ଆମ ଜିଲା ଖବର

ଫିକା ପଡ଼ିଲା ସବୁ ପର୍ବ: ଦଶହରା ଭଳି କଟକଣାରେ ହେବ କାଳି ପୂଜା

କଟକ ଅଫିସ, ୯।୧୧: କରୋନା ପାଇଁ ଚଳିତ ବର୍ଷ ପ୍ରାୟ ସବୁ ପୂଜା ପର୍ବ ଫିକା ପଡ଼ିଛି। ଦଶହରାରେ ଯେଉଁପରି କଟକଣା ଲାଗୁ ହୋଇଥିଲା କାଳି ପୂଜାରେ ମଧ୍ୟ ସେହିଭଳି କଟକଣା ଲାଗୁ ହେବ। ଏ ନେଇ କଟକ ଡିସିପି...

ବାଲେଶ୍ୱରରୁ କାକଟପୁର, ଅସ୍ତରଙ୍ଗ ସପ୍ଲାଏ ହେଉଥିଲା ବ୍ରାଉନ୍‌ସୁଗାର: ୬ ଗିରଫ, ୨୯୮ଗ୍ରାମ ପାଉଡର ଜବତ

କାକଟପୁର,୯।୧୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ପୋଲିସ ରବିବାର ବିଳମ୍ବିତ ରାତିରେ ସୋମନାଥପୁର ଛକରେ ଚଢ଼ାଉକରି ୨୯୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଜଳେଶ୍ବର ଅଞ୍ଚଳର ମିର ରାହତ...

ଜେଲରେ ଟଳିପଡ଼ିଲେ ବିଚାରାଧୀନ କଏଦୀ

ଗଜପତି, ୯।୧୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କର ସୋମବାର ସକାରେ ମୃତ୍ୟୁ ଘଟିଛି। ସେ ହେଲେ ଜୟପାଲ ସିଂ। ତାଙ୍କ ଘର ହରିଆଣାରେ ବୋଲି ଜଣାପଡ଼ିଛି । ତେବେ ଜୟପାଲ ଗଞ୍ଜେଇ ଚାଲାଣ ମାମଲାରେ ଗତ...

ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ସାହିବାସିନ୍ଦା

ମୁନିଗୁଡ଼ା,୯ା୧୧(ଡି.ଏନ୍‌.ଏ.): ଲୋକଙ୍କ ପାଖରେ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଏହା ଏବେବି ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ l ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି...

ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଭାବକଙ୍କ ଧାରଣା

ବରଗଡ଼ ଅଫିସ,୯ା୧୧: ଛାତ୍ରୀଛାତ୍ର କମ୍‌ ଥିବା ଦର୍ଶାଇ ସରକାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି କ୍ରମରେ ବରଗଡ଼ ଜିଲାର ୨୭୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ମସୁଧା ଚାଲିଛି। ଏହାକୁ ନେଇ ଜିଲାର...

ଗଞ୍ଜାମ ସହରରେ ନାହିଁ ଭେଣ୍ଡିଂଜୋନ୍‌: ରୋଡ୍‌ ଉପରେ ଗାଡିରଖି ପରିବା କିଣୁଛନ୍ତି ଲୋକେ

ଗଞ୍ଜାମ, ୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହରର ବ୍ୟବସାୟୀମାନେ ଭେଣ୍ଡିଂଜୋନ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି l ମାତ୍ର କୌଣସି ସୁଫଳ ମିଳୁନାହିଁ। ଫଳରେ ସହରର ବିଭିନ୍ନ ବ୍ୟବସାୟୀ ଓ ଉଠା ପନିପରିବା ଦୋକାନୀମାନେ ରାସ୍ତା କଡ଼ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି...

ମଶାଧୂପରୁ ଲାଗିଲା ନିଆଁ, ୩ ଯବାନ ଗୁରୁତର

ଭଦ୍ରକ ଅଫିସ,୯ା୧୧: ଓଏସ୍‌ଏପିର ୫ମ ବାଟାଲିଅନର ୩ ଯବାନ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ରାତିରେ ଶୋଇଥିବା ବେଳେ ମଶାଧୂପରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଭଦ୍ରକ ଜିଲା ପୁରୁଣାବଜାର ଥାନାରେ...

ଆଜି ରାଜ୍ୟରେ ୧୨୧୯ ପଜିଟିଭ୍‌ ଚିହ୍ନଟ, ୧୦୦ ଉପରେ ୩ ଜିଲା

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସୋମବାର ୩୦ ଜିଲାରୁ ୧୨୧୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୨୭୯୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୦୮ ଜଣ...

ପତ୍ରପୋଡା ରୋଗ: ଶତାଧିକ ଏକର ଧାନ ଫସଲ ନଷ୍ଟ ଆଶଙ୍କା

ବାଲିଆ,୯ା୧୧: ବିରିଡି ବ୍ଲକର ବଡଖଣ୍ଡାଏତା ପଞ୍ଚାୟତର ବାଇଟାଙ୍ଗୀ, ରାଇମୁହଁ, ବଡଖରଦା, ଗଉଡକିଆରି, ବଉରି ଜୋରି, ଚୌଧୁରିବାଟୀ ପ୍ରଭୃତି ପାଟ ଜମିରେ ପତ୍ରପୋଡା ରୋଗ ଦେଖାଦେଇଛି। ଫଳରେ ଶତାଧିକ ଏକର ଧାନ ଗଛ ସବୁ ନାଲି ପଡି ଗଲାଣି। ଏଥିଯୋଗୁ ଧାନ...

ଭିତରକନିକା ଜୈବ ବିବିଧତାକୁ ସଙ୍କଟ

କେନ୍ଦ୍ରାପଡା ଅଫିସ,୯ା୧୧: ଖରସ୍ରୋତା ନଦୀରୁ ଭଦ୍ରକ ଜିଲା ୪ ବ୍ଲକର ୯୧ ପଞ୍ଚାୟତକୁ ପନୀୟଜଳ ଯୋଗାଣ ହେବ। ଏଥିପାଇଁ କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପକୁ ନେଇ ବିବାଦ ବଢୁଛି। ମୁହାଣ ଦେଇ ଖରସ୍ରୋତାର...

ଖୋର୍ଦ୍ଧା ସହରରେ ପୁଣି ପଶିଲା ହାତୀ

ଖୋର୍ଦ୍ଧା ଅଫିସ,୯ା୧୧: ମାସକ ପରେ ପୁଣି ଖୋର୍ଦ୍ଧା ସହରରେ ପଶିଛି ହାତୀ। ରବିବାର ସନ୍ଧ୍ୟାରେ ମୁକୁନ୍ଦପ୍ରସାଦ ନିକଟରେ ଗୋଟିଏ ହାତୀକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଖବର ପାଇ ବନ ବିଭାଗ ଓ ପୋଲିସ ପହଞ୍ଚି ଘଉଡ଼ାଇବାରୁ ହାତୀଟି ସାମନ୍ତରାପୁର...

ଡିସେମ୍ବର ୧୨ରେ ଓକିଲ ସଂଘ ନିର୍ବାଚନ

କଟକ ଅଫିସ,୯ା୧୧: ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ଆସନ୍ତା ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଥିବା ଓଡ଼ିଶା ବାର୍‌ କାଉନ୍‌ସିଲ ସମ୍ପାଦକ ଜେ. କେ. ସାମନ୍ତସିଂହାର ସୂଚନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri