ଆମ ଜିଲା ଖବର

ମନ୍ଦିରରେ ବି ମା’ଙ୍କୁ ଛାଡ଼ିଲେନି ଦୁର୍ବୃତ୍ତ, ତାଡ଼ିନେଲେ ଆଖି

ଚୌଦ୍ୱାର,୧୯ା୧୧(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥର୍ମାଲ ରୋଡ୍‌ସ୍ଥିତ ଦକ୍ଷିଣକାଳୀ ମନ୍ଦିରରେ ବୁଧବାର ବିଳମ୍ବିତ ରାତିରେ ହୋଇଛି ଚୋରି। ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ପ୍ରାୟ ଲକ୍ଷାଧିକ ଟଙ୍କାର ସୁନା,ରୁପା,ଅଳଙ୍କାର ଲୁଟ୍‌ କରିବା ସହିତ ମନ୍ଦିରରେ ପୂଜା ପାଉଥିବା...

ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଚିତ୍ର

ପୁରୀ ଅଫିସ,୧୮ା୧୧:ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ଏହାର ଚତୁଃପାର୍ଶ୍ୱ ଚିତ୍ର। ଅବହେଳିତ ଅବସ୍ଥାରେ ଥିବା ଏହି ତୀର୍ଥ ପୁଷ୍କରିଣୀର ଉନ୍ନତୀକରଣ କରାଯିବ। ଐତିହ୍ୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଏହାକୁ ବିକଶିତ କରାଯିବ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା ହେବ।...

ଜୋର୍‌ ଧରିଲା କ୍ୟାନସର ହସ୍ପିଟାଲ ସ୍ଥାପନ ଦାବି, ଜିଲପାଳ ଅଫିସକୁ ଚେତାବନୀ ଶୋଭାଯାତ୍ରା

ବରଗଡ ଅଫିସ,୧୯।୧୧- ବରଗଡ ଜିଲାରେ କ୍ୟାନସର ହସପିଟାଲ ଦାବି ଜୋର୍‌ ଧରିଛି। ଏହାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ମଙ୍ଗଳବାରରୁ କୋସଲ ସେନାର ୨କର୍ମୀ ସ୍ଥାନୀୟ ଗାନ୍ଧୀଛକରେ ଅନଶନରେ ବସିଥିବା ବେଳେ ଗୁରୁବାର ଫୋରମ ଫର୍‌ କ୍ୟାନସର ହସପିଟାଲ ଇନ...

୧୦ବର୍ଷର ଆକ୍ରୋଶରୁ ଗଣହତ୍ୟା

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୧୯ା୧୧(ଡି.ଏନ୍‌.ଏ.):ପାଟଣାଗଡ଼ ସହଁରାପଡାରେ ଗତ ୧୦ ତାରିଖ ରାତିରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ୮ ଦିନ ପରେ ବଲାଙ୍ଗୀର ପୋଲିସ ଏହି ଗଣହତ୍ୟାର ପର୍ଦ୍ଦାଫାଶ କରିଛି। ଏସ୍‌ପି ମାଡକର...

ଉଜୁଡ଼ିଲା ଧାନଚାଷ, ହାତ ଟେକିଦେଲା ବିଭାଗ

ଜଗତ୍‌ସିଂହପୁର ଅଫିସ, ୧୯ା୧୧:ଜଗତ୍‌ସିଂହପୁର ଜିଲାରେ ନିମ୍ନମାନର ବିହନକୁ ନେଇ ଚାଷୀ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଆସିଛି। ଏବେ ସାରଳା ଓ ଆର୍‌ଜିଏଲ୍‌-୨୫୩୭ ସରକାରୀ ଧାନ ବିହନ ଶତାଧିକ ଚାଷୀଙ୍କୁ ନିରାଶ କରିଛି। ନିମ୍ନମାନର ବିହନ ଯୋଗୁ ଧାନ...

ଫେବୃୟାରୀରୁ ଫାଟି ଆଁ

ବଇଣ୍ଡା,୧୯ା୧୧(ଡି.ଏନ.ଏ.) ଲୋକଙ୍କ ନିକଟରେ ସ୍ବଚ୍ଛ ପାଣି ପହଞ୍ଚାଇବା ପାଇଁ ୧୪ ବର୍ଷ ତଳେ ନିର୍ମାଣ ହୋଇଥିଲା ଜଳ ଯୋଗାଣ ପ୍ରକଳ୍ପ। ଏହା ଶତପ୍ରତିଶତ ସଫଳ ନ ହେବାରୁ ଦ୍ୱିତୀୟ କୂଅ ଖୋଳାଯାଇଥିଲା। ହେଲେ ଭୂତଳ ଜଳ ହ୍ରାସ କାରଣରୁ ବର୍ଷର ଅଧା...

ତହସିଲ ଅଫିସ ସମ୍ମୁଖରେ ଆନ୍ଦୋଳନ

କୋକସରା, ୧୮।୧୧ (ଡି.ଏନ.ଏ)- ଦେଶରେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବୁଧବାର ଦେଶବ୍ୟାପି ଆନ୍ଦୋଳନ ଜାରି ରହିଥିବା ବେଳେ ଏହାକୁ ସମର୍ଥନ ଜଣାଇ ଆଦିବାସୀ ଏକତା ପରିଷଦର ସମର୍ଥନରେ ଭାରତ...

ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍‌

ବଲାଙ୍ଗୀର ଅଫିସ,୧୮।୧୧-ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ଗଣହତ୍ୟା ମାମଲାର ବୁଧବାର ପର୍ଦ୍ଦାଫାସ୍‌ ହୋଇଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଗଣହତ୍ୟାରେ ୯ ଜଣଙ୍କ ସମ୍ପୃକ୍ତି ଥିବା...

ଦୋକାନ ଭିତରକୁ ପଶିଗଲା ଟ୍ରକ: ୨ ମୃତ

କେନ୍ଦୁଝର,୧୮ା୧୧(ସ୍ବ.ପ୍ର.)-ସଦର ଥାନା ଶୁଆକାଠି ପାଟେଶ୍ୱର ମନ୍ଦିର ନିକଟ ବାଂଶପାଳ-କେନ୍ଦୁଝର ରାସ୍ତାରେ ବୁଧବାର ଏକ ଟ୍ରକ ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଯାଇଛି। ଫଳରେ ଦୋକାନ ମାଲିକ ଦୋଳଗୋବିନ୍ଦ ସାହୁ ଓ ଟ୍ରକ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟଣା...

ସ୍ବାମୀଙ୍କ ସହ ଝଗଡ଼ା ପରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ସ୍ତ୍ରୀ

ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିିଲା ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମର ଜଣେ ୪୫ ବର୍ଷୀୟା ମହିଳା ବୁଧବାର ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ରତ୍ନାକର ପାତ୍ରଙ୍କ ସ୍ତ୍ରୀ ଇନ୍ଦୁମତୀ। ତାଙ୍କୁ ପାଟଣା ଗୋଷ୍ଠୀ...

୬୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ୩ଲକ୍ଷ ୨୨ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜବତ: ମିର୍‌ ସୁଦ୍ଧିକ ଗିରଫ

ବାଲେଶ୍ବର ଅଫିସ, ୧୮।୧୧: ବାଲେଶ୍ୱର ଜିଲା ଜଳେଶ୍ୱର ପୋଲିସ ବୁଧବାର ଗେଟ୍‌ ବାଡ଼ ଅଞ୍ଚଳର ମିର୍‌ ସୁଦ୍ଧିକ୍‌ଙ୍କୁ ଗିରଫ କରିଛି। ବ୍ରାଉନ୍‌ ସୁଗାର କାରବାରରେ ଲିପ୍ତ ଥିବା ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ୬୮ ଗ୍ରାମ୍‌...

ସୁନା ଅଳଙ୍କାର ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ

ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ କାମେଶ୍ୱରପୁର ଶାସନ ବାଉଁଶଡିହା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ମୁଖାପିନ୍ଧା ୩ ଦୁର୍ବୃତ୍ତ ୨ ଜଣଙ୍କ ଘରୁ ଲୁଟ କରିବା ସହ ପରିବାର ଲୋକଙ୍କୁ ମାଡ଼ ମାରିଛନ୍ତି। ସୂଚନାନୁଯାୟୀ,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri