ଆମ ଜିଲା ଖବର

ଧାନକିଣା ସରିନି, ମଣ୍ଡି ବନ୍ଦ

ବରଗଡ଼ ଅଫିସ୍‌,୪।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ବିତିବ। ମାତ୍ର ଟୋକନ ସମସ୍ୟା ସାଙ୍ଗକୁ ମନ୍ଥର ଗତିରେ ଉଠାଣ ପ୍ରକ୍ରିୟା ଚାଲିଥିବା ଯୋଗୁ ଧାନ କିଣାବିକା ଶିଥିଳ ହୋଇପଡ଼ିଛି। ଏବେ ମଧ୍ୟ ଜିଲାର...

ବିର୍ଜୁ କୁଲୁଙ୍କ ପତ୍ତା ମିଳୁନି

ସୁନ୍ଦରଗଡ଼,୪।୧(ଡି.ଏନ୍‌.ଏ.) ୨୦ ବର୍ଷ ପାକିସ୍ତାନ ଜେଲ୍‌ରେ ସଜା କାଟିବା ପରେ ଗତ ନଭେମ୍ବରରେ ଜନ୍ମମାଟିକୁ ଫେରିଥିବା ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ବିରଙ୍ଗାଟୋଲିର ବିର୍ଜୁ କୁଲୁ (୫୫) ଶନିବାର ରାତିରେ ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ଭଉଣୀ...

ଅଭିମାନ କଲେ ଭକ୍ତ: ଗରିବକୁ ମିଳିଲାନି ଦର୍ଶନ

ପୁରୀ ଅଫିସ, ୪।୧: ସର୍ବସାଧାରଣ ଦର୍ଶନବେଳେ ବଡଦାଣ୍ଡରେ ରବିବାର ଅନେକ ଏଭଳି ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ ବିନା କୋଭିଡ୍‌ ରିପୋର୍ଟରେ ଆସି ମହାପ୍ରଭୁଙ୍କ ଦୁଆରେ ଠିଆ ହୋଇ ଅଭିମାନ ଜାହିର କରୁଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ କେତେଜଣ ଶ୍ରୀମନ୍ଦିର...

ଆବର୍ଜନାରେ ପୋତିହେବାକୁ ବସିିଛି କେନାଲ

କଣାସ,୪।୧(ସ୍ବ.ପ୍ର); କଣାସ ବ୍ଲକର କଣାସ କେନାଲ ଏବେ ଅଳିଆ ଆବର୍ଜନାରେ ପୋତିହେବାକୁ ବସିଲାଣି। ସ୍ଥାନୀୟ ବାସିନ୍ଦାଙ୍କ ସମେତ କଣାସ ହାଟର ବେପାରୀମାନେ ନିକଟସ୍ଥ ଏହି କେନାଲରେ ପଚାସଢ଼ା ପନିପରିବା ଓ ନାନା ପ୍ରକାର ଆବର୍ଜନା ପକାଉଛନ୍ତି। ଫଳରେ ଦୁର୍ଗନ୍ଧ ହେବା...

କଳାହୀରାର କଳାବଜାର

ଯାଜପୁର ଅଫିସ,୪।୧: କଳାହୀରା କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ଷଠିପୁର ପର୍ଯ୍ୟନ୍ତ ଲମ୍ବିଛି। ଏହାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ବର୍ଷକ ମଧ୍ୟରେ ଯାଜପୁର ପୋଲିସ ଦ୍ୱାରା ୫ରୁ ଊର୍ଦ୍ଧ୍ୱ ଥର କୋଇଲା କଳାବଜାର ଧରାପଡ଼ିଛି।...

ଶ୍ରୀମନ୍ଦିରକୁ ୨୧ କିଲୋ ରୁପା ଦାନ କଲେ ଶିବ

ପୁରୀ ଅଫିସ,୪।୧: ଭୁବନେଶ୍ୱର ନିବାସୀ ଶିବପ୍ରସାଦ ପଣ୍ଡା ଓ ତାଙ୍କ ପରିବାର ରବିବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୨୧ କିଲୋଗ୍ରାମ ରୁପା ଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ଉପସ୍ଥିତିରେ ଶିବପ୍ରସାଦ ଏହି ଦାନ କରିଛନ୍ତି।...

ରାଜଧାନୀରେ ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ୱର,୪।୧(ବ୍ୟୁରୋ): ଦୀର୍ଘବର୍ଷ ହେବ ସୀମାନ୍ତରେ ଲୁଟ୍‌, ଚୋରି, ଡକାୟତି, ହତ୍ୟା ଆଦି ଅପରାଧ ଘଟାଉଛନ୍ତି ଝାଡ଼ଖଣ୍ଡର ଅପରାଧୀ। ଓଡ଼ିଶା ପୋଲିସର ଶକ୍ତିକୁ ପରଖିବା ପରେ ଏବେ ସେମାନେ ରାଜଧାନୀ ଭୁବନେଶ୍ୱରରେ ରାଜ୍‌ କଲେଣି। ଝାଡ଼ଖଣ୍ଡରୁ ଆସି ଭୁବନେଶ୍ୱରର ଗଳିକନ୍ଦି ବୁଲି...

ଖୋଲିଲା ଶାରଳା ମନ୍ଦିର

ତିର୍ତ୍ତୋଲ,୪।୧(ଡି.ଏନ.ଏ.): କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ଜଗତସିଂହପୁର ଜିଲା ତିର୍ତ୍ତୋଲସ୍ଥିତ ପ୍ରସିଦ୍ଧ ଝଙ୍କଡ ଶାରଳା ମନ୍ଦିର ଦୀର୍ଘ ମାସ ପରେ ରବିବାର ଖୋଲିଛି। ସରକାରୀ ନିର୍ଦ୍ଦେଶ ପରେ, ସକାଳ ୮ରୁ ମନ୍ଦିର ପରିସରକୁ ଭକ୍ତମାନେ ପ୍ରବେଶ କରିଥିଲେ। ମନ୍ଦିର...

ଖୁଣ୍ଟୁଣୀ ବନାଞ୍ଚଳରେ ପକ୍ଷୀଗଣନା: ୧୨ ପ୍ରଜାତିର ୩୦୨୧ ପକ୍ଷୀ ଚିହ୍ନଟ

ଖୁଣ୍ଟୁଣୀ,୪।୧(ଡି.ଏନ.ଏ.): ଖୁଣ୍ଟୁଣୀ ବନାଞ୍ଚଳରେ ରବିବାର ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ମୋଟ୍‌ ୧୨ ପ୍ରଜାତିର ୩୦୨୧ ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୮ ପକ୍ଷୀ ଇଣ୍ଡିଆନ ସ୍କିମର ବା ପାଣିଚିରି ବୋଲି ବନାଞ୍ଚଳ ଅଧିକାରୀ ମାଗୁଣି ଚରଣ ବେହେରା କହିଛନ୍ତି।...

ମାହାଙ୍ଗା ଡବଲ ମର୍ଡର: ବିଜେଡିକୁ ଭାଜପାର ଅଙ୍ଗୁଳି

ଭୁବନେଶ୍ୱର,୪।୧(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ପରି ଓଡ଼ିଶାରେ ରାଜନୈତିକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ଯେପରି ଭାଜପା...

ଗାଁ ଜମି ନ ଫେରାଇଲେ ଆନ୍ଦୋଳନ: ସୁର

ଖୋର୍ଦ୍ଧା ଅଫିସ,୪।୧: ଗାଁ ସଂସ୍କୃତି ଓ ପରମ୍ପରା ସମାଜକୁ ଉଜ୍ଜୀବିତ କରିଥାଏ। ତେବେ ଗାଁ ଜମି, ଖେଳପଡ଼ିିଆ, ଶ୍ମଶାନ ଜମି, ମେଲଣ ପଡ଼ିିଆ ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡ଼ିିଛି। ସରକାର କମ୍‌ ମୂଲ୍ୟରେ ଏସବୁକୁ ଇଡ୍‌କୋ ହାତକୁ ଟେକି...

ସଂଗ୍ରାମ ପୁଣି ଜଗତ୍‌ସିଂହପୁର ଜିଲାପାଳ

ଜଗତସିଂହପୁର ଅଫିସ,୪।୧: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଏସ୍‌ଡି ଭାବେ କାର୍ଯ୍ୟ କରୁଥିବା ସଂଗ୍ରାମ କେଶରୀ ମହାପାତ୍ର ପୁଣି ଜଗତ୍‌ସିଂହପୁର ଜିଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri