ଆମ ଜିଲା ଖବର

ଅସୁରକ୍ଷିତ ଶାରୀଶୂଆ ଜଳପ୍ରପାତ: କଟକଣା ନାହିଁ, ବଳି ପଡୁଛି ଜୀବନ

ଖଇରା, ୧୨।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡରେ ଥିବା ଜଳପ୍ରପାତ ଏବେ ଅସୁରକ୍ଷିତ ଅବସ୍ଥାରେ ଅଛି। ଦୈନିକ ଆସୁଥିବା ଶହ ଶହ ସଂଖ୍ୟାର ଯୁବଗୋଷ୍ଠୀଙ୍କ ଉପରେ ପୋଲିସର କଟକଣା ଅଭାବରୁ ଜୀବନହାନି ହେଉଥିବା ଅଭିଯୋଗ ହୋଇଛି। ପୁନଶ୍ଚ...

କାର୍ଯ୍ୟକ୍ଷମ ହେଉନି ପାନୀୟ ଜଳ ପ୍ରକଳ୍ପ

ନରାଜ,୧୨।୧୦(ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ବ୍ଲକ ବେଲଗଛିଆ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ବହୁ ବର୍ଷ ଧରି ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ୨୦୦୫ରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ...

ସ୍କୁଲର ଅବହେଳା: ୪୦ ହଜାର ବୃତ୍ତି ଟଙ୍କା କଟିଗଲା

ଜୁନାଗଡ,୧୨।୧୦(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଉମାକାନ୍ତ ନିଆଲ ନାମକ ଜଣେ ଛାତ୍ର ବୃତ୍ତି ବାବଦକୁ ୪୦ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ...

ଅସୁସ୍ଥ ସ୍ତ୍ରୀଙ୍କୁ ଟ୍ରଲିରେ ୯୦ କି.ମି. ବୋହିବା ଘଟଣା: ଜୀବନ ଯୁଦ୍ଧରେ ହାରିଗଲେ ସୁକାନ୍ତି

କଟକ ଅଫିସ/ପୁରୀ ଅଫିସ/ସାକ୍ଷୀଗୋପାଳ: (ଡି.ଏନ୍‌.ଏ.), ୧୨।୧୦ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସୁକାନ୍ତି ଭୋଇ। କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟାହ୍ନରେ ସେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ଅନ୍ୟପକ୍ଷରେ ରୋଗଣା ସ୍ତ୍ରୀଙ୍କ ଜୀବନ ବଞ୍ଚାଇବାକୁ ପରିଣତ ବୟସରେ...

ପୂଜାକୁ ନେଇ କମିଛି ଉତ୍ସାହ, ଉଦ୍ଦୀପନା

ବଅଁରପାଳ,୧୨ା୧୦(ଡି.ଏନ.ଏ.):  କରୋନା ସମୟ ହୋଇ ନ ଥିଲେ ଏତେବେଳକୁ ଦୁର୍ଗାପୂଜା ପାଇଁ ମଣ୍ଡପ ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥାନ୍ତା। ମିନାବଜାର, ଦୋଳି ଲାଗିବା ସ୍ଥାନ ମଧ୍ୟ ପ୍ରସ୍ତୁତ ହେଉଥାନ୍ତା। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କେଉଁଠୁ କଳାକାର ଆସିବେ ଓ କେତେଦିନ ଧରି...

ହାତୀ ପାଇଁ ଜାତୀୟ ରାଜପଥ ଘଣ୍ଟାଏ ବନ୍ଦ

ଭଞ୍ଜନଗର,୧୧।୧୦(ଡି.ଏନ୍‌.ଏ.)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ଚଳପ୍ରଚଳ ବୃଦ୍ଧି ପାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ବନଖଣ୍ଡର ବିଭିନ୍ନ ରେଞ୍ଜରେ ୫୪ଟି ହାତୀ ଥିବା ଜଣାପଡ଼ିଛି। ସେଥିମଧ୍ୟରେ ତାରସିଂ ରେଞ୍ଜରେ ୨୩, ମୁଜାଗଡ଼ ରେଞ୍ଜରେ ୧୮, ଜଗନ୍ନାଥପ୍ରସାଦ ରେଞ୍ଜରେ ୧୩ ହାତୀ...

ଟ୍ରକ ଧକ୍କାରେ ମହିଳା ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପାଟଣା,୧୧।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ରବିବାର ଏକ ଟ୍ରକ୍‌ ଜଣେ ମହିଳାଙ୍କ ଉପରେ ଚଢିଯିବା ଫଳରେ ତାଙ୍କର ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁରୁତର ହୋଇଥିବା...

କଟକ ସହରରୁ ୫୧ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୧।୧୦-କଟକ ସହରରୁ ଆଜି ମୋଟ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୨୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ...

ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧ ଗୁରୁତର

ଗଞ୍ଜାମ, ୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମ ଚାନ୍ଦିନୀ ପାଖରେ ଏକ ମାଟି ଘର କାନ୍ତ ରବିବାର ଭୁଶୁଡ଼ି ପଡ଼ିଛି। ଏହି ସମୟରେ ଚାନ୍ଦିନୀରେ ବିଶ୍ରାମ ନେଉଥିବା ଉକ୍ତ ଗ୍ରାମର ଅଭି ମହାପାତ୍ରଙ୍କ ଉପରେ କାନ୍ଥ...

ପୁରୀର ଗୋଲ୍ଡେନ୍‌ ବିଚ୍‌କୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା

ପୁରୀ ଅଫିସ,୧୧।୧୦: ପୁରୀ ବେଳାଭୂମିକୁ ମିଳିଛି ଅନ୍ତର୍ଜାତୀୟ ସଫଳତା। ବହୁ ପ୍ରତୀକ୍ଷିତ ବ୍ଲୁ ଫ୍ଲାଗ୍‌ ମାନ୍ୟତା ପାଇଛି ପୁରୀର ଗୋଲ୍ଡେନ୍‌ ବିଚ୍‌ । ଡେନ୍‌ମାର୍କର ଫି’ ସଂସ୍ଥା ପକ୍ଷରୁ ଏହି ମାନ୍ୟତା ମିଳିଛି। ଦିଗବାରିଣୀ ଖୁଣ୍ଟିଠାରୁ ମେ ଫାୟାର ହୋଟେଲ୍‌...

ଚା’ ଦୋକାନ ଭିତରକୁ ପଶିଗଲା ଟ୍ରକ୍‌

ପାଟଣା,୧୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚା’ ଦୋକାନ ଭିତରକୁ ପଶିଯାଇ ଥିବା ବେଳେ ଅଳ୍ପକେ...

କୁକୁର କାମୁଡ଼ି ଦେବାରୁ ବିଲ ମଝିରେ ଫୁଟିଲା ବୋମା

ପାଟଣା,୧୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ଡୁମୁରିଆ ପଞ୍ଚାୟତ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟ ବିଲ ମଝିରେ ଶନିବାର ସାରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ଏକ କୁକୁରର ମୃତ୍ୟୁ ଘଟିଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ଗ୍ରାମବାସୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri