ଆମ ଜିଲା ଖବର

ତପ୍ତପାଣି ଘାଟିରେ ଓଲଟିଲା କଲେଜ ବସ୍‌: ଓଜେଇଇ ପରୀକ୍ଷାର୍ଥୀ ଗୁରୁତର

ଦିଗପହଣ୍ଡି,୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ନଂ ଜାତୀୟ ରାଜପଥ ତପ୍ତପାଣି ଘାଟିରେ ଘଟିଛି ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୨୫ରୁ ଊର୍ଦ୍ଧ୍ବ ଓଜେଇଇ ପରୀକ୍ଷାର୍ଥୀ ଆହାତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର...

ଛତ୍ରପୁରରେ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ଛତ୍ରପୁର,୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିର ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍‌ ଉପରେ ଲୋକେ ଜବରଦଖଲ କରିଛନ୍ତି। ଏଥିସହ ଡ୍ରେନ୍‌ରେ ଅଳିଆ ଆବର୍ଜନା ଆଦି ପକାଉଛନ୍ତି। ଫଳରେ ଡ୍ରେନ୍‌ ପାଣି ନିଷ୍କାସିତ ହୋଇପାରୁନି ବିଶେଷକରି ବର୍ଷାଦିନେ ପରିସ୍ଥିତି ବେହାଲ ହୋଇପଡୁଛି।...

ଆଶ୍ରୟ ନେବାକୁ ହୀନସ୍ତା ହେଉଛନ୍ତି ଖଲାସୀ

ପାରାଦୀପ,୧୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପ ନଗରୀରେ କିଛି ଦିନ ହେଲା ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ବନ୍ଦର ଓ ଶିଳ୍ପସଂସ୍ଥାରେ ପଣ୍ୟ ପରିବହନ କରୁଥିବା ପ୍ରାୟ ୨୦ ହଜାରରୁ ଅଧିକ ଭାରିଯାନର ଖଲାସୀ ଆଶ୍ରୟ ନେବା ପାଇଁ ହୀନସ୍ତା...

ଦୁଇ ଓଡ଼ିଆ ସାମାଜିକ କର୍ମୀଙ୍କୁ ମିଳିଲା ‘ଜୀବରକ୍ଷା’ ସମ୍ମାନ

କଟକ ଅଫିସ,୧୬।୧୦: ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିକୁ ଅନୁସରଣ କରି ସମାଜରେ ଅନେକ ଲୋକ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏଭଳି ଦୁଇ ଓଡ଼ିଆ ସାମାଜିକ କର୍ମୀ ଅନ୍ୟର ସେବା ଲାଗି ନିଜ ଜୀବନକୁ ଉତ୍ସଗୀକୃତ...

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ‘ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ସ୍ଥିତି ନ ଉପୁଜୁ’

ପୁରୀ ଅଫିସ,୧୬ା୧୦: କରୋନା ବିପଦ ଟଳିନାହିଁ। ଆଗକୁ ଶୀତଋତୁରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଏଥିପ୍ରତି ହେୟଜ୍ଞାନ କଲେ ସ୍ଥିତି ପୁଣି ସଙ୍ଗିନ ହୋଇପାରେ। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଖୋଲିଲେ ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବ। ଯଦି...

କଟକଣା ଢିଲା ହେଲେ ଜିଲାକୁ ବିପଦ

ଅନୁଗୋଳ ଅଫିସ, ୧୬ା୧୦ ସପ୍ତାହେ ପରେ ଦୁର୍ଗା ପୂଜା। ଏଣେ ଅନୁଗୋଳ ଜିଲାରେ ଦ୍ରୁତଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ଦୈନିକ ୨ଶହରୁ ଅଧିକ ପଜିଟିଭ୍‌ ବାହାରୁଛନ୍ତି ଜିଲାରୁ। ଏପରି ସ୍ଥିତିରେ ସରକାରୀ ଗାଇଡ୍‌ଲାଇନ ମଧ୍ୟରେ ପୂଜା ପାଳନ କରାଯିବା ଜିଲା...

ଅଜୟଗଡ ଘାଟିରେ ଧସିଲା ପାହାଡ

ପାରଳାଖେମୁଣ୍ଡି,୧୫ା୧୦(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ଠାରୁ ଅଜୟଗଡ ମୁଖ୍ୟ ରାସ୍ତା ନାମନାଗଡ ନିକଟ ଅଜୟଗଡ ଘାଟିରେ ବୁଧବାର ରାତିରେ ପାହାଡ ଧସିଛି। ଫଳରେ ଗୁମ୍ମା ବ୍ଲକର ୩ ପଞ୍ଚାୟତକୁ ଯାତାୟାତ ବନ୍ଦ ହୋଇଛି। ତେବେ ଆଜି ବି ଉକ୍ତ ଅଞ୍ଚଳରେ...

ଘରୁ ଡାକି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

କବିସୂର୍ଯ୍ୟନଗର,୧୫ା୧୦(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତ ସମିତି ସଭ୍ୟାଙ୍କ ସ୍ବାମୀ ନିରଞ୍ଜନ ଗୌଡ଼ଙ୍କୁ ଗତକାଲି ରାତିରେ ୩ଜଣ ଅଜଣା ଯୁବକ ଘରୁ ଡାକି ନେଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ସେ ଦୌଡି ଘରେ ପଶିଯିବାପରେ...

ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ହାତୀପଲ

ଚିତ୍ରଡ଼ା,୧୫ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତରେ ହାତୀ ଉପଦ୍ରବ ଦେଖାଦେଇଛି। ଏହି ପଞ୍ଚାୟତ ଅନ୍ତର୍ଗତ ଭୋଳଘାଟି ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ଘରକୁ ମଙ୍ଗଳବାର ବିଳମ୍ବିତ ରାତିରେ ୨୧ଟି ଝାଡ଼ଖଣ୍ଡି ହାତୀ ସମ୍ପୂର୍ଣ୍ଣ ଭାଙ୍ଗି...

କଟକ ସହରରୁ ୧୧୨ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୫।୧୦-କଟକ ସହରରୁ ଆଜି ମୋଟ୍‌ ୧୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୫୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୩ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଟୁଇଟ...

୨୫ ଲକ୍ଷ ଟଙ୍କାର କଫ ସିରଫ ଜବତ: ୪ ଗିରଫ

ବରଗଡ ଅଫିସ,୧୫।୧୦-ବରଗଡ ଜିଲା ସୋହେଲା ଥାନା ପୋଲିସ ବୁଧବାର ହଲଦୀପାଲି ଛକରେ ଚଢାଉ କରି ଏକ କଫ ସିରଫ ବୋଝେଇ ଏକ ପିକଅପ୍‌ ଭ୍ୟାନକୁ ଜବତ କରିଛି। ଏହି ଘଟଣାରେ ସମ୍ବଲପୁର ଜିଲା ଶାସନ ଥାନା ତାଲପଦର ଗ୍ରାମର ଗୁରୁ...

ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ଗହମ

ବୁଗୁଡ଼ା,୧୫ା୧୦(ଡି.ଏନ୍‌.ଏ.): ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାଶନ କାର୍ଡଧାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଉଥିବା ବେଳେ କିଛି ସରକାରୀ ବାବୁଙ୍କ ବାଟମାରଣା ନୀତି ଯୋଗୁ ହିତାଧିକାରୀ ଯୋଜନାର ସୁଫଳ ପାଇ ପାରୁ ନ ଥିବା ଅଭିଯୋଗ ହେଉଛି। ବୁଗୁଡ଼ା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri