ଆମ ଜିଲା ଖବର

ବଦଳିଲେ ବାସେଳିସାହି ଥାନା ଅଧିକାରୀ

ପୁରୀ ଅଫିସ,୭ା୧୨: ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଶେଷରେ ରବିବାର ବଦଳି କରାଯାଇଛି। ଜେନାଙ୍କୁ ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବହୁ ଚର୍ଚ୍ଚିତ ପୁରୀ ହାଜତ ମୃତ୍ୟୁ ଘଟଣା ନେଇ ବାସେଳିସାହି ଥାନା ଅଧିକାରୀଙ୍କୁ ବଦଳି...

ସରକାରୀ ଯୋଜନା ପାଲଟିଛି ସାତସପନ: ଜରିପାଲ ତଳେ ବିତୁଛି ବୃଦ୍ଧାଙ୍କ ଜୀବନ

କାକଟପୁର,୭।୧୨(ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଛନ୍ତି। କିନ୍ତୁ ସେହି ଯୋଜନା ପ୍ରାୟ ସମୟରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଯାହାର ଉଦାହରଣ ଦେଖିବାକୁ ମିଳିଛି...

ଅଭିଯୋଗ ସମାଧାନ ପାଇଁ ଖୋଲିବ ୨୪ ଘଣ୍ଟିଆ କଲ୍‌ ସେଣ୍ଟର

ପୁରୀ ଅଫିସ,୭।୧୨: ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ଖୁବ୍‌ଶୀଘ୍ର ୨୪ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯିବ। ଲୋକଙ୍କ ଅଭିଯୋଗ ସିଧାସଳଖ ଯେଭଳି ତୁରନ୍ତ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇହେବ ସେଥିଲାଗି ଏଭଳି ଯୋଜନା କରାଯାଇଛି। କଲ ସେଣ୍ଟର ନମ୍ବର ୭୬୫୩୮୯୧୦୩୦ରେ ଲୋକେ...

ପାଇଖାନା ନିର୍ମାଣରେ ଦୁର୍ନୀତି: କାମ ନ କରି ହୋଇଛି ବିଲ୍‌

କୋରୁକୋଣ୍ଡା,୭ା୧୨(ଡି.ଏନ. ଏ.): ସରକାର ସ୍ବଚ୍ଛ ଭାରତ ଅଭିଯାନ ନାମରେ ବହୁ ଅର୍ଥ ଖର୍ଚ୍ଚ କରୁଥିବା କହୁଥିବା ବେଳେ ଏଥିରୁ ହିତାଧିକାରୀମାନେ ସୁଫଳ ପାଉନାହାନ୍ତି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିବେଡା ପଞ୍ଚାୟତର ରାଖେଲଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି...

ଅବ୍ୟବସ୍ଥା ଘେରରେ ଭାଲିଆମୁଣ୍ଡା ସାପ୍ତାହିକ ବଜାର: ବ୍ୟବସାୟୀ ବସିବାକୁ ନାହିଁ ଆବଶ୍ୟକ ପିଣ୍ଡି

ଲୋଇସିଂହା,୭ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ସପ୍ତାହିକ ବଜାର ଅବ୍ୟବସ୍ଥା ଘେରରେ ରହିଛି। ବଜାରରେ ବ୍ୟବସାୟୀମାନେ ବିକ୍ରିବଟା କରିବା ଲାଗି ପିଣ୍ଡିର ଅଭାବ ରହିଛି। ପିଇବା ପାଣିର ବ୍ୟବସ୍ଥା ନାହିଁ। ଏହି ବଜାରରୁ ଭଲ ରାଜସ୍ବ ଆଦାୟ ହେଉଥିବାବେଳେ...

ଶବରପଡ଼ା ଗାଁକୁ ନାହିଁ ସବୁଦିନିଆ ରାସ୍ତା

କୋକସରା,୭ା୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତ ଶବରପଡା ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ। ଲୋକଙ୍କୁ ଯାତାୟାତ ପାଇଁ ଜମି ହିଡ ହିଁ ଭରସା ପାଲଟିଛି। ଭଲ ରାସ୍ତା ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖିନ...

ଆୟୁର୍ବେଦ ଚିକିତ୍ସକଙ୍କ ଦ୍ୱାରା ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୭ା୧୨: ଆୟୁର୍ବେଦ ଚିକିତ୍ସକମାନେ ରୋଗୀଙ୍କ କେତେକ ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର କରିପାରିବେ। ଏନେଇ ଗତ ନଭେମ୍ବର ୧୯ରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଚିିକିତ୍ସା କେନ୍ଦ୍ରୀୟ ପରିଷଦ(ସିସିଆଇଏମ୍‌) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ...

ଘରଭଙ୍ଗା ସାହାଯ୍ୟ ମିଳିଲାନି

ଯାଜପୁର ଅଫିସ,୭।୧୨: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୩ ମାସ ଅତିକ୍ରାନ୍ତ ହୋଇଛି। ଏଥିରେ ଯାଜପୁର ଜିଲାର ୨ ପକ୍କା ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବାବେଳେ ୧୭୦୮ ପକ୍କା ଘର ଅଧିକ ମାତ୍ରାରେ, ୩୧୯ ପକ୍କା ଘର ଆଂଶିକ,...

ସର୍ଭେରେ ଅଟକିଛି ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୭।୧୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଚଳିତବର୍ଷର ପ୍ରଥମାର୍ଦ୍ଧରେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବ୍ୟାସ ସରୋବର ଜଙ୍ଗଲ ଜମିରେ ଛନ୍ଦି ହୋଇଥିବାରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ୯...

ଖରସ୍ରୋତାରୁ ଭଦ୍ରକକୁ ପାଣିଦେବା ବିବାଦ: ପାଣି ନ ଛାଡ଼ିବାକୁ ଜଳ ସତ୍ୟାଗ୍ରହ

କେନ୍ଦ୍ରାପଡ଼ା ଅଫିସ/ରାଜକନିକା,୭ା୧୨ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣିଦେବା ବିବାଦ ତୀବ୍ର ହେବାରେ ଲାଗିଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଶତାଧିକ ମହିଳା ରବିବାର ପୂର୍ବାହ୍ନରେ ହାତରେ ଗରା ଧରି ବରୁଣାଡିହାଠାରେ ନଦୀରେ ପଶି...

ସଙ୍ଗୀତ ପ୍ରେମରେ ଶାନ୍ତିସ୍ବରୂପ

କାମାକ୍ଷାନଗର, ୭।୧୨( ସୁଧୀର କୁମାର ପରିଡ଼ା ): ସଙ୍ଗୀତକୁ ନେଇ ଆଖିରେ ଆଖିଏ ସ୍ବପ୍ନ । ଆଧୁନିକ ହେଉ କି ଶାସ୍ତ୍ରୀୟ ରାଗ, ତାଙ୍କ କଣ୍ଠରୁ ଝରିପଡୁଥିବା ପ୍ରତିଟି ସ୍ବର ବିଭୋର କରେ ଶ୍ରୋତାଙ୍କୁ। ମାତ୍ର ୪ ବର୍ଷରୁ ଆରମ୍ଭ ହୋଇଥିବା...

ଗାଧୋଉଥିବା ବେଳେ ନାଳରେ ବୁଡିଗଲେ ଯୁବକ

ଦେବଗଡ, ୭ା୧୨(ଡି.ଏନ.ଏ)-ବାରକୋଟ ଥାନା ଅନ୍ତର୍ଗତ ଗୁରୁସଙ୍ଗ ଗ୍ରାମରେ ରବିବାର ନାଳରେ ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁସଙ୍ଗ ଗ୍ରାମର ଦେବ ପ୍ରଧାନ(୨୫) ମଧ୍ୟାହ୍ନରେ ଗାଁ ନିକଟସ୍ଥ ଯୌତୁକ ନାଳରେ ଗାଧୋଉଥିଲେ ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri