ଆମ ଜିଲା ଖବର

ଫିରିଙ୍ଗିଆ ବିଡିଓଙ୍କ ସ୍ତ୍ରୀଙ୍କ ଆତ୍ମହତ୍ୟା

ଫୁଲବାଣୀ ଅଫିସ, ୫ା୧୧- କନ୍ଧମାଳ ଜିଲା ଫିରିଙ୍ଗିଆ ବିଡିଓ ରଶ୍ମୀରଞ୍ଜନ ମହନ୍ତଙ୍କ ସ୍ତ୍ରୀ ସରିତା ସାମଲ(୩୧)ବୁଧବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି। ବିଡିଓ ମହନ୍ତ ବୁଧବାର କୌଣସି ଏକ ମିଟିଂରେ...

ମଧ୍ୟପ୍ରଦେଶରୁ ୭ ଦାଦନ ଶ୍ରମିକ ଉଦ୍ଧାର

କୋକସରା,୫।୧୧(ଡି.ଏନ.ଏ.)-ଦଲାଲଙ୍କ ଦ୍ୱାରା ପ୍ରତାରିତ ହୋଇ ଠିକାଦାରଙ୍କ ପାଖରେ ଅଟକ ରହି ନିର୍ଯାତନା ଭୋଗୁଥିବା ୭ ଦାଦନ ଶ୍ରମିକଙ୍କୁ ବୁଧବାର କୋକସରା ପୋଲିସ ଉଦ୍ଧାର କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ଦାଦନ ଦଲାଲ କୃଷ୍ଣ ଦୁର୍ଗାଙ୍କୁ ପୋଲିସ ଗିରଫ...

ମହିଳାଙ୍କୁ ଦଳି ମାରିଦେଲା ହାତୀ

ଲହୁଣୀପଡା, ୫।୧୧ (ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ବାଙ୍କୀ ରେଞ୍ଜ କୁଚେଇତା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଦନ୍ତାହାତୀ ଦଳି ମାରି ଦେଇଛି। ମୃତ ମହିଳା ହେଲେ କୁଚେଇତା ଗ୍ରାମର ପାଣ୍ଡରା ମୁଣ୍ଡାଙ୍କ ସ୍ତ୍ରୀ ମନିକା (୪୨)। ...

କଟକରୁ ଆଜି ୫୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୫।୧୧-କଟକ ସହରରୁ ଆଜି ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୨୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୨୩ ରହିଛି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।...

ବିଦ୍ୟୁତ ତାର ସଂସ୍ପର୍ଶରେ ଆଶି ବୃଦ୍ଧଙ୍କ ଜୀବନଗଲା

ଚିତ୍ରକୋଣ୍ଡା, ୫।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଗୁରୁବାର ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆଶି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିତ୍ରକୋଣ୍ଡା ପଞ୍ଚୟତ ଅନ୍ତର୍ଭୁକ୍ତ ଆର୍‌ଏସ୍‌ସି ୧୬ ଗ୍ରାମରର ଲକମି ଖରା(୬୦)। ପ୍ରକାଶ ଯେ, ଲକମି...

ଧର୍ମାନ୍ତରୀକରଣ ରୋକିବା ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ

କେନ୍ଦୁଝର,୫ା୧୧(ସ୍ବ.ପ୍ର.): ଧର୍ମାନ୍ତରୀକରଣ ରୋକିବା ପାଇଁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଡାଳପକା ପଞ୍ଚାୟତର ସୁନାପୋଷୀ ଓ ଗୋପୀନାଥପୁର ଗ୍ରାମର ଅଧିବାସୀମାନେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। ଧର୍ମାନ୍ତରୀକରଣ ଯୋଗୁ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ...

ଡାକ୍ତର ପଦବୀ ପୂରଣ ନେଇ ଭାଜପା ପକ୍ଷରୁ ବିକ୍ଷୋଭ

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଖାଲିପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ଦାବିରେ ଗୁରୁବାର ସ୍ଥାନୀୟ ଭାଜପା ନଗର କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଗଞ୍ଜାମ ଜିଲା କମିଟି ଉପସଭାପତି...

ପୁଣି ଆଉ ଏକ ଟାର୍ଗେଟ ମିଶାଇଲ ସମୁଦ୍ର ଭିତରୁ ଉଦ୍ଧାର

ବାହାନଗା, ୫।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁର ପଞ୍ଚାୟତର ବାଉଁଶ ଆଡିଆ ସ୍ଥିତ ମାଛ ଧରା କେନ୍ଦ୍ର(ଜେଟି)ର ସମୁଦ୍ର ଭିତରୁ ପୁଣି ଏକ ଟାର୍ଗେଟ ମିଶାଇଲକୁ ଧିବୀରମାନେ ଉଦ୍ଧାର କରିଛନ୍ତି। ଏହାକୁ ଦେଖିବା ପାଇଁ ବାଉଁଶ ଆଡିଆ ଓ...

କୃଷି ବିଲକୁ ବିରୋଧ: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ଼ ଅଫିସ,୫।୧୧: କୃଷି ବିଲକୁ ନେଇ ସାରାଦେଶରେ ବିରୋଧର ସ୍ବର ତେଜିଛି। ଏହିକ୍ରମରେ ଗୁରୁବାର ଅଖିଳ ଭାରତୀୟ କିଶାନ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଇଛି। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ମଧ୍ୟ ଏହାର ତାତି...

ଫୁଟିଲାନି ବାଣ କି ସୁଭିଲାନି ବ୍ୟାଣ୍ଡବାଜା: ଭକ୍ତ ବିହୁନେ ବିଦାୟ ନେଲେ ମା’ ଗଜଲକ୍ଷ୍ମୀ

ପୁରୁଷୋତ୍ତମପୁର,୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ରଥସାହି ମା’ ଗଜଲକ୍ଷ୍ମୀଙ୍କ ପୂଜା ଓ ଭଷାଣି କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ ବୁଧବାର ରାତ୍ରରେ ଶେଷ ହୋଇଛି। କେବଳ ବିଧି ରକ୍ଷା ଲାଗି ଏଥର ପୂଜାମଣ୍ଡପ ପରିବର୍ତ୍ତେ ଏକ ଘର ବାରଣ୍ଡାରେ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତିଙ୍କ ପରଲୋକ

ବ୍ରହ୍ମପୁର ଅଫିସ, ୫।୧୧: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ, ସାହିତି୍ୟକ ପ୍ରଫେସର ହରିହର ଦାସ (୮୨)ଙ୍କର ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଚର୍ଚ୍ଚରୋଡ ସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ବିଜେବି କଲେଜ ଓ ଗଙ୍ଗାଧର...

୪୮ ସେକେଣ୍ଡରେ ୬ ରକେଟ୍‌

ବାଲେଶ୍ୱର ଅଫିସ,୫।୧୧: ଡିଆର୍‌ଡିଓ ପକ୍ଷରୁ ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ବିକଶିତ ମଲ୍‌ଟି ବ୍ୟାରେଲ ରକେଟ ଲଞ୍ଚର୍‌ ‘ପିନାକ’ର ସଫଳ ପରୀକ୍ଷା କରାଯାଇଛି। ଏକାଦିକ୍ରମେ ରକେଟ ଲଞ୍ଚର୍‌ରୁ ୪୮ ସେକେଣ୍ଡରେ ୬ଟି ରକେଟ୍‌ ନିକ୍ଷେପ କରାଯାଇଥିଲା। ଏହି ବିକଶିତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri