ଆମ ଜିଲା ଖବର

ରାଜ୍ୟରେ ସୁସ୍ଥ ହେଲେ ୪୦୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨ ା୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୨, ଅନୁଗୋଳରୁ ୩୪, କଟକରୁ ୨୯, ବଲାଙ୍ଗୀରରୁ ୨୭, ବରଗଡ଼ରୁ ୨୩, ଯାଜପୁରରୁ ୨୧,...

ଚାହିଁ ବସିଥିଲା ମୃତ୍ୟୁ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଚାଷୀ ଦମ୍ପତିଙ୍କ ଜୀବନ

ହିଞ୍ଜିଳିକାଟୁ,୧୨ା୧୨(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶେରଗଡ଼ ଥାନା ଅନ୍ତର୍ଗତ ବୁରୁପୋଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। କୋବି କିଆରିରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୁରୁପୋଡ଼ା...

ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

କୁଆଁରମୁଣ୍ଡା,୧୨।୧୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ବୀରମିତ୍ରପୁର-ସଲଙ୍ଗାବାହାଲ ରୋଡ୍‌ର ଝମନକେରା ବୁଲାଣି ନିକଟରେ ଶନିବାର ପୂର୍ବାହ୍ନରେ ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍‌ (ନଂ. ଓଡି୨୩ଜି/୦୮୦୪) ଆରୋହୀ ୨ଜଣ ଯୁବକଙ୍କ ମୁତ୍ୟୁ ଘଟିଛି । ମୃତକ ହେଲେ...

ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ଢେଙ୍କାନାଳ ଅଫିସ, ୧୨।୧୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଷଡ଼ଙ୍ଗୀ ରେଞ୍ଜ କରଡ଼ାପାଣି ନିଶ୍ଚିନ୍ତ ଜଙ୍ଗଲରେ ବେଆଇନ୍‌ ପଥର ଖାଦାନରୁ ପଥର ଚୋରା ଚାଲାଣ ନେଇ ଅଭିଯୋଗ ହୋଉଥିଲା। ଏ ନେଇ ଖବରପାଇ ୫ ବନକର୍ମଚାରୀ ଶନିବାର ଚଢ଼ାଉ କରିଥିଲେ।...

ବାଇକ୍‌କୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ପାଟଣାଗଡ଼,୧୨।୧୨ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ କୁତମୁଣ୍ଡା ଗ୍ରାମ ନିକଟରେ ଶନିବାର ସକାଳେ ଏକ ବୋଲେରୋ ବାଇକ୍‌କୁ ଧକ୍କା ଦେଇଛି। ଏଥିରେ ଜଣେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ସୁନାମୁଦି...

ଖୋଲିବ ଶ୍ରୀମନ୍ଦିର: କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବାହାର ଭକ୍ତ

ପୁରୀ ଅଫିସ,୧୨।୧୨: ଖୋଲିବ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ଏନେଇ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରିସ...

କାମରେ ଲାଗୁନି ୪ ପର୍ଯ୍ୟଟନ ପ୍ରକଳ୍ପ

ଚଣ୍ଡିଖୋଲ,୧୨।୧୨(ଡି.ଏନ.ଏ.): ବୌଦ୍ଧ ହୀରକ ତ୍ରିଭୁଜ ଉଦୟଗିରି-ରତ୍ନଗିରି-ଲଳିତଗିର ଏବଂ ପରିବେଶ ପର୍ଯ୍ୟଟନସ୍ଥଳ ଓଳାଶୁଣୀ ପୀଠକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା ୪ ପ୍ରକଳ୍ପ। ଏସବୁ ମଧ୍ୟରେ ୫୩ ନଂ ଜାତୀୟ ରାଜପଥର ପତରାଜପୁର...

ଖରିଫ ଧାନର ଅଭାବୀ ବିକ୍ରି

କେନ୍ଦ୍ରାପଡା ଅଫିସ, ୧୨।୧୨ – କେନ୍ଦ୍ରାପଡା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଅଭାବରୁ ବିକ୍ରି କରି ପାରି ନାହାନ୍ତି। ଏହି ଅଭାବୀ...

ଆକାଉଣ୍ଟ ସେଟେଲ କର, ନଚେତ ଦରମା ବନ୍ଦ

କଟକ ଅଫିସ,୧୨।୧୨: ସମ୍ବଲପୁର ହୀରାକୁଦ ଡ୍ୟାମର ଜଣେ ପୂର୍ବତନ କର୍ମଚାରୀଙ୍କ ଆକାଉଣ୍ଟ ଦୀର୍ଘ ବର୍ଷ ଧରି ସେଟେଲମେଣ୍ଟ ହୋଇ ନ ଥିବା ଘଟଣାରେ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅର୍ଥାତ ୨୧।୧୨।୨୦୨୦ ପୂର୍ବରୁ ଆକାଉଣ୍ଟ ସେଟେଲମେଣ୍ଟ କରା...

ରାସ୍ତା ମଝିରେ ମହିଳାଙ୍କ ଉନ୍ମତ୍ତକାଣ୍ଡ: ପାଟିତୁଣ୍ଡ କରି ରାସ୍ତା ମଝିରେ ଶୋଇଲେ

ଚୌଦ୍ୱାର,୧୨।୧୨(ଡି.ଏନ୍‌.ଏ.): ୫୫ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ପୌରାଞ୍ଚଳ ଅନ୍ତର୍ଗତ ଧୂମାବତୀ ଛକ ରାସ୍ତା ମଝିରେ ଶୁକ୍ରବାର ଜଣେ ମହିଳାଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଏଥିଯୋଗୁ ରାସ୍ତା ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ମୋଟର ଅଧଘଣ୍ଟାଏ ପର୍ଯ୍ୟନ୍ତ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା।...

ନିର୍ବନ୍ଧ ପୂର୍ବରୁ ଯୁବକଙ୍କୁ ହତ୍ୟା: ବରଯାତ୍ରୀ ଯାଇ ନିଖୋଜ ଥିଲେ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡ଼ିଆ ଗ୍ରାମର ବିକାଶ ସାହୁ(୨୯)ଙ୍କୁ ହତ୍ୟା କରାଯାଇଛି। ତାଙ୍କ ମୃତଦେହକୁ ଜଙ୍କିଆ ଥାନା ରମାବିଲି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଶୁକ୍ରବାର ପୋଲିସ ଜବତ କରିଛି। ଶନିବାର ବିକାଶଙ୍କ ନିର୍ବନ୍ଧ...

ଗହୀରମଥା ନିଷିଦ୍ଧାଞ୍ଚଳରେ ମାଛଧରା

ରାଜନଗର,୧୨ା୧୨(ଡି.ଏନ.ଏ.): ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରା ଚାଲିଛି। ଏପରି ଅଭିଯୋଗ ହେବା ପରେ ଶୁକ୍ରବାର ରାଜନଗର ବନ ବିଭାଗ ୫ ଟ୍ରଲରକୁ ଧରିଛି। ସେଥିରେ ଥିବା ୨୯ କୁଇଣ୍ଟାଲ ମାଛ,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri