ଆମ ଜିଲା ଖବର

ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାଶନକାର୍ଡ ମିଳିଲା

ଜୁନାଗଡ,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ଆଟିଗଁାର ଜ୍ୟୋତ୍ସ୍ନା ଦୀପ ନାମ୍ନୀ ଜଣେ ମହିଳାଙ୍କୁ ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ରାଶନ କାର୍ଡ ବ୍ୟବସ୍ଥା କରାଯାଇଛନ୍ତି। ଗରିବ ଶ୍ରେଣୀର ଏହି ମହିଳା ଜଣକ ରାଶନ...

ରାଜଧାନୀରୁ ଚିହ୍ନଟ ହେଲେ ଆଉ ୨୨୯ ଆକ୍ରାନ୍ତ

ଭୁବନେଶ୍ୱର, ୨୦।୧୦: ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୨୨୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୪୭ ଜଣ ଏବଂ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୧୮୨ ଜଣ ରହିଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ...

ଆଇପିଏଲ ସଟ୍ଟା ବେଟିଂ ଅଭିଯୋଗରେ ଜଣେ ଗିରଫ: ଟଙ୍କା, ମୋବାଇଲ ଜବତ

ଜୁନାଗଡ଼,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ନକଟିଗୁଡା ଗ୍ରାମରେ ଆଇପିଏଲ ସଟ୍ଟା ବେଟିଂ ଅଭିଯୋଗରେ ମଙ୍ଗଳବାର ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ନକଟିଗୁଡା ବନ୍ଦପଡ଼ାର ଅଜୟ କୁମାର ମେହେର(୪୩)। ପୋଲିସ ସୂତ୍ରରୁ ପ୍ରକାଶ...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୬ ଜୁଆଡି ଗିରଫ, ୧୪,୨୦୦ ଟଙ୍କା ଜବତ

ଦିଗପହଣ୍ଡି,୨୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ କାଣ୍ତସର ଗାଁରେ ଦୀର୍ଘଦିନ ଧରି ଚାଲିଥିବା ଜୁଆଆଡ୍ଡା ଉପରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ...

ଏଯାଏ ମିଳିନି ଇନ୍‌ପୁଟ ସବ୍‌ସିଡି: ଜିଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୦।୧୦: ବରଗଡ଼ ଜିଲାରେ ଗତ ୨୦୧୯ ରବିଋତୁରେ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ସେତେବେଳେ କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ଫସଲକ୍ଷତି ମଧ୍ୟ ସ୍ପଷ୍ଟ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍‌ପୁଟ...

ମାଓବାଦୀଙ୍କ ବଡ଼ଧରଣର ଯୋଜନା ପଣ୍ଡ : ୭ ଟିଫିନ୍‌ ବୋମା ଜବତ

ଚିତ୍ରକୋଣ୍ଡା,୨୦।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ପଞ୍ଚାୟତ ଗୋରାସେତୁ, ସୁଟିଗନ୍ଧି ନିକଟସ୍ଥ ବ୍ରିଜରେ ମାଓବାଦୀ ୭ଟି ଟିଫିନ୍‌ ବୋମା ଖଞ୍ଜିଥିବା ବେଳେ ଏହାକୁ ନିଷ୍କ୍ରିୟ କରାଯାଇଛି। ବିଏସ୍‌ଏଫ୍‌ ଯବାନମାନଙ୍କ ଗତିବିଧିକୁ ଲକ୍ଷରଖି ମାଓବାଦୀମାନେ ଏକ ବଡ଼ଧରଣର ଯୋଜନା କରି...

ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ

ପୁରୀ ଅଫିସ,୨୦।୧୦: ପୁରୀ ଜିଲା ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଗୋଟିଏ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ସୋମବାର ରାତିରେ ଯାତ୍ରୀ ନ ଥିବା ଖାଲି ବଗି ପୁରୀ ଆସୁଥିବା ବେଳେ ଲାଇନଚ୍ୟୁତ ଘଟିଥିଲା। ଉକ୍ତ ଟ୍ରେନ ଇଞ୍ଜିନ ଆଗର...

ପିପିଲି ମେଡିକାଲରେ ଅବ୍ୟବସ୍ଥା ନେଇ ଧାରଣା

ପିପିଲି,୨୦।୧୦(ସ୍ବ.ପ୍ର.): ପିପିଲି ସରକାରୀ ମେଡିକାଲରେ ବିଭିନ୍ନ ସମସ୍ୟାକୁ ନେଇ ଲାଗିରହିଛି ଅବ୍ୟବସ୍ଥା। ଡାକ୍ତର ନିଯୁକ୍ତିଠାରୁ ଆରମ୍ଭ କରି ନିରାମୟ ସେବା, ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତ, ମେଡିକାଲ ଯନ୍ତ୍ରାଂଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆବଶ୍ୟକ ଥିବାବେଳେ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଛି। ଏ...

ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଫଳ ଘୋଷଣା କର

କଟକ ଅଫିସ,୨୦।୧୦: କରୋନା ଯୋଗୁ ଗତ ୭ ମାସ ହେବ ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ବନ୍ଦ ରହିଥିଲା। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ତେବେ ନିର୍ବାଚନ...

ପ୍ରଦୂଷଣ ଲୁଚାଇବାକୁ ଫନ୍ଦି

ଯାଜପୁର ଅଫିସ,୨୦।୧୦: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଓଡ଼ିଶାରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍‌ପିସିବି ବୈଠକରେ ଏହି ମର୍ମରେ ରାଜ୍ୟର ୭ ସ୍ଥାନରେ କଣ୍ଟିନିୟସ ଏମ୍ବିଏଣ୍ଟ ଏୟାର...

୯ କମିଟିକୁ ଉଚ୍ଚ ମୂର୍ତ୍ତି ଅନୁମତି

କଟକ ଅଫିସ,୨୦।୧୦: କଟକ ଦଶହରା ମୂର୍ତ୍ତି ନିର୍ମାଣ ବିବାଦକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ସୋମବାର ଶୁଣାଣି ହୋଇଥିଲା। ଯେଉଁ ୯ଟି ପୂଜା କମିଟି ୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି ସେମାନେ ସେତିକି ଉଚ୍ଚର ମୂର୍ତ୍ତି...

ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ପାଞ୍ଚ ଗାଁର ଲୋକେ

କୋକସରା, ୨୦ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗ୍ରାମ ଅଧୀନରେ ଥିବା ୫ ଖଣ୍ଡ ଗ୍ରାମର ଲୋକେ ଗତ ୫ବର୍ଷ ହେବ ଆବାସ ଯୋଜନାରେ ଘର ପାଉନାହାନ୍ତି। ଏ ନେଇ ସୋମବାର ସେମାନେ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri