ଆମ ଜିଲା ଖବର

ଜଳସେଚନ ନାହିଁ, ଚାଷଜମି ପଡ଼ିଆ

ବନ୍ତ,୨୯।୧(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳବାସୀ କୃଷି ଉପରେ ନିର୍ଭରଶୀଳ। ବ୍ଲକର ପ୍ରାୟ ୯୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତିି। କିନ୍ତୁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷସାରା ମାତ୍ର ଗୋଟିଏ ଫସଲ ହୋଇଥାଏ। ବ୍ଲକରେ ୧୫...

ଶିକାର କରିବାକୁ ଯାଇ ଫାଶରେ ପଡ଼ିଲା କଲରାପତରିଆ

ବୁଗୁଡ଼ା,୨୮ା୧: ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ମାଣିତରା ସେକ୍ସନ ବଡ଼ପଥର କୁଣ୍ଡାଖାଇ ମୁଣ୍ଡିଆରେ ଗୁରୁବାର ସକାଳେ ଫାଶରେ ପଡିଥିବା ଏକ ବାର୍‌ହାକୁ ଖାଇବାକୁ ଆସି ଫସି ଯାଇଥିଲା କଲରାପତରିଆ ବାଘ। ବନ କର୍ମଚାରୀ ସ୍ଥାନୀୟ ଯୁବକଙ୍କ ସହଯୋଗରେ ବାଘକୁ ଉଦ୍ଧାର...

ବଳାତ୍କାର ଉଦ୍ୟମ ପରେ ନାବାଳିକାଙ୍କ ତଣ୍ଟି କାଟିଲେ

ଗୋପାଳପୁର,୨୮ା୧: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଗୁରୁବାର ପୁଣି ଏକ ବର୍ବରକାଣ୍ଡ ଘଟିଛି। ଜଣେ ୭ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ବେଳେ ପାଟି କରିବାରୁ ଦୁର୍ବୃତ୍ତ ତାଙ୍କ ତଣ୍ଟି କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର...

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ମୁନିଗୁଡ଼ା,୨୮ା୧: ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ମୁନିଖୋଲ ସନ୍ନିକଟ ମଶାଣି ନାଳ ନିକଟରେ ଗୁରୁବାର ଏକ ମାଲବାହୀ ଟ୍ରେନ୍‌(ତୈଳ ଟ୍ୟାଙ୍କର) ଲାଇନଚ୍ୟୁତ ହୋଇଛି। ଏହାଦ୍ୱାରା ଡାଉନ୍‌ଲାଇନରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା। ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା...

୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲ୍‌

କେନ୍ଦୁଝର,୨୮ା୧(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଦୌରାଜଜ ବେଣୁଧର ପାତ୍ର ଏକ ଗଣବଳାତ୍କାର ମାମଲାର ଶୁଣାଣି କରି ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡାଦେଶ କରିବା ସହ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ କରାଦଣ୍ଡ...

୫ ଘଣ୍ଟା ଫସିଲେ କଳାହାଣ୍ଡିର କଳାକାର

ଭବାନୀପାଟଣା,୨୮।୧: ନୂଆଦିଲ୍ଲୀଠାରେ ୨୬ ତାରିଖରେ କୃଷକ ସଂଗଠନ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସା ଏବଂ ଭଙ୍ଗାରୁଜା ଯୋଗୁ ରାସ୍ତାରେ ୫ ଘଣ୍ଟା ଫସି ରହିଥିଲେ କଳାହାଣ୍ଡି ଜିଲାର ବଜାଶାଲ କଳାକାର। ଶେଷରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ...

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ମନ୍ତ୍ରୀ

ଜୁନାଗଡ଼,୨୭।୧: କଳାହାଣ୍ଡି ଜିଲା ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନୀୟ ବିଧ୍ୟାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ସ୍କୁଲର ବିକାଶ କରିବା ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ସେ...

ବୃଦ୍ଧ ଦମ୍ପତିଙ୍କ ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର ଚୋରି

ଭବାନୀପାଟଣା,୨୮।୧: କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ଇନ୍ଦ୍ରମାଲ ଗ୍ରାମର ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର କାହ୍ନୁ ସାହୁ (୭୫) ଓ ତାଙ୍କ...

ପୋଲ ନିର୍ମାଣ ବେଳେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ଉରା-ଚନ୍ଦାବିଲାଠାରେ ନିର୍ମାଣାଧିନ ପୋଲରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ରାସଗୋବିନ୍ଦପୁର ଥାନା ଅଧୀନ ଧାନଶୋଳ ଗ୍ରାମର ଦୀପକ ସିଂ (୩୨)। ତାଙ୍କ...

କାର ଚକା ଫାଟି ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଛତ୍ରପୁର,୨୮।୧: ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଗୁରୁବାର ଏକ କାର ଚକା ଫାଟିଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟାଙ୍ଗୀ ଅଞ୍ଚଳର ସାଜିଦ୍‌। ସିଦ୍ଧାର୍ଥ ପଟ୍ଟନାୟକ...

ସ୍ତ୍ରୀ ହତ୍ୟାକାରୀଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ଅତିରିକ୍ତ ଜିଲା ଓ ଦୌରା ଜଜଙ୍କ କୋର୍ଟରେ ବୁଧବାର ଏକ ଯୌତୁକ ଜନିତ ସ୍ତ୍ରୀ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଓ ଦୌରାଜଜ(୧) ପ୍ରବୀର କୁମାର ଚୌଧୁରୀ ଏହାର ବିଚାର...

ପ୍ରତାପଙ୍କୁ ମିଳିଲା ପିପିଲି ଦାୟିତ୍ୱ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ମିଳିବା ପରେ ପ୍ରତାପ ପିପିଲି ନିର୍ବାଚନମଣ୍ଡଳୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri