ଆମ ଜିଲା ଖବର

ଢେଙ୍କାନାଳ ଜିଲାରେ ସୀମା ଟପିଲା ବର୍ବରତା: ୪ବର୍ଷର ଶିଶୁକୁ ବଳାତ୍କାର ପରେ ହତ୍ୟା

ଢେଙ୍କାନାଳ ଅଫିସ/କାମାକ୍ଷାନଗର/କାଳିଆପାଣି(ଡି.ଏନ୍‌.ଏ.), ୧୩।୧୧-ଢେଙ୍କାନାଳ-ଯାଜପୁର ସୀମାନ୍ତ କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମରେ ଜଣେ ୪ବର୍ଷର ଶିଶୁଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କେତେଜଣ ବ୍ୟକ୍ତି ଏପରି ଜଘନ୍ୟକାଣ୍ଡ ଘଟାଇଥିବା ମୃତ ଶିଶୁକନ୍ୟାଙ୍କ ବାପା...

ଥାନା ଭିତରେ ଲାଠି, ଗୋଇଠା ମାଡ଼ ମାମଲା: ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ)/ ପାଟଣା (ସ୍ବ.ପ୍ର.) – କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨ବର୍ଷ ଯାଏ...

ଭିଜିଲାନ୍ସ ଜାଲରେ କପ୍ତିପଦା ନେସ୍କୋ କାର୍ଯ୍ୟାଳୟର ଯନ୍ତ୍ରୀ

କପ୍ତିପଦା,୧୩।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ନେସ୍କୋ କାର୍ଯ୍ୟାଳୟର ଯନ୍ତ୍ରୀ ଇଂ. ଅଶ୍ୱନୀ କୁମାର ଦାସଅଧିକାରୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ସେ ଗାଡ଼ିଭଡା ବାବଦକୁ ବିଲ୍‌ ମଞ୍ଜୁର କରାଇବାକୁ ୧୩ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର...

ଧାନଖଳାରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ, ମେଶିନ

ପାଟଣା,୧୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜଗର ପଞ୍ଚାୟତ ନୂଆଗାଁ ଚତୁରି ସାହିରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଧାନ ଅମଳ ପାଇଁ ଗାଁରେ ଥିବା ଚତୁରି ଉପରେ ରଖାଯାଇଥିବା ୧୪ ଜଣ ଚାଷୀଙ୍କ ୧୮ ଟ୍ରିପ୍‌ ଧାନ ବିଡା...

ଲିଙ୍ଗ ନିରୂପଣ ସୂଚନା ଦେଲେ ମିଳିବ ୧୦ ହଜାର ପୁରସ୍କାର

ଛତ୍ରପୁର,୧୩।୧୧(ଡି.ଏନ୍‌.ଏ.): ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୁତି ନିଦାନ କୌଶଳ ଅଧିନିୟମ ଜିଲା ପରାମର୍ଶଦାତା କମିଟିର ବୈଠକ ସ୍ଥାନୀୟ ଜିଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଥିବା...

ପୋଲିସର ଅତର୍କିତ ଚଢ଼ାଉ: ୩ ଜୁଆଡ଼ି ଗିରଫ

ଦିଗପହଣ୍ଡି,୧୩।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ରାତିରେ କଇଠଡ଼ା ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ ଅତର୍କିତ ଚଢ଼ାଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ କଲ୍ୟାଣପୁର ଗ୍ରାମର କୁନା ଦୋରା , ଗୁହାଳପୁର ଗ୍ରାମର ରବି ସେଠୀ...

୪ ପ୍ରକଳ୍ପ ପାଇଁ ୪୬୧ କୋଟି ମଞ୍ଜୁର

ପୁରୀ ଅଫିସ,୧୩।୧୧: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ାଯିବ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସେବା ସୁବିଧା ମିଳିବ। ଏଥିପାଇଁ ଭିତ୍ତିଭୂମି ବିକାଶ, ନୂଆ ବହୁଥାକିଆ ରାସ୍ତା, ସେତୁ, ହ୍ରଦ,...

ପିପିଲି ଉପନିର୍ବାଚନ: ଅଧିକ ୭୭ ବୁଥ୍‌ ହେବ

ପୁରୀ ଅଫିସ,୧୩।୧୧: ଆଗକୁ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲିପଡ଼ିଛି। ୬ମାସ ଭିତରେ ନିର୍ବାଚନ ହେବାକୁ ନିୟମ ରହିଥିବାରୁ ଆସନ୍ତା ଏପ୍ରିଲ ୩ ତାରିଖ ସୁଦ୍ଧା ଏଠାରେ ଭୋଟ...

ଧାନ ଫସଲ ନଷ୍ଟ କରୁଛନ୍ତି ବାର୍‌ହା: ଜମିରେ ମଞ୍ଚା ବାନ୍ଧି ଜଗୁଛନ୍ତି ଚାଷୀ

ମହାକାଳପଡା,୧୩ା୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗହୀରମଥା ସଂଲଗ୍ନ ଗ୍ରାମଗୁଡିକରେ ବାର୍‌ହା ଉପଦ୍ରବ ଦେଖିବାକୁ ମିଳୁଛି। ବାର୍‌ହା ପଲ ମୁହଁ ଅନ୍ଧାର ହେଲା ପରେ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଫସଲକୁ ବାର୍‌ହା କବଳରୁ ରକ୍ଷା...

ସମସ୍ୟାରେ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ରସୁଲପୁର,୧୩।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି) ଅଧୀନରେ ପରିଚାଳିତ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି)ରେ ନାନା ସମସ୍ୟା ଲାଗିରହିଛି। ହେଲେ ପ୍ରଶାସନିକ ଦୃଷ୍ଟି ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏଦିଗରେ ସୁଧାର ଆଣିବା...

ଯାବରା ବାଲି ଘାଟ ବିବାଦ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

ରସୁଲପୁର,୧୩ା୧୧(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ଯାବରା ବାଲି ଘାଟରୁ ବାଲି ଉତ୍ତୋଳନକୁ ନେଇ ବିବାଦ ଦେଖାଦେଇଥିଲା। ଉକ୍ତ ବିବାଦ କ୍ରମଶଃ ହାଇକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା। ହାଇକୋର୍ଟ ଏହାର ବିଚାର କରି ତଦନ୍ତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ...

ଲୋକଙ୍କୁ ଆକର୍ଷିତ କରୁଛି ପାର୍କ

ଡେରାବିଶ,୧୩ା୧୧(ସ୍ବ.ପ୍ର.): ସହରାଞ୍ଚଳର ଲୋକେ ଚିତ୍ତ ବିନୋଦନ ଓ ବ୍ୟାୟାମ ଲାଗି ପାର୍କକୁ ବାଛି ନେଇଛନ୍ତି। ହେଲେ ଗଁା ଗହଳିରେ ଆଗ ଭଳି ଆଉ ତୋଟା ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri