ଆମ ଜିଲା ଖବର

ପିକ୍‌ନିକ୍‌ ସ୍ପଟ୍‌: ଖଡ଼ିକାଝଡ଼ି ଜଳପ୍ରପାତ

ପ୍ରକୃତିର ଗନ୍ତାଘର ମାଲକାନଗିରି ଜିଲା। ଏଠାକାର ପରିବେଶ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଖଡ଼ିକାଝଡ଼ି ଜଳପ୍ରପାତ। କୋରୁକୋଣ୍ଡା ବ୍ଲକ ବାଲିମେଳା ଛକଠାରୁ ଅଳ୍ପ ଦୂରରେ ରହିଛି ଏହି ସ୍ଥାନ। ବାଲିମେଳା ଛକରୁ ଟନେଲ...

୧୦ରୁ ଊର୍ଦ୍ଧ୍ୱ ଡିପୋରେ ଏଫ୍‌ଓ ଅପମିଶ୍ରଣ

ଯାଜପୁର ଅଫିସ,୮।୧: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱର ବିଭିନ୍ନ ସ୍ଥାନରେ ଚାଲିଛି ଫର୍ନେସ ଅଏଲ (ଏଫ୍‌ଓ), ପେଟ୍ରୋଲ, ଡିଜେଲ ଆଦି ତୈଳଜାତୀୟ ପଦାର୍ଥର ଅପମିଶ୍ରଣ। ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଅତି ଗୋପନୀୟ...

କାର୍ଯ୍ୟରେ ଅବହେଳା: ୨ ତହସିଲ କର୍ମଚାରୀ ନିଲମ୍ବିତ

ପଦ୍ମପୁର, ୭।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ତହସିଲର ପୂର୍ବତନ ରାଜସ୍ବ ନିରୀକ୍ଷକ ଓ ନଥିପତ୍ର ରକ୍ଷକଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପୂର୍ବତନ ରାଜସ୍ବ ନିରୀକ୍ଷକ ଦେବୀପ୍ରସନ୍ନ ବାରିକ ଏବଂ ନଥିପତ୍ର ରକ୍ଷକ ମାଧବାନନ୍ଦ ଦାସଙ୍କୁ ସରକାରୀ...

କମିଟି ପ୍ରସ୍ତାବକୁ ମାନିବେ ଘରୋଇ ସ୍କୁଲ

କଟକ ଅଫିସ୍‌,୮।୧:ଘରୋଇ ସ୍କୁଲ୍‌ରେ ଫି’ ହ୍ରାସକୁ ନେଇ ଆଗତ ମାମଲାରେ ଗୁରୁବାର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଫି’ ହ୍ରାସ ସମ୍ପର୍କରେ ହାଇକୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ଯେଉଁ ସୁପାରିସ କରିଥିଲେ, ସେହି ଆଧାରରେ ଘରୋଇ ସ୍କୁଲ୍‌...

୩ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌

ଢେଙ୍କାନାଳ ଅଫିସ, ୮।୧ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲାର ୩ ଗ୍ରାମକୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌ ମିଳିଛି। ଗଁଦିଆ ବ୍ଲକ କାବେରା ମାଧପୁର ପଞ୍ଚାୟତର ଚମଦଳ, ସଦର ବ୍ଲକ ତରଭା ପଞ୍ଚାୟତର ଖଳିବନ୍ଧ ଏବଂ...

ବୃତ୍ତିକୁ ନେଇ ବିବାଦ

ବନ୍ତଳା,୮ା୧(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ସାତକୋଶିଆ ମହାନଦୀ ଗଣ୍ଡରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ୨୦୪ ମତ୍ସ୍ୟଜୀବୀ ପରିବାରର କୌଳିକ ବୃତ୍ତିକୁ ନେଇ ବିବାଦ ଦେଖାଦେଇଛି। ଘଡ଼ିଆଳ ବଂଶବୃଦ୍ଧି ପାଇଁ ଗଣ୍ଡର ୧୦ କିଲୋମିଟର ମଧ୍ୟରେ ମାଛ ମାରିବା...

କାନ୍ଧ ସହ ମିଶାଇଲେ କାନ୍ଧ

ଢେଙ୍କାନାଳ ଅଫିସ, ୮।୧ କେନ୍ଦ୍ରାପଡ଼ାରେ ଘର। ରହୁଥିଲେ ଢେଙ୍କାନାଳରେ। ରୋଗରେ ପଡ଼ିଲେ। ଟାଣି ନେଇଗଲା ମୃତ୍ୟୁ। ହେଲେ ଦୁଃଖ ଏତିକିରେ ସରିଲାନି। କରୋନା ଭୟରେ ଡାକ୍ତରଖାନାରୁ ଭଡ଼ାଘରକୁ ମୃତଦେହ ପୂରାଇବାକୁ ରାଜି ହେଲେନି ମାଲିକ। ଅସହାୟ ଅବସ୍ଥାରେ ଝିଅ, ନାତୁଣୀ...

ଶୌଚାଳୟରେ ସନ୍ତାନ ପ୍ରସବ

ଭୁବନ, ୭।୧: ପ୍ରତିଶ୍ରୁତି ଦେଲେ। ଶାରୀରିକ ସମ୍ପର୍କ ରଖିଲେ। ହେଲେ ବିବାହ କରିବା ବେଳକୁ ମୁହଁ ଫେରାଇନେଲେ ଧୋକାବାଜ ପ୍ରେମିକ, ଯାହାର ଫଳ ଭୋଗୁଛନ୍ତି ଜଣେ ଯୁବତୀ। ଅବିବାହିତ ଥାଇ ପୁତ୍ର ସନ୍ତାନ ଜନ୍ମ ଦେଇଥିବାରୁ ତାଙ୍କ ମୁଣ୍ଡରେ ଲଦିହୋଇଛି...

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌: ଆଉ ଜଣେ ଅଧିକାରୀ ନିଲମ୍ବିତ

ରାଉରକେଲା ଅଫିସ, ୭।୧: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି) ଗ୍ୟାସ୍‌ ଦୁର୍ଘଟଣା ନେଇ ଗୁରୁବାର ଆଉ ଜଣେ ଆର୍‌ଏସ୍‌ପି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେ ହେଉଛନ୍ତି କାରଖାନା ସୁରକ୍ଷା ବିଭାଗ ଅଧିକାରୀ ସ୍ମୃତିରଞ୍ଜନ ସାହୁ। ବୁଧବାର ଏହି ଘଟଣାରେ କର୍ତ୍ତବ୍ୟରେ...

ନୂଆପଡ଼ାରେ ବାଘ ଆତଙ୍କ

ତରବୋଡ,୭।୧: ନୂଆପଡ଼ା ଜିଲା କୋମନା ବନାଞ୍ଚଳ ଅଧୀନ ଭରୁଆମୁଣ୍ଡା ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି। ପ୍ରତିଦିନ ଗାଁରେ ଘୂରି ବୁଲୁଛି ବାଘ । ଗାଁର ଗାଈ, ବଳଦ, ଛେଳି, ମେଣ୍ଢା ସବୁ ଖାଇ ଦେଉଛି। ଭୟରେ ଲୋକେ ଦିନରାତି ତାଟି...

ସିଦ୍ଧମଠ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ୍‌ ପଥର ଜବତ

ଯୋଡ଼ା,୭।୧: କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ପଥର ବନବିଭାଗ ଜବତ କରିଛି। ଜବତ ହୋଇଥିବା ସ୍ଥାନଟି ଏକ ଖଣି କମ୍ପାନୀର ଲିଜ୍‌ ଅଞ୍ଚଳ ବୋଲି ଜଣାପଡିଛି। ମାଙ୍ଗାନିଜ ପଥର ଚୋରା...

ଘର ଭାଙ୍ଗି ଫସଲ ନଷ୍ଟ କଲେ ହାତୀ

ତେଲକୋଇ,୭।୧: କେନ୍ଦୁଝର ଜିଲା ହାଲପୋଡି ଗ୍ରାମରେ ଏକ ଦନ୍ତା ହାତୀ ଘର ଭାଙ୍ଗି ଫସଲ ନଷ୍ଟ କରିଛି। ଦନ୍ତାଟି ବୁଧବାର ରାତିରେ ହାଲପୋଡି ଗ୍ରାମରେ ପଶି ପ୍ରଥମେ ଗୀତା ନାଏକଙ୍କ ଘର ଭାଙ୍ଗି ଧାନ, ଚାଉଳ ଖାଇ ଦେଇଥିଲା। ଅନ୍ୟପକ୍ଷରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri