ଆମ ଜିଲା ଖବର

ବଡସିମଲଇ ଗ୍ରାମର ସୋଲାର ଜଳ ପ୍ରକଳ୍ପ ଅଚଳ

ରିଆମାଳ, ୧୯।୧୨(ଡି.ଏନ.ଏ.) -ଦେବଗଡ ଜିଲା ରିଆମାଳ ବ୍ଲକ ବଡସିମଲଇ ଗ୍ରାମରେ ଜଳାଭାବ ଯୋଗୁ ଏକ ସୋଲାର ଜଳ ପ୍ରକଳ୍ପ ହୋଇଛି। କିନ୍ତୁ ଦୀର୍ଘ ୩ ମାସରୁ ଅଧିକ ହେଲାଣି ଏହି ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି। ଗ୍ରାମବାସୀ ଜଳ ପାଇଁ...

ଔପଦା ମହାବିଦ୍ୟାଳୟରେ ଭିଜିଲାନ୍ସ: ନିଲମ୍ବିତ ହେଲେ ଅଧ୍ୟକ୍ଷ

ବାଲେଶ୍ୱର ଅଫିସ, ୧୮।୧୨-ବାଲେଶ୍ୱର ଜିଲା ଔପଦା ଯୁକ୍ତ ୨ କଲେଜରେ ଅର୍ଥ ହେରଫେର ନେଇ ଅଭିଯୋଗ ହେବା ପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଚେକବୁକ୍‌ ଓ କ୍ୟାଶବୁକ୍‌ ଜବତ କରାଯାଇଛି। ଉପଜିଲାପାଳ...

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ନୟାଗଡ଼ ଅଫିସ,୧୮।୧୨: ନୟାଗଡ଼ ଜିଲା ଅବକାରୀ ବିଭାଗ ସିନ୍ଦୁରିଆ ବ୍ୟାଙ୍କ ଛକରେ ଶୁକ୍ରବାର ଚଢ଼ାଉ କରିଛି। ଚଢ଼ାଉରେ ପୋଲିସ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଜଣଙ୍କୁ ଗିରଫ କରିଛି। ସେ ହେଲେ ଦୁର୍ଗାପ୍ରସଦର ନିରଞ୍ଜନ ମହାରଣା...

ବାଘ ଗଣନା ଆରମ୍ଭ

ପୁରୁଣାକଟକ,୧୮।୧୨(ଡି.ଏନ.ଏ.): ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ବନାଞ୍ଚଳରେ ବୁଧବାର ଠାରୁ ଚଳିତବର୍ଷ ବାଘ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ୬ ଦିନ ଧରି ଡିଜିଟାଲ ସର୍ଭେ,...

୪୦ଘଣ୍ଟା ପରେ ପୁଅକୁ ଫେରି ପାଇଲେ ପରିବାର ଲୋକେ, ଘର ନିକଟରୁ ହୋଇଥିଲା ଅପହରଣ

ଗଜପତି,୧୮।୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗତ ବୁଧବାର ସନ୍ଧ୍ୟାରେ ଜଣେ ୭ ବର୍ଷ ଶିଶୁକୁ ଦୁଇଜଣ ଅଜଣା ବ୍ୟକ୍ତି ଅପହରଣ କରିନେଇଥିଲେ। ଏ ନେଇ ଗଜପତି ପୋଲିସ ସୂଚନା ଦେଇଥିଲା । ସେ ହେଲେ କୁମୁଟି ସାହିର ଯାମ୍ମି...

ପାନପୋଷ ରେଳଧାରଣା କଡ଼ରେ ପଡ଼ିଛି ୨ ଯୁବକଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ରାଉରକେଲା ଅଫିସ,୧୮।୧୨: ସୁନ୍ଦରଗଡ଼ ଜିଲା ପାନପୋଷ ରେଳ ଷ୍ଟେଶନରୁ ୨ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ରେଳବାଇ ପୋଲିସ ଶୁକ୍ରବାର ଜବତ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି। ସେମାନଙ୍କର ମୃତ୍ୟୁର...

ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମାଲକାନଗିରି ଡିଏସ୍‌ପି ଅଟକ

ମାଲକାନଗିରି,୧୮ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କାର୍ଯ୍ୟରତ ଡିଏସ୍‌ପି ଅକ୍ଷୟ କୁମାର ନାୟକଙ୍କୁ ଗୁରୁବାର ରାତିରେ କେସିଙ୍ଗା ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସେ କଳାହାଣ୍ଡି ଜିଲା କେସିଙ୍ଗା ଥାନାରେ ଏସ୍‌ଡିପିଓ ଭାବରେ ଥିବା ବେଳେ ଜଣେ ମହିଳା କନଷ୍ଟେବଳଙ୍କୁ ପ୍ରେମ କରି...

ଶିଶୁପୁତ୍ର କାଳିଆ ମୃତ୍ୟୁ ମାମଲା: ଗିରଫ ହେଲେ ସମ୍ପର୍କୀୟ ଖୁଡ଼ୀ

ଢେଙ୍କାନାଳ ଅଫିସ, ୧୮।୧୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଝଙ୍କିରା ଗ୍ରାମରେ ଚନ୍ଦନ ସାହୁଙ୍କ ୩ ବର୍ଷର ଶିଶୁପୁତ୍ର କାଳିଆ ଓରଫ ଆୟୁଷ ସାହୁ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ମୃତ କାଳିଆଙ୍କ ସମ୍ପର୍କୀୟ ଖୁଡି ଭାରତୀ...

ବାହାରିଲାନି ନିଷ୍କର୍ଷ, ସମୟ ନେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୧୮।୧୨: ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ଆଡ୍‌ମିନିଷ୍ଟ୍ରେଟର, ପୁରୀ ନାମରେ ଶତାଧିକ ଏକର ଜମି ଅଛି। ବଂଶାନୁକ୍ରମରେ ଏହି ଜମି ଗ୍ରାମବାସୀଙ୍କ ଭୋଗ ଦଖଲରେ ରହିଛି। ଜମି...

ଜଗନ୍ନାଥପୁର କାଜୁ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ

ନିରାକାରପୁର,୧୮।୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଳବିଭାଜିକା ପକ୍ଷରୁ ଟାଙ୍ଗୀ ବ୍ଲକ କମାଗୁରୁ ପଞ୍ଚାୟତ ଜଗନ୍ନାଥପୁରସ୍ଥିତ ଅଟଳା ମୌଜାରେ ରହିଥିବା ୨୫ଏକର ପରିମିତ ଜମିରେ ୨୦୦୦ ହଜାର କାଜୁ ଚାରାରୋପଣ କରାଯିବାକୁ ପ୍ରକଳ୍ପ ଅନୁମୋଦନ କରାଯାଇଥିଲା। ତେବେ ୩ ବର୍ଷ ମଧ୍ୟରେ ମୋଟ୍‌...

ଶାରଳା ମନ୍ଦିର ଖୋଲିବାକୁ ଜିଲାପାଳଙ୍କ ସବୁଜ ସଙ୍କେତ

ଜଗତ୍‌ସିଂହପୁର ଅଫିସ୍‌,୧୮ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଶାରଳା। କୋଭିଡ୍‌-୧୯ ପୂର୍ବରୁ ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି...

ଧାନକିଣା ଆରମ୍ଭରୁ ବିଭ୍ରାଟ

ଖଇରା,୧୭।୧୨: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୧୪ଟି ସେବା ସମବାୟ ସମିତିରେ ଏବେ ଧାନକିଣା ଆରମ୍ଭ ହୋଇସାରିଛି। ଅନଲାଇନରେ ବ୍ୟାପକ ତ୍ରୁଟି ରହିଥିବା ଅଭିଯୋଗ ପରେ ମଧ୍ୟ ଯୋଗାଣ ବିଭାଗ ଏହାର ସଂଶୋଧନ କରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri