ଆମ ଜିଲା ଖବର

ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଜବତ

ଲାଠୋର,୮।୧: ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ଖରଲି ଗ୍ରାମର ଠଣସୁନ୍ଦର ତାଣ୍ଡି(୪୫)ଙ୍କ ବୁଧବାର ରାତିରେ ମୃତ୍ୟୁ ଘଟିଛି। ହେଲେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ...

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

ତରବୋଡ଼,୮।୧: ନୂଆପଡ଼ା ଜିଲା ଖରିଆରରୋଡସ୍ଥିତ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ଲେବର କାର୍ଡ କରାଇ ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଜିଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ନୂଆପଡା...

ଥମୁନି ଧଳାଜହର କାରବାର: ଭଦ୍ରକରୁ ୧୧ ଗ୍ରାମ ବ୍ରାଉନ ସୁଗାର ଜବତ

ଭଦ୍ରକ ଅଫିସ, ୮।୧: ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଛୟାଳସିଂ ଅଞ୍ଚଳରୁ ଶୁକ୍ରବାର ବ୍ରାଉନ ସୁଗାର ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଥିବା ବନ୍ତ ପୋଲିସ କହିଛି। ଅଭିଯୁକ୍ତ ହେଉଛନ୍ତି ଶ୍ରୀକାନ୍ତ ପ୍ରଧାନ ।...

ବିନା ସାନିଟାଇଜରରେ ଖୋଲିଲା ଭାରତୀ ବିଦ୍ୟାପୀଠ: ଗୋଟିଏ ବେଞ୍ଚରେ ବସିଲେ ଜଣେ

ଗଞ୍ଜାମ,୮।୧(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ ମାସ ବ୍ୟବଧାନ ପରେ ଶୁକ୍ରବାର ସ୍କୁଲ ଖୋଲିଛି। ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସ୍କୁଲଗୁଡ଼ିିକ ସାନିଟାଇଜ କରିବାକୁ ଶିକ୍ଷା ବିଭାଗ...

ନୟାଗଡ଼ ନାବାଳିକା ହତ୍ୟା ମାମଲା: ନାର୍କୋ ଟେଷ୍ଟ ଲାଗି ଅମଙ୍ଗ ହେଲେ ନାବାଳକ ଅଭିଯୁକ୍ତ

ନୟାଗଡ଼ ଅଫିସ,୮।୧: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏସ୍‌ଆଇଟି ପକ୍ଷରୁ ହାଜର କରାଯାଇଥିଲା। ପୂର୍ବରୁ ଏସଆଇଟି ଆବେଦନ କରିଥିବା ନାର୍କୋ ଟେଷ୍ଟର ଶୁଣାଣି ଶୁକ୍ରବାର ହେବାକୁ ଥିବା ବେଳେ ଟେଷ୍ଟ ଲାଗି...

୪ ଆନ୍ତଃ ଜିଲା ହାଇଓ୍ବେ ଲୁଟେରା ଗିରଫ

ସାକ୍ଷୀଗୋପାଳ,୮।୧(ଡି.ଏନ୍‌.ଏ.): ଜାତୀୟ ରାଜପଥରେ କ୍ରମାଗତ ଲୁଟ୍‌ କରୁଥିବା ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କ ସହିତ ଚୋରି ଜିନିଷ ରଖିଥିବା ଅନ୍ୟ ଦୁଇ ଜଣଙ୍କୁ ଶୁକ୍ରବାର ସତ୍ୟବାଦୀ ପୋଲିସ ଗିରଫ କରିଛି। ସେମାନେ ହେଲେ ଗଡ଼ିଶାଗଦା ଥାନା ନଇକୁଳପାଟଣା...

ଖୋଲିଲା ଜି. ଉଦୟଗିରି ମହିଳା ମହାବିଦ୍ୟାଳୟ: ଆରମ୍ଭ ହେଲା ପାଠପଢ଼ା

ଜି. ଉଦୟଗିରି,୮।୧(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଶୁକ୍ରବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି। ଜି. ଉଦୟଗିରି ମହିଳା ମହାବିଦ୍ୟାଳୟରେ ମଧ୍ୟ ଆଜିଠାରୁ ପାଠପଢା ଆରମ୍ଭ ହୋଇଛି। ଛାତ୍ରୀମାନେ କୋଭିଡ ନିୟମ ମାନି...

ଦୃଷ୍ଟି ଆଢୁଆଳରେ କ୍ଷେତମୁଣ୍ଡଳୀର ମା’ ରାମଚଣ୍ଡୀ

ଜଗନ୍ନାଥପ୍ରସାଦ,୮।୧(ଡି.ଏନ.ଏ.): ଘୁମୁସର ବନାଞ୍ଚଳର ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡଳୀ ପଞ୍ଚାୟତ ନିକଟ ବଣପାହାଡ ମଧ୍ୟରେ ଅବସ୍ଥାନ କରିଛନ୍ତି ମାଡ଼ ରାମଚଣ୍ଡି। ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତାରୁ କ୍ରିୟାଧର କ୍ଷେତମୁଣ୍ଡାଳୀ ପଞ୍ଚାୟତ ରାସ୍ତାରେ ୧୧ କମି ଦୂରରେ ଏହା ଅବସ୍ଥିତ। ପୀଠ ନିକଟରେ କୂଳୁକୂଳୁ ନାଦ...

ଗାଁକୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳ ପ୍ରଶାସନ

ଫୁଲବାଣୀ ଅଫିସ, ୮।୧: କନ୍ଧମାଳ ଜିଲାର ଅନେକ ଗ୍ରାମ ବାହ୍ୟ ମଳମୁକ୍ତ ହୋଇଥିବା ଘୋଷଣା କରାଯାଇଛି। ଏଥିପାଇଁ ଜାତୀୟସ୍ତରରେ ଜିଲାକୁ ପୁରସ୍କାର ମଧ୍ୟ ମିଳିଛି। ସରକାରୀ ଅଧିକାରୀ ଗ୍ରାମରେ ପହଞ୍ଚି ଲୋକଙ୍କୁ ବାହ୍ୟ ମଳମୁକ୍ତ ବିଷୟରେ ଅବଗତ କରାଇ ବୋର୍ଡ ମାରିଛନ୍ତି।...

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ସାନି ରିପୋର୍ଟ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ, ୮।୧: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରାଯାଇଥିଲା। ତେବେ ଏହି ରିପୋର୍ଟକୁ ନେଇ ଆବେଦନକାରୀଙ୍କ ଓକିଲ କେତେକ ପ୍ରଶ୍ନ...

ଡ୍ରେନ୍‌ ନିର୍ମାଣ ବଦଳରେ ସୌନ୍ଦର୍ଯ୍ୟକରଣ

ଯାଜପୁର ରୋଡ,୮।୧(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରାଞ୍ଚଳବାସୀ ଏବେ ନାନା ସମସ୍ୟା ମଧ୍ୟରେ ଦିନ କାଟୁଛନ୍ତି। ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ପୌର ନିର୍ବାଚନ ହେଉ ନ ଥିବାରୁ ପ୍ରଶାସକଙ୍କ ହାତରେ...

ତମାଣ୍ଡୋ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ

ଭୁବନେଶ୍ୱର,୮।୧(ବ୍ୟୁରୋ): ତମାଣ୍ଡୋ ଗୁଳିକାଣ୍ଡ ଘଟଣାରେ କମିଶନରେଟ୍‌ ପୋଲିସ ଅଭିଯୁକ୍ତ ଆକାଶ ଷଡ଼ଙ୍ଗୀ, ବଳିଆ ଓରଫ ବଳରାମ ରାଉତରାୟ ଓ ମୃତ୍ୟୁଞ୍ଜୟ ସେଠୀଙ୍କୁ ଗୁରୁବାର ୪ ଦିନିଆ ରିମାଣ୍ଡରେ ଆଣିଛି। ଏମାନଙ୍କୁ ତଡିପାର କରାଯାଇଥିଲେ ମଧ୍ୟ ସେମାନେ ରାଜଧାନୀରେ ରହି ଦୁଇଟି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri