ଆମ ଜିଲା ଖବର

ଓଭରଲୋଡ ଟ୍ରକରୁ ଜରିମାନା ଆଦାୟ

ଜୁନାଗଡ,୮।୧୨(ଡି.ଏନ୍‌.ଏ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବନମାଲୀପୁର ନିକଟରେ ସୋମବାର ଏକ ଓଭରଲୋଡ ମକା ଟ୍ରକକୁ ଜିଲା କନିଷ୍ଠ ଏମଭିଆଇ ରତିକାନ୍ତ ନାହାକ ଧରପଗଡ କରିଛନ୍ତି। ଏହି ସମୟରେ ଉକ୍ତ ଟ୍ରକଠାରୁ ଓଭରଲୋଡ ପାଇଁ ୩୧ ହଜାର ୧୮୦ ଟଙ୍କା...

ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟ ସ୍ଥଗିତ

ଦେବଗଡ଼, ୮।୧୨(ଡି.ଏନ.ଏ.)- ରବିବାର ସନ୍ଧ୍ୟାରେ ବାମଣ୍ଡା କ୍ରିକେଟ କ୍ଲବର ଏକ ବୈଠକ କ୍ଲବର ସଭାପତି ତଥା ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।୧୯୯୦ ମସିହାରୁ ଅନୁଷ୍ଠିତ ହୋଇ ଆସୁଥିବା ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟ ଚଳିତବର୍ଷ ତଥା...

ଆଜି ପ୍ରଥମାଷ୍ଟମୀ: ଖୋଜାପଡ଼ିଛି ହଳଦୀପତ୍ର

କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ସବୁ ପର୍ବରେ ଘର ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ ଏଣ୍ଡୁରୀ ପିଠା ନିଆରା। ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ଘରେ ଘରେ ହୋଇଥାଏ। ଏଣୁ...

ଦେବଗଡ଼ ଏବିଭିପିର ନଗର ସମ୍ମିଳନୀ

ଦେବଗଡ଼, ୮ା୧୨(ଡ଼ି.ଏନ୍‌.ଏ.)-ଦେବଗଡ଼ ଜିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ଯ୍ୟାଳୟ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ (ଏବିଭିପି)ର ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ପ୍ରାନ୍ତ ସଙ୍ଗଠନ ସମ୍ପାଦକ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ସୁକାନ୍ତ ସାହୁ...

ପୁରାତନ ଛାତ୍ରସଂଘ ବୈଠକରେ ନିଷ୍ପତ୍ତି:ସରକାରୀ କଲେଜ ଜମିରେ ପାଚେରୀ ନିର୍ମାଣ ସ୍ଥଗିତ ରଖାଯାଉ

ସୁନ୍ଦରଗଡ଼, ୮।୧୨ (ଡି.ଏନ୍‌.ଏ)-ସୁନ୍ଦରଗଡ ସରକାରୀ କଲେଜର ମୂଲ୍ୟବାନ ଜମିକୁ ଜବରଦଖଲକାରୀଙ୍କ କବ୍‌ଜାରୁ ମୁକ୍ତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପୁରାତନ ଛାତ୍ର ସଂଘ ପକ୍ଷରୁ କଲେଜରେ ଥିବା ୧୫୪. ୦୨୬ ଏକର ପରିମିତ ଜମିକୁ...

ପୃଥକ୍‌ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ମୁନିଗୁଡ଼ା/ଟିକିରି,୭ା୧୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲାରେ ପୃଥକ୍‌ ଦୁର୍ଘଟଣାରେ ସୋମବାର ୪ଜଣଙ୍କ ମୃତ୍ୟୁ ଘଟିଛି। ମୁନିଗୁଡ଼ା ଥାନା ଅଧୀନ ଦେଓକୁଗୁଲି ଛକରେ ସୋମବାର ଦୁଇ ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଉଭୟ ପାର୍ଶ୍ୱରୁ ୨ ବାଇକ୍‌ ଦ୍ରୁତଗତିରେ...

ରାୟଗଡ଼ାରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ

ରାୟଗଡ଼ା ଅଫିସ,୭ା୧୨-ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌(ସ୍ପେଶାଲ୍‌ ଟାସ୍କ ଫୋର୍ସ) ସୋମବାର ରାୟଗଡ଼ା ଜିଲାରୁ ବିପୁଳ ପରିମାଣର ମୂଲ୍ୟବାନ୍‌ ରତ୍ନପଥର ଜବତ କରିଛି। ରାୟଗଡ଼ା ସହରସ୍ଥିତ ଜଗନ୍ନାଥ କମ୍ପ୍ଲ୍ଲେକ୍ସର ଏକ ଘରେ ରତ୍ନପଥର ଗଚ୍ଛିତ ଥିବା ଏବଂ ବାହାର ରାଜ୍ୟକୁ ଚାଲାଣ କରିବାକୁ...

ଆଖି ବୁଜିଲା ଚିକିତ୍ସାଧୀନ ହାତୀ

ଦେବଗଡ଼,୭ା୧୨(ଡି.ଏନ୍‌.ଏ)-ଦେବଗଡ଼ ବନାଞ୍ଚଳ କଂସର ସେକ୍ସନ ଅଧୀନ ବିରିୟାମ ଗ୍ରାମ ନାଳରେ ପଡି ଚିକିତ୍ସାଧୀନ ଥିବା ବୟସ୍କା ମାଈହାତୀ ସୋମବାର ଆଖି ବୁଜିଛି। ତିଲେଇବଣୀ ପ୍ରାଣୀ ଚିକିତ୍ସକ ସତ୍ୟବ୍ରତ ମିଶ୍ର ମୃତହାତୀର ବ୍ୟବଚ୍ଛେଦ କରିବା ପରେ ସେଠାରେ ଏକ ଗାତ ଖୋଳି...

ଫି ଛାଡ଼ ପ୍ରସଙ୍ଗରେ ହାଇକୋର୍ଟରେ ଜବାବୀ ସତ୍ୟପାଠ ଦାଖଲ କଲେ ଘରୋଇ ସ୍କୁଲ ସଂଘ: ୧୦ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୭।୧୨: ଫି ଛାଡ଼ ପ୍ରସଙ୍ଗରେ ସୋମବାର ହାଇକୋର୍ଟରେ ଘରୋଇ ସ୍କୁଲ ସଂଘ ତରଫରୁ ଜବାବୀ ସତ୍ୟପାଠ ଦାଖଲ କରାଯାଇଛି । ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ, ୨୩।୦୯।୧୯୯୬ରେ ସରକାର ଓ ଘରୋଇ ସ୍କୁଲ ସଂଘକୁ ନେଇ ଏକ ରିଜୋଲୁଶନ...

ପ୍ରଦୀପଙ୍କ ଠକେଇ ଓ ଜନ ବିରୋଧୀ କାର୍ଯ୍ୟକୁ ନିନ୍ଦା କଲେ ଛତ୍ରପୁର ବିଧାୟକ

ଗଞ୍ଜାମ, ୭।୧୨(ଡି.ଏନ୍‌.ଏ.): ଟାଟାରେ ଚାକିରୀ ଦେବାକୁ କହି ଲାକ୍ଷଧିକ ଟଙ୍କା ଠକେଇ ଅଭିଯୋଗରେ ଭିଜିଲାନ୍ସ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି l ପୂର୍ବରୁ ପ୍ରଦୀପଙ୍କୁ ଜନବିରୋଧି କାର୍ଯ୍ୟ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଦଳରୁ ବହିସ୍କୃତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି...

କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧ ହରିଣ...

ବଦଳିଲେ ବାସେଳିସାହି ଥାନା ଅଧିକାରୀ

ପୁରୀ ଅଫିସ,୭ା୧୨: ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଶେଷରେ ରବିବାର ବଦଳି କରାଯାଇଛି। ଜେନାଙ୍କୁ ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବହୁ ଚର୍ଚ୍ଚିତ ପୁରୀ ହାଜତ ମୃତ୍ୟୁ ଘଟଣା ନେଇ ବାସେଳିସାହି ଥାନା ଅଧିକାରୀଙ୍କୁ ବଦଳି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri