ଆମ ଜିଲା ଖବର

ଖାଦ୍ୟ ମାନ ଯାଞ୍ଚ ବ୍ୟବସ୍ଥା ନାହିଁ

କେନ୍ଦ୍ରାପଡ଼ା ଅଫିସ,୧୮।୧: ରାଜ୍ୟର ବିଭିନ୍ନ ସ୍ଥାନରୁ ଧରପଗଡ଼ ପରେ ନକଲି ସାମଗ୍ରୀ କାରଖାନା ଠାବ ହେଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ ଦୁଇବର୍ଷ ମଧ୍ୟରେ ନକଲି ମସଲାଗୁଣ୍ଡ କାରଖାନା ଓ ଦୁହୁରିଆଠାରେ ନକଲି ଜର୍ଦ୍ଦା କାରବାରର ପର୍ଦ୍ଦାଫାଶ ହୋଇଥିଲା।...

ଧାନକିଣାରେ ବ୍ୟାପକ ଅନିୟମିତତା: ଚାଷୀଙ୍କ ଧାନ କିଣୁଛନ୍ତି ମିଲର୍ସ ୧୮।୧

ଖୋର୍ଦ୍ଧା ଅଫିସ,୧୮।୧: ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ଧାର୍ଯ୍ୟ ଦିନ ପରିବର୍ତ୍ତେ ଛୁଟିଦିନରେ ଧାନ ଉଠାଯାଉଛି। ମଣ୍ଡିକୁ ଧାନ ଆସିବା ପରିବର୍ତ୍ତେ ମିଲର୍ସମାନେ ସିଧାସଳଖ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି। ସମବାୟ ସମିତି ଏବଂ...

ଦିନକରେ ସରିଲା ଡଲଫିନ୍‌ ଗଣନା

ବ୍ରହ୍ମଗିରି,୧୮।୧(ଡି.ଏନ୍‌.ଏ.): ଚିଲିକାରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଇର୍‌ୱାଡି ଡଲ୍‌ଫିନର ଗଣନା ରବିବାର କରାଯାଇଥିଲା। ବନ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ମିଳିତ ଉଦ୍ୟମରେ ଗୋଟିଏ ଦିନରେ ଗଣନା କାର୍ଯ୍ୟ ସରିଥିଲେ ମଧ୍ୟ ଫଳାଫଳ ଅଘୋଷିତ ରହିଛି। ଇର୍‌ୱାଡି...

ଓଲଟିଲା ପିକନିକ ବସ୍‌: ଜଣଙ୍କ ଜୀବନ ଗଲା, ୧୨ ଆହତ

ପାରଳାଖେମୁଣ୍ଡି,୧୮।୧(ଡି.ଏନ୍‌.ଏ): ରାୟଗଡା ଜିଲା କେନ୍ଦୁପଡା ଫାଣ୍ଡି ଅନ୍ତର୍ଗତ ଡୁମ୍ବଲାପଦର ବୁଲାଣିଆ ଘାଟିରେ ଏକ ପିକନିଜ ବସ୍‌ ଓଲଟିପଡିଛି। ଏହି ଦୁର୍ଘଟଣାରେ ୧୨ରୁ ଉଦ୍ଧର୍‌ବ ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱରର ସୁନୀଲ ସାହୁ। ସମସ୍ତ...

ଲାଞ୍ଚ ଓ କର୍ତ୍ତବ୍ୟରେ ଅବହେଳା: ପୋଲିସ ଏସ୍‌ଆଇ ନିଲମ୍ବିତ, ଏଏସ୍‌ଆଇ ଗିରଫ

ପୁରୀ ଅଫିସ,୧୮।୧: ଲାଞ୍ଚ ନେବା ଓ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ପୁରୀ ଜିଲା ପୋଲିସର ୨ଜଣ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏ ସଂକ୍ରାନ୍ତରେ ରବିବାର ଏକ...

ଦୋଷ ଲୁଚାଇବା ପାଇଁ ନୂଆ ଫନ୍ଦି

ଯାଜପୁର ଅଫିସ,୧୮।୧: ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ସିହା ଗ୍ରାମପଞ୍ଚାୟତରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାମରେ ଅନିୟମିତତା ଓ ଆର୍ଥିକ ହେରଫେର ହେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଧରିତ୍ରୀରେ...

ବୋମାମାଡ଼ ଘଟଣା: ୭ ଗିରଫ

ପୁରୀ ଅଫିସ,୧୮।୧: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ଘଟଣାରେ ପୁରୀ ବାସେଳିସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ବିପୁଳ ମାରଣାସ୍ତ୍ର ଜବତ ହୋଇଛି। ଏ ନେଇ ରବିବାର ପୁରୀ ଏସ୍‌ପି କନୱର ବିଶାଲ ସିଂ ଖବରଦାତା...

୨୧ରୁ ବିନା କୋଭିଡ୍‌ ରିପୋର୍ଟରେ ଦର୍ଶନ

ପୁରୀ ଅଫିସ,୧୮।୧: ଆସନ୍ତା ୨୧ତାରିଖରୁ ବିନା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟରେ ଦାରୁଦିଅଁଙ୍କ ଦର୍ଶନ ଆରମ୍ଭ ହେବ। ସ୍ବତନ୍ତ୍ର ଏସ୍‌ଓପି ମାନି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇପାରିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ ବୋଲି ପୁରୀ...

ମୂର୍ତ୍ତି ନିଶାରେ ମୁନା

ପରଜଙ୍ଗ, ୧୮।୧(ଡି.ଏନ.ଏ.): ମାଟି ହେଉ କି ମାର୍ବଲ। ବ୍ରୋଞ୍ଜ ହେଉ କି ଗ୍ରାନାଇଟ୍‌ ଅବା ଫାଇଭର। ତାଙ୍କ ହାତ ସ୍ପର୍ଶରେ ଜୀବନ୍ତ ରୂପ ନିଏ ନିର୍ଜୀବ ସାମଗ୍ରୀ। ପେନ୍‌ସିଲ ଧରି ଗାରେଇ ଦେଲେ ଝଲସି ଉଠେ ଅବିକଳ ମୁହଁଟେ। ସହର...

ପୂଜାକୁ ଫେରିଲା ବାଜା

ବଅଁରପାଳ,୧୮ା୧(ଉପେନ୍ଦ୍ର ରାଉତ): ଆଧ୍ୟାତ୍ମିକ ଆୟୋଜନ ହେଉ କି ସାଂସ୍କୃତିକ ଅବା ମାଙ୍ଗଳିକ, ବାଦ୍ୟ ବିନା ଏହାର କଳ୍ପନା କଷ୍ଟକର। ଶାସ୍ତ୍ରରେ ମଧ୍ୟ ବାଦ୍ୟକୁ ସର୍ବଦା ଶୁଭର ସୂଚନା ବୋଲି ମାନ୍ୟ କରାଯାଇଛି। ସେଥିପାଇଁ ପୂଜା, ବିବାହ, ବ୍ରତ ଆଦିରେ ପ୍ରଥମେ...

ପିକ୍‌ନିକ୍‌ କରିବାକୁ ଯାଇଥିଲେ ୩ ସାଙ୍ଗ: ଶହେ ଫୁଟ୍‌ ତଳକୁ ଖସିଲା କାର

ଜୟପୁର,୧୭ା୧: ୩ଜଣ ସାଙ୍ଗ ଏକ କାର ନେଇ କୋରାପୁଟ ଜିଲା ଲମତାପୁଟ ଅଞ୍ଚଳକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। କାରଟି ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ କୋଲାବ କେନାଲ ଭିତରେ ଖସିପଡିଥିଲା। ଫଳରେ...

୪ ଦିନରେ ବ୍ୟାଙ୍କ ଲୁଟ ମାମଲା ପର୍ଦ୍ଦାଫାଶ, ୩ ଗିରଫ

କୁଆଁରମୁଣ୍ଡା,୧୭।୧: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଏସ୍‌ବିଆଇ ଶାଖାରୁ ସଶସ୍ତ୍ର ଡକାୟତି ଘଟଣାର ୪ ଦିନ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହା ସହ ସେମାନଙ୍କଠାରୁ ୨ଟି ବାଇକ୍‌, ୬...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri