ଆମ ଜିଲା ଖବର

ପିଇଓଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ

ସୋନପୁର, ୨୪।୧୨(ନି.ପ୍ର.)-ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଦୁର୍ଯ୍ୟୋଧନ ମେହେରଙ୍କ ସୋନପୁର ସହର ମାନିକେଶ୍ୱର ସ୍ଥିତି ବାସଭବନରେ ଚଢ଼ାଉ ଚାଲିଛି । ସେହିପରି ଚେରୁପାଲି ସ୍ଥିତ ପଞ୍ଚାୟତ ଅଫିସରେ...

ପ୍ରାଣୀ ଚିକିତ୍ସାକୁ ଉପେକ୍ଷା

ବଅଁରପାଳ,୨୪।୧୨(ଡି.ଏନ.ଏ.): ଗ୍ରାମାଞ୍ଚଳ ଅର୍ଥନୀତିକୁ ମଜଭୁତ କରେ ପ୍ରାଣୀ ସମ୍ପଦ। ଗୋପାଳନ ସହ ଛେଳି, ମେଣ୍ଢା, କୁକୁଡ଼ା ଆଦିରୁ ଅତିରିକ୍ତ ଆୟ କରନ୍ତି ଲୋକେ। ସେଥିପାଇଁ ସରକାର ଏସବୁ ପାଳନକୁ ଅଗ୍ରାଧିକାର ଦେଉଛନ୍ତି। ଲୋକଙ୍କୁ ବ୍ୟାଙ୍କଗୁଡ଼ିକରୁ ଋଣ ଯୋଗାଇ ଦେଉଛନ୍ତି। ପ୍ରାଣୀ ସମ୍ପଦଙ୍କ...

ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ

କେନ୍ଦୁଝର, ୨୪।୧୨(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଳକ ଅନ୍ତର୍ଗତ ମହାଦେଈଯୋଡା ଗ୍ରାମ ପଞ୍ଚାୟତର ସଲରାପେଣ୍ଠ-ନାଉପଦା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନାଉପଦା ଖଣି ଅଞ୍ଚଳ ଦେଇ ଯାଉଥିବାରୁ ଏହାର ନିର୍ମାଣ କାର୍ଯ୍ୟ ପଞ୍ଚାୟତ ପକ୍ଷରୁ କରାଯିବାରୁ...

ବିଭାଗର ଦୃଷ୍ଟି ପଡୁନି, ଯାତାୟାତରେ ଅସୁବିଧା

ଜୁନାଗଡ, ୨୪।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନିକଟ ହାତୀବ୍ରିଜ୍‌ ୨୬ ନଂ. ଜାତୀୟ ରାଜପଥ-ଆଟିଗାଁକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି। ବିଭାଗ ପକ୍ଷରୁ ମରାମତି କରାଯାଉ ନ ଥିବାରୁ ଏପରି ହୋଇଛି। ଯାହାକୁ ନେଇ...

ପୁଣି ନକ୍ସଲଙ୍କ ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କ ନିର୍ମମ ହତ୍ୟା

ଚିତ୍ରକୋଣ୍ଡା,୨୪।୧୨(ଡି.ଏନ.ଏ): ପୁଣି ନକ୍ସଲଙ୍କ ବର୍ବର କାଣ୍ଡ। ଆନ୍ଧ୍ର-ଓଡିଶା ସୀମାନ୍ତ ମାଲକାନଗିରି ସ୍ବାଭିମାନ ଅଞ୍ଚଳ ନିକଟସ୍ଥ ଜଣକୁ ପୋଲିସ ଇନଫର୍ମର କହି ହାତ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ର ମାଧ୍ୟମରେ ମାରି ଦେଇଛନ୍ତି। ସେ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ବିଶାଖାପଟନମ...

ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ବିଭାଗ

ଢେଙ୍କାନାଳ ଅଫିସ,୨୪ା୧୨: ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ଏବଂ ଜାତୀୟସ୍ତରରେ ଢେଙ୍କାନାଳ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପ୍ରସିଦ୍ଧ ଶୈବପୀଠ କପିଳାସ, ସବୁଜିମା ସପ୍ତଶଯ୍ୟା, ମହିମାଧର୍ମର ପୀଠ ମହିମାଗାଦି ଯୋରନ୍ଦା ପାଇଁ ଢେଙ୍କାନାଳ ଜିଲା ପ୍ରସିଦ୍ଧ। ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ...

ମୃତ୍ୟୁ ଦଣ୍ଡାଦେଶ ଖାରଜ କଲେ ହାଇକୋର୍ଟ

କଟକ ଅଫିସ୍‌, ୨୪ା୧୨:ଅନୁଗୋଳ ଜିଲାରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି। ଏଥିସହ ପୋକ୍‌ସୋ ଅଦାଲତ ନିଜ ରାୟର ସମୀକ୍ଷା କରିବାକୁ ଉଚ୍ଚ ଅଦାଲତ...

ଅଭିଯୁକ୍ତଙ୍କ ମା’ଙ୍କ ବୟାନ ବଦଳିଲା

ନୟାଗଡ଼ ଅଫିସ,୨୪ା୧୨:ପରୀ ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ଜଣେ କଲେଜ ଛାତ୍ରଙ୍କୁ ଏସ୍‌ଆଇଟି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ଏବେ ଏସ୍‌ଆଇଟି ତାଙ୍କୁ...

ବୋଥ୍ରାଙ୍କ ପଲିଗ୍ରାଫ୍‌ ଟେଷ୍ଟ ପାଇଁ ହାଇକୋର୍ଟରେ ମାମଲା

କଟକ ଅଫିସ,୨୪ା୧୨:ପରୀ ହତ୍ୟା ତଦନ୍ତର ଦିଗ ବାରମ୍ବାର ବଦଳୁଛି। ଗତ ନଭେମ୍ବର ୨୫ରେ ବିଧାସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖି ମେଡିକାଲ ତଥ୍ୟ ଯାଞ୍ଚ ଆଧାରରେ ବଳାତ୍କାର ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି କହିଥିଲେ। କିନ୍ତୁ...

ସ୍କୁଟି ଉପରେ ଚଢ଼ିଗଲା କ୍ରେନ୍‌: ଚାଲିଗଲା ୨ ଜୀବନ

ବାଲେଶ୍ୱର ଅଫିସ, ୨୩।୧୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ରାମେଶ୍ୱର ମନ୍ଦିର ଛକରେ ବୁଧବାର ଅପରାହ୍ନ ୪ଟା ବେଳେ ଏକ ଅଚଳ ଟ୍ରକ୍‌କୁ କ୍ରେନ୍‌ ଦ୍ୱାରା ଗ୍ୟାରେଜ୍‌କୁ ନିଆଯାଉଥିବା ବେଳେ କେନ୍‌ ଡ୍ରାଇଭର ଭାରସାମ୍ୟ ହରାଇ ଗୋଟିଏ ସ୍କୁଟି ଉପରେ...

ବଂଶୀକୁ ଲକ୍ଷ୍ୟଭେଦ କଲା ଏମ୍‌ଆର୍‌ଏସ୍‌ଏଏମ୍‌

ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ବୁଧବାର ଅପରାହ୍ନ ୩ଟା ୫୫ମିନିଟ୍‌ରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ଭାରତ-ଇସ୍ରାଏଲ ମିଳିତ ସହଯୋଗରେ ଏମ୍‌ଆର୍‌ଏସଏଏମ୍‌(ମିଡ଼ିୟମ୍‌ ରେଞ୍ଜ ସର୍‌ଫେସ ଟୁ ଏୟାର ମିଶାଇଲ)କୁ ୩ ନମ୍ବର ଲଞ୍ଚ...

ଖୋଲିଲା କାକଟପୁର ମା’ ମଙ୍ଗଳା ମନ୍ଦିର

କାକଟପୁର, ୨୩।୧୨(ଡି.ଏନ୍‌.ଏ.): କାକଟପୁର ମା’ ମଙ୍ଗଳା ମନ୍ଦିର ଖୋଲିଛି। କରୋନା ଯୋଗୁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିବା ପରେ ବୁଧବାର ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି। ଏ ନେଇ ମନ୍ଦିରରେ ସ୍ବତନ୍ତ୍ର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri