରିପାରିବେ। ଗତ ୨ତାରିଖରେ ପର୍ଯ୍ୟଟକ ଦମ୍ପତିଙ୍କୁ ଜଣେ ବସ୍‌...

ଥଇଥାନ ପରେ ଉଚ୍ଛେଦ ହେଉ

ପୁରୀ ଅଫିସ,୫।୨: ଶ୍ରୀମନ୍ଦିର ଚତୁଃପାର୍ଶ୍ୱସ୍ଥ ୭୫ମିଟର ସୁରକ୍ଷା ଜୋନ୍‌ରେ ବିକ୍ରିବଟା କରିବାର ଅଧିକାର କାହାରି ନାହିଁ। ଏ ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆସରିଛି। ଯେ କେହି ବି ଦୋକାନ କରି ବ୍ୟବସାୟ କରୁଥିଲେ ତାହା ସାମୟିକ ଥିଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri