ଆମ ଜିଲା ଖବର

ଏସ୍‌ଇସିସି ତାଲିକାରେ ଓ୍ବାର୍ଡବାସୀଙ୍କ ନାଁ ନାହିଁ

ମୁରିବାହାଲ, ୧୩।୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଚଳକି ପଞ୍ଚାୟତ ଅନ୍ତର୍ଗତ ଚଳକି ଗଁା ୩ ନମ୍ବର ୱାର୍ଡର ଗୋଟିଏ ବି ପରିବାର ଏସଇସିସି (ସାମାଜିକ, ଅର୍ଥନୈତିକ, ଜାତିଗତ ଜନଗଣନା) ତାଲିକାରେ ନାହାନ୍ତି। ଫଳରେ ଗତ ୭ ବର୍ଷ ହେବ...

ଭଡାଟିଆଙ୍କଠାରୁ ୪.୫ ଲକ୍ଷ ଠକି ବନ୍ଧା ହେଲେ ଘରମାଲିକ

ବୋରିଗୁମ୍ମା,୧୨ା୧୦ (ଡି.ଏନ.ଏ. )-କୋରାପୁଟ ଜିଲା ବୋରିଗୁମ୍ମା ସହରରେ ଜଣେ ଘର ମାଲିକ ନିଜ ଘରେ ଭଡା ରହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଘର ମାଲିକଙ୍କୁ...

ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ

ଖୋର୍ଦ୍ଧା ଅଫିସ,୧୨ା୧୦-ଖୋର୍ଦ୍ଧା ସହରର ମାରଓ୍ବାଡିପଟିସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ସୋମବାର ୨ଜଣ ଦୁର୍ବୃତ୍ତ ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ବରାଳଙ୍କଠାରୁ ୨ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ଏହି ଲୁଟ୍‌ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କିଶୋରଙ୍କ ଅଭିଯୋଗକ୍ରମେ ଟାଉନ ଥାନା...

କଟକ ସହରରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୨।୧୦: କଟକ ସହରରୁ ସୋମବାର ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୯ ଲୋକାଲ ଏବଂ ୧୯ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଛି। ଏ ନେଇ...

କରୋନାରେ ଗୁରୁତରଙ୍କ ଲାଗି ଖୁସିଖବର: ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ମେଡିକାଲ ଉଦ୍‌ଘାଟନ

କୋରାପୁଟ,୧୨।୧୦(ସ୍ବ.ପ୍ର.): କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ମେଡିକାଲ ଉଦ୍‌ଘାଟନ ହୋଇଯାଇଛି। ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟଅତିଥି ଭବେ ଯୋଗଦେଇ ପୂଜାର୍ଚ୍ଚନା କରି ଏହାର ଶୁଭାରମ୍ଭ କରିଛନ୍ତି ।...

ଆସିକା ବସଷ୍ଟାଣ୍ଡରୁ ୬ ବସ୍ତା ଗଞ୍ଜେଇ ଜବତ : ୬ ଗିରଫ

ଆସିକା,୧୨ା୧୦(ଡି.ଏନ୍‌.ଏ.)-ଆସିକା ବସଷ୍ଟାଣ୍ଡରୁ ପୋଲିସ ରବିବାର ୬ଟି ବସ୍ତାରେ ଚାଲାଣ ହେବାକୁ ଥିବା ୧୩୪ କି.ଗ୍ରା. ଗଞ୍ଜେଇ ଜବତ କରିଛି ା ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି ା ସେମାନେ ହେଲେ କବିସୂର୍ଯ୍ୟନଗର ଥାନା ବଡ଼ମହୁରୀ ଗ୍ରାମର ପ୍ରବାସୀ...

ବିବାହର ପ୍ରତିଶ୍ରୁତି ଦେଖାଇ ନାବାଳିକାଙ୍କୁ ବଳାତ୍କାର

ଦିଗପହଣ୍ଡି,୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ କୌଶଳ କ୍ରମେ ଅପହରଣ କରିବା ପରେ ବିବାହର ପ୍ରତିଶ୍ରୁତି ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକ୍ରମେ ଥାନା ମାମଲା ନଂ. ୨୩୩/୨୦ରେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା...

ପ୍ଲାଜମା ଦାନ କରିବେ ଶ୍ରୀମନ୍ଦିର ସେବାୟତ

ପୁରୀ ଅଫିସ, ୧୨।୧୦: ମହାମାରୀ କରୋନା ସହିତ ଲଢ଼ି ବିଜୟୀ ହୋଇଥିବା ୮ ଯୁବ ସେବାୟତ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି। କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ଲାଜମା ଚିକିତ୍ସା ସଫଳ ହେଉଥିବାରୁ ଅନ୍ୟ ମାନଙ୍କ ଜୀବନ ରକ୍ଷା ଲାଗି...

ଗଞ୍ଜାମରେ ପାଳନ ହେବନି ଦୁର୍ଗାପୂଜା: ଜିଲାପାଳ

ଛତ୍ରପୁର,୧୨ା୧୦(ଡି.ଏନ୍‌.ଏ.): ଗଞ୍ଜାମରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଆପଣମାନଙ୍କ ସହଯୋଗ ଓ ଚେଷ୍ଟା ଯୋଗୁ ଏହା ହୋଇପାରିଛି। ଏଥିପାଇଁ ଗଞ୍ଜାମର ଜନସାଧାରଣଙ୍କୁ ସୋମବାର ଏକ ଭିଡିଓ ବାର୍ତ୍ତା ଜାରି କରି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ...

ପୂଜାଛୁଟିରେ ହେଡକ୍ୱାର୍ଟର ଛାଡ଼ିପାରିବେନି ଶିକ୍ଷକ: ଭିତ୍ତିଭୂମି ସଜାଡ଼ିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର,୧୨ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ୍‌ ପରିଚାଳନା ପାଇଁ ସ୍କୁଲଗୁଡ଼ିକରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୋଭିଡ୍‌ କେୟାର ହସ୍ପିଟାଲ କରାଯାଇ କୋଭିଡ୍‌ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିଲା। ଉକ୍ତ ସେଣ୍ଟରଗୁଡ଼ିକ ଅନେକ ଦିନ ହେଲା ବନ୍ଦ ହୋଇସାରିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଖୋଲିବ।...

ବରଗଡ଼ରେ ଥମୁନି କରୋନା: ଆଜି ୯୯ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୪ରେ ପହଞ୍ଚିଲା

ବରଗଡ଼ ଅଫିସ,୧୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୧୦, ଭେଡେନ ବ୍ଲକର ୮, ବରଗଡ଼ ପୌରାଞ୍ଚଳରେ ୧୧, ବରଗଡ଼...

ସିର୍କାବର୍ଗରେ ଜମି ବିବାଦ: ଘର ଭାଙ୍ଗି ଲୁଟ୍‌ ଅଭିଯୋଗ

ଦାରିଙ୍ଗବାଡ଼ି,୧୨ା୧୦: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତର ମାଣିକଯୋଡ଼ି ଗ୍ରାମରେ ଜମି ବିବାଦ ମୁଣ୍ଡ ଟେକିଛି। ଏକ ଅନାବାଦି ଜମିରେ ଦୀର୍ଘବର୍ଷ ଧରି ସେହି ଅଞ୍ଚଳର ଶୁକଦେବ ପ୍ରଧାନ ଘର କରି ରହିଆସୁଥିବା ବେଳେ ସେହିଗ୍ରାମର ଲୋକ ଏହାକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri