ଆମ ଜିଲା ଖବର

ଭଉଣୀ କାନ୍ଧରେ ଭାଇର ବୋଝ

ଚମ୍ପୁଆ, ୧୦।୧୨(ଡି.ଏନ.ଏ.)-ଗରିବ ଆଉ କେହି ରହିବେ ନାହଁି। ଅସହାୟଙ୍କଠାରୁ ଆରମ୍ଭ କରି ବିଧବା, ଭିନ୍ନକ୍ଷମ ଏପରିକ ବୃଦ୍ଧ ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ମାତ୍ର ଏହାର ବିପରିତ ପ୍ରତିଫଳନ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ...

ପଲିଥିନ ବ୍ୟାନ୍‌ ପ୍ରହସନ

ଅନୁଗୋଳ ଅଫିସ, ୧୦।୧୨: ଅନୁଗୋଳ ସହରକୁ ପଲିଥିନ ମୁକ୍ତ କରିବାକୁ ଗତବର୍ଷ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ଅକ୍ଟୋବର ୨ରୁ ଏହି ନିୟମକୁ ସହରରେ ଲାଗୁ କରାଯାଇଥିଲା। ବେଆଇନ କାରବାର ହେଲେ ଦୋକାନୀଙ୍କ ଉପରେ ଚଢ଼ାଉ ସହ ଜରିମାନା...

ବିଚ୍‌ ରାସ୍ତାରେ ଉଲଗ୍ନ କଲେ, ଉଠ୍‌ବସ କରାଇଲେ

ଉଦଳା,୯ା୧୨(ଡି.ଏନ.ଏ.)- ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼। ତାହା ପୁଣି ରାଜ୍ୟ ରାଜପଥରେ ଶତାଧିକ ଲୋକଙ୍କ ସମ୍ମୁଖରେ। ଉଦଳା ଥାନା ପୋଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଥିଲା। ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଉଲଗ୍ନ କରି କାନ...

ମାଲବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ: ଜଳିଗଲା ୧୫ ଲକ୍ଷ ଟଙ୍କାର ସାମଗ୍ରୀ

ବଲାଙ୍ଗୀର ଅଫିସ,୯ା୧୨-ବଲାଙ୍ଗୀର-ବରଗଡ ୨୬ ନମ୍ବର ଜାତୀୟ ରାଜପଥର ଖମାରମୁଣ୍ଡା ନିକଟରେ ବୁଧବାର ପୂର୍ବାହ୍ନରେ ଏକ ମାଲ ବୋଝେଇ ୧୦ ଚକିଆ ଟ୍ରକ(ସିଜି୦୪ଜେବି୨୬୪୯) ନିଅଁା ଲାଗି ଜଳି ଯାଇଛି। ରାୟପୁରରୁ ଡାଲି ଜାତୀୟ ସାମଗ୍ରୀ ନେଇ ବଲାଙ୍ଗୀର ଆସୁଥିବା ଏହି ଟ୍ରକ୍‌ର...

କୋଣାର୍କ ଇକୋ ରିଟ୍ରିଟ୍‌ ଆରମ୍ଭ

କୋଣାର୍କ,୯ା୧୨(ଡି.ଏନ୍‌.ଏ.): ପ୍ରକୃତିର ମଜା ନେବା ସହ କିଛି ଆଡଭେଞ୍ଚର ସ୍ପୋର୍ଟସର ଉପଭୋଗ କରିବା ପାଇଁ ବୁଧବାର ଆରମ୍ଭ ହୋଇଯାଇଛି ଇକୋ ରିଟ୍ରିଟ୍‌। ଚଳିତବର୍ଷ ରାଜ୍ୟରେ ମୋଟ ୫ଟି ସ୍ଥାନ ସହ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ବେଳାଭୂମିରେ ଶୁଭାରମ୍ଭ ହୋଇଛି...

ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ

ଦାରିଙ୍ଗବାଡ଼ି,୯ା୧୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଇକୋ ରିଟ୍ରିଟ୍‌ ବୁଧବାର ଦାରିଙ୍ଗବାଡିରେ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ଉତ୍ସବ ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ...

ରାଉତପଡ଼ାରେ ହାତୀ ଉପଦ୍ରବ : ଗ୍ରାମବାସୀ ଭୟଭୀତ

ରୂପ୍‌ସା,୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ଓ ରାଉତପଡ଼ା ପଞ୍ଚାୟତ ଓଡ଼ିଆଶାସନ, କୂଳ ବାରମାଣିଆ, ଭରଡ଼ାପାଳ ଆଦି ମୌଜାରେ ଶିମିଳିପାଳରୁ ୭ ଜଣିଆ ହାତୀପଲ ଆସି ନଦୀ ପାଖ ଜଙ୍ଗଲ ଭିତରେ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର...

ଆସନ୍ତାକାଲି ଭଦ୍ରକ ସହର ବନ୍ଦ

ଭଦ୍ରକ ଅଫିସ,୯।୧୨-ଭଦ୍ରକ ଜିଲାବାସୀଙ୍କ ବାରମ୍ବାର ଦାବି ସତ୍ତ୍ବେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଜିଲାବାସୀଙ୍କର ଏହି ଦାବିକୁ ବହୁଦିନ ଧରି ଅଣଦେଖା କରାଯାଉଛି। ଏଣୁ ଜିଲା କଂଗ୍ରେସ ପକ୍ଷରୁ ଗୁରୁବାର ଭଦ୍ରକ...

ପରୀକୁ ନ୍ୟାୟ ଦେବାରେ ବିଫଳତାର ପ୍ରତିବାଦ: ଭାଜପାର ପଦଯାତ୍ରାକୁ କଂଗ୍ରେସର ଗଡ଼ିବ ପରୀ ନ୍ୟାୟ ରଥ

ନୟାଗଡ ଅଫିସ,୯ ।୧୨: ପରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କର ବିଫଳତାର ପ୍ରତିବାଦରେ ଭାଜପା ଓ କଂଗ୍ରେସ ଆନ୍ଦୋଳନକୁ ତ୍ୱରାନ୍ବିତ କରିଛନ୍ତି। ଭାଜପା ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିବାବେଳେ କଂଗ୍ରେସ ପରୀ ନ୍ୟାୟ ରଥ ପରିକ୍ରମା କରାଇ ନ୍ୟାୟ ପାଇଁ...

ଖଣି ଅଞ୍ଚଳରେ ନିଶାଦ୍ରବ୍ୟ କାରବାର

କାଳିଆପାଣି,୯ା୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ବିଭିନ୍ନ ନିଶା ସାମଗ୍ରୀ କାରବାର ବୃଦ୍ଧି ପାଇବାରେ ଲାଗିଛି ା ଏଥିରେ ସ୍ଥାନୀୟ ଯୁବକମାନେ ପଥଭ୍ରଷ୍ଟ ହେଉଥିବା ବେଳେ ଅଧିକାଂଶ ନାବାଳକ କବଳିତ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପଦ୍ମପୁର,୯।୧୨(ଡି.ଏନ୍‌.ଏ.): ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ପୁରନ୍ଦର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦହିତା ପଞ୍ଚାୟତ ଅଫିସ ଏବଂ ଇଓ ସାହୁଙ୍କ ପଦ୍ମପୁରସ୍ଥିତ ବାସଭବନରେ...

ନୂଆଗାଁ ପଞ୍ଚାୟତରେ ପାନୀୟ ଜଳ ସଙ୍କଟ

ଦଶପଲ୍ଲା,୯ା୧୨(ଡି.ଏନ.ଏ.): ନୂଆଗାଁ ଗ୍ରାମପଞ୍ଚାୟତ ଦଶପଲ୍ଲା ବ୍ଲକର ଉପାନ୍ତ ଅଞ୍ଚଳରେ ଅବସ୍ଥିତ । ୫ ହଜାରରୁ ଊଦ୍ଧର୍‌ବ ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ଗତ କିଛିବର୍ଷ ହେବ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ୨୦୧୭ରେ ଜନସ୍ବାସ୍ଥ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri