ଆମ ଜିଲା ଖବର

ଆଜିଠୁ ସହରବାସୀଙ୍କ ଜଗା ଦର୍ଶନ

ପୁରୀ ଅଫିସ,୨୬ା୧୨: ପୁରୀବାସୀଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି ଶୁକ୍ରବାର ଶେଷ ହୋଇଛି। ବ୍ୟାରିକେଡ୍‌ ଓ କରିଡର କାର୍ଯ୍ୟ ସରିଛି। ମୁଖ୍ୟ ବ୍ୟାରିକେଡ୍‌ ପାଖରେ ୮ଟି କିଓସ୍କୋ ରଖାଯାଇଛି। ପ୍ରତି କିଓସ୍କୋରେ କ୍ୟାମେରା ସଂଯୋଗ ହୋଇଛି। ପରିଚୟପତ୍ର...

ସ୍ତ୍ରୀଙ୍କ ସମ୍ମୁଖରେ ସ୍ବାମୀ ଜୀବନ୍ତ ଦଗ୍ଧ

ପଡ଼ିଆ,୨୬ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକ ନିଲିଗୁଡ଼ା ପଞ୍ଚାୟତ ପୁରୁଣା ନିଲିଗୁଡ଼ା ଗ୍ରାମରେ ଶୁକ୍ରବାର ଘଟିଛି ଏକ ଦୁଃଖଦ ଘଟଣା। ଗୁରୁବାର ମଧ୍ୟରାତ୍ରିରେ ପୁରୁଣା ନିଲିଗୁଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜଳିଯାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।...

ପୋଲିସ ଲାଠିମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା

ରାୟଗଡ଼ା ଅଫିସ,୨୬ା୧୨:  ହେଲ୍‌ମେଟ ନ ପିନ୍ଧି ଗାଡ଼ି ଚଳାଇଥିବା ଜଣେ ଯୁବକ ପୋଲିସ ଲାଠିମାଡ଼ରେ ଆହତ ହୋଇଛନ୍ତି। ସେ ହେଲେ ରାୟଗଡ଼ା ଥାନା ଅଧୀନ ତଳ ସାଙ୍କେସ ଗ୍ରାମର ପୀତାମ୍ବର ହିମିରିକାଙ୍କ ପୁଅ ରାହୁଲ ହିମିରିକା(୧୮)। ରାହୁଲ ଏବଂ ଭାଇ...

ଶୁଖିଲା ପ୍ରକଳ୍ପ, ମେଣ୍ଟୁନାହିଁ ଶୋଷ

ଯାଜପୁର ଅଫିସ,୨୬ା୧୨: ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ନଳକୂପରେ ସୌରଚାଳିତ ପମ୍ପ୍‌ ସଂଯୋଗ କରାଯାଇଛି। ହେଲେ ଅଧିକାଂଶ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ଏଥିରେ ଲୋକଙ୍କ ଶୋଷ ମେଣ୍ଟୁ ନ ଥିବା ଅଭିଯୋଗ ହୋଇଛି।...

‘ଆଉ କୋଭିଡ୍‌ ପରିସ୍ଥିତି ନ ଆସୁ’

ପୁରୀ ଅଫିସ,୨୬ା୧୨: ‘ନୂତନ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଖୁସିର ବର୍ଷ ହେଉ। ଆଉ କୋଭିଡ୍‌ ପରିସ୍ଥିତି ନ ଆସୁ। ସାମଗ୍ରିକ ଭାବେ ସମସ୍ତଙ୍କର ଉନ୍ନତି ହେଉ। କରୋନା ଯୋଗୁ ରାଜ୍ୟ ଅର୍ଥନୀତି କିଛି ମାତ୍ରାରେ ପ୍ରଭାବିତ ହୋଇଛି। ମାତ୍ର ରାଜ୍ୟ...

ବିପଦରେ ହାତୀବଂଶ

ସମ୍ବଲପୁର, ୨୬।୧୨: ସମ୍ବଲପୁର ଆର୍‌ସିସିଏଫ୍‌ ସର୍କଲ ଅଧୀନରେ ଥିବା ବନଖଣ୍ଡରେ ହାତୀବଂଶ ଏବେ ବିପଦରେ। ବିଗତ ଦିନର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ କୁହାଯାଇପାରିବ। ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁସାରେ ଏହି ସର୍କଲ ଅଧୀନରେ ଥିବା ୬ ବନଖଣ୍ଡରେ...

ଗାଡ଼ି ଧକ୍କାରେ ମା’, ଛୁଆ ଭାଲୁ ମୃତ

ରେଢାଖୋଲ,୨୬ା୧୨(ଡି.ଏନ.ଏ.): ରେଢାଖୋଲ-ବଡମାଲ ପୂର୍ତ୍ତ ବିଭାଗ ରାସ୍ତାର ବଂଶାଜାଲ ପୋଲ ନିକଟରେ ଗୁରୁବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ମା’ ଓ ଛୁଆ ଭାଲୁର ମୃତ୍ୟୁ ହୋଇଛି। ଖବର ପାଇ ଚାରମାଳ ରେଞ୍ଜ ଅଧିକାରୀ ଦର୍ଶନିଆ ଭୋଇ ଓ ବନ...

ମା’, ବାପାଙ୍କୁ ହାଣିଲା ପୁଅ

ନୂଆଗାଁ, ୨୬।୧୨ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଖୁଣ୍ଟଗାଁ ପଞ୍ଚାୟତ ଅନ୍ତର୍ଗତ ବିଶପୁର ଗ୍ରାମରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ସାନପୁଅର ବିବାହ ଲାଗି ଜମି ବିକ୍ରି କଥା କହିବାରୁ ବଡ଼ପୁଅ ପନିକିରେ ମା’ବାପାଙ୍କୁ ହାଣିଛି।...

ପିସି ଘଟଣା ଅଭିଯୋଗକୁ ଭିତ୍ତିହୀନ କହିଲେ କୋକସରା ବ୍ଲକ ଅଧ୍ୟକ୍ଷା

କୋକସରା, ୨୬।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରଶାସନ ଦ୍ୱାରା ଗତ ୨୧ ତାରିଖରେ ବ୍ଲକ ସଭାଗୃହ ରେ ଏକ ସ୍କ୍ରିନିଂ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସ୍କ୍ରିନିଂ କମିଟିର ବୈଠକରେ କୋକସରା ବ୍ଲକ ବିଡ଼ିଓ...

ମୟୂରଭଞ୍ଜରେ ପୁଣି ଭୂକମ୍ପ ଝଟକା

ବାରିପଦା ଅଫିସ/ବୈଶିଙ୍ଗା(ଡି.ଏନ.ଏ.),୨୫ା୧୨-ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଅପରାହ୍ନ ୨ଟା ୧୫ ମିନିଟ ସମୟରେ ଜିଲାର ବଡ଼ସାହି, ବେତନଟୀ, ବୈଶିଙ୍ଗା, ଖୁଣ୍ଟା ଓ ଗୋପବନ୍ଧୁନଗର ଆଦି ଅଞ୍ଚଳରେ ଅନୁଭୂତ ଏହି ମୃଦୁ ଭୂମିକମ୍ପ ବିଷୟରେ ଲୋକେ ହଠାତ୍‌...

ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ ଅଫିସ,୨୫।୧୨: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିବା ସୂଚନା ମିଳିଛି। ଡି. ପ୍ରକାଶ ରାଓ ଗୁରୁବାରଠାରୁ...

ଥରିଲା ବାଲେଶ୍ୱର

ବାଲେଶ୍ୱର ଅଫିସ, ୨୫।୧୨: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରର ଖେଳିଯାଇଛି। ଭୂକମ୍ପର ତିବ୍ରତା କେତେ ରହିଥିଲା, ତାହା ସ୍ପଷ୍ଟ ହୋଇନାହିଁ। ସେହିପରି କେତେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri