ଆମ ଜିଲା ଖବର

ଝାଡ଼ଖଣ୍ଡୀ ହାତୀଙ୍କ ସହ ସେଲ୍‌ଫି ନେବାକୁ ଯାଇ ହଇରାଣ କରୁଛନ୍ତି ଯୁବକ, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା ଅଫିସ,୪ା୧୨-ଝାଡଖଣ୍ଡୀ ହାତୀପଲକୁ ଦେଖିବା ବାହାନାରେ ଜଣେ ଯୁବକ ସେଲଫି ନେବାକୁ ଯାଇ ହାତୀ ଗୋଡାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ନଡପୁର ଗାଁ ପାଖ ଜଙ୍ଗଲରେ ଉତ୍ତୋଳନ...

ବୁଦା ମୂଳରୁ ଉଦ୍ଧାର ହେଲେ ୨ କଲରାପତରିଆ ଛୁଆ

ବାଲେଶ୍ୱର ଅଫିସ,୪।୧୨: ସୋର ଥାନା ଅଲ୍ଲିପୁର ଗ୍ରାମର ରାମଚନ୍ଦ୍ର ବାରିକ ଶୁକ୍ରବାର ୨ଟି ଛୁଆ କଲରାପତରିଆ ଅଥବା ଜଙ୍ଗଲୀ କ୍ୱାଟ୍‌ ଉଦ୍ଧାର କରିଛନ୍ତି। ବିଲରେ କାମ କରୁଥିବା ସମୟରେ ସେ ଏକ ବୁଦାମୂଳରେ ସେମାନଙ୍କୁ ଦେଖିବାକୁ ପାଇଥିଲେ। ଛୁଆଦ୍ୱୟ ନିକଟସ୍ଥ...

ବନ୍ୟଜନ୍ତୁଙ୍କ ମରଣଯନ୍ତା: ରାଞ୍ଚି-ବିଜୟୱାଡା ରାସ୍ତା

ବୈପାରିଗୁଡ଼ା,୪।୧୨ (ଡି.ଏନ୍‌.ଏ.): ବନ୍ୟଜନ୍ତୁଙ୍କ ପାଇଁ ମରଣଯନ୍ତା ପାଲଟିଛି ରାଞ୍ଚି-ବିଜୟୱାଡା ରାସ୍ତା। ୨ ବର୍ଷ ମଧ୍ୟରେ ଶହ ଶହ ବିରଳ ପଶୁପକ୍ଷୀ ଦ୍ରୁତଗାମୀ ବସ୍‌ ଚକା ତଳେ ଚାପିହୋଇ ମୃତ୍ୟୁବରଣ କଲେଣି। ଏନେଇ ବନ ବିଭାଗର ନିଦ ଭାଙ୍ଗୁନାହିଁ। ୨ ବର୍ଷ...

ଅଧାରେ ରହିଛି ପୋଲ କାମ, ଭରସା ଦେଶୀ ଡଙ୍ଗା

ବ୍ରହ୍ମପୁର ଅଫିସ,୪ା୧୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ହରିପୁର ପଞ୍ଚାୟତରୁ ଗୋପାଳପୁର ବେଳାଭୂମିକୁ ସଂଯୋଗ ପାଇଁ ଚାଲିଥିବା ପୋଲ କାମ ଦୁଇବର୍ଷ ହେଲାଣି ଶେଷ ହୋଇନାହିଁ। ୨୦୧୯ ଫେବୃୟାରୀରେ ୧୧ କୋଟି ୩୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେତୁ କାମ...

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କ ଜୀବନ ଗଲା

ବଣାଇ,୪ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର କୋଇଡ଼ା ଥାନା ଅନ୍ତର୍ଗତ ପୋଡାଡିହି ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ବାମୀଙ୍କ ଅମାନୁଷିକ କାଣ୍ଡ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ସାମାନ୍ୟ ବଚସାକୁ କେନ୍ଦ୍ରକରି ସ୍ବାମୀ ଟାଙ୍ଗିଆ ଚୋଟରେ...

ଚାଷୀଙ୍କ ଛାତିରେ ପାଦ ରଖି ଦଳିଦେଲା ହାତୀ

ଚୌଦ୍ୱାର,୪ା୧୨(ଡି.ଏନ୍‌.ଏ.): ହାତୀ ପାଦ ତଳେ ଜଣେ ଚାଷୀଙ୍କ ଜୀବନ ଯାଇଛି। ଏଭଳି ଘଟଣା ଘଟିଛି ଚୌଦ୍ୱାର ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡୀ ଚାଷଜମିରେ। ଶୁକ୍ରବାର ସକାଳୁ ଧାନ କାଟିବା ପାଇଁ ଆସିଥିବା ବୁଢାଲିଙ୍ଗ ଗ୍ରାମର ବୃଦ୍ଧ ରତ୍ନାକର ବେହେରା। ଧାନ କାଟୁଥିବା...

୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚନ୍ଦନ କାଠ ଜବତ: ୩ ଗିରଫ

କଟକ ଅଫିସ,୪ା୧୨: କଟକ ଜିଲା ଟାଙ୍ଗୀ ପୋଲିସ ଷ୍ଟେଶନ ଅଧୀନ ଦଳଯୋଡି ଜଙ୍ଗଲରୁ ଶୁକ୍ରବାର ଲକ୍ଷାଧିକ ଟଙ୍କାର ଚୋରା ଚନ୍ଦନ କାଠ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ପ୍ରାୟ ୪ କ୍ୱିଣ୍ଟାଲ ୬୦...

ଥମୁନି ହାତୀ ମୃତ୍ୟୁ: ଘୁମୁସର ବନଖଣ୍ଡରେ ହାତୀର ଜୀବନ ଗଲା

ଭଞ୍ଜନଗର,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜ ଦୁର୍ଗାପ୍ରସାଦ ଜଙ୍ଗଲରେ ଏକ ହାତୀର ଶୁକ୍ରବାର ପ୍ରତ୍ୟୁଷରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବରପାଇ ଡିଏଫ୍‌ଓ ଅଭୟକାନ୍ତ ଦଳେଇ, ଏସିଏଫ୍‌ ସୁଦର୍ଶନ ବାଦୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି...

ମଠ ଅସ୍ତିତ୍ୱ ରକ୍ଷା ପାଇଁ ମିଳିତ ପ୍ରୟାସ ଲୋଡ଼ା

ପୁରୀ ଅଫିସ,୪ା୧୨: ପୁରୀର ପ୍ରାଚୀନ ମଠ ଶ୍ରୀଶଙ୍କରାନନ୍ଦ ମଠ ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି। ଏହି ମଠର ଅସ୍ତିତ୍ୱ ଓ ଆଦର୍ଶ ରକ୍ଷା ପାଇଁ ମିଳିମିଶି ପ୍ରୟାସ କରାଯିବା ଆବଶ୍ୟକ ବୋଲି ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ...

ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ପରିବେଶ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ହେବ

କେନ୍ଦ୍ରାପଡା ଅଫିସ/ରାଜକନିକା/ଆଳି,୪ା୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାଠାରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ନେଇ ବିବାଦ ଏକ ଭିନ୍ନ ସ୍ଥିତିରେ ପହଞ୍ଚତ୍ଛି। ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ପ୍ରକଳ୍ପରୁ...

ଆସନ୍ତା ଜୁଲାଇରେ କ୍ଷତିପୂରଣ ମିଳିବା ସମ୍ଭାବନା

ରସୁଲପୁର,୪ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଗତ ଅଗଷ୍ଟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଧାନଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମିଳିବ ସହାୟତା। ଏନେଇ ବ୍ଲକ ଅଞ୍ଚଳରେ କ୍ଷେତ୍ର ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ବୀମାରାଶି ୨୦୨୧ ଜୁଲାଇରେ...

ପ୍ରଭାବଶାଳୀଙ୍କ ହାତରେ ଭୂମିହୀନ ପଟ୍ଟା

ମହାକାଳପଡା,୪ା୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଭୂମିହୀନ ପରିବାରକୁ ବସୁନ୍ଧରା ଯୋଜନାରେ ସରକାରୀ ଜମି, ବାସଗୃହ ଯୋଗାଇ ଦେବାକୁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ କେନ୍ଦ୍ରାପଡା ଜିଲା ମହାକାଳପଡା ତହସିଲ ଅଞ୍ଚଳରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri