ଆମ ଜିଲା ଖବର

ଅମଳ ବେଳେ ଧାନ ଫସଲରେ ରୋଗପୋକ

କୋକସରା, ୧୧।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ପଞ୍ଚାୟତ ମଧ୍ୟରେ ଅଧିକାଂଶ ପଞ୍ଚାୟତ ଅଣଜଳସେଚିତ। ଚାଷୀ କେବଳ ବର୍ଷା ପାଣି ଭରସାରେ ଚାଷ କରିଥାନ୍ତି। ଚଳିତବର୍ଷ ସ୍ବଭାବିକ ବର୍ଷା ଯୋଗୁଁ ବ୍ଲକ ଅଞ୍ଚଳରେ ଚାଷ ଭଲ ହୋଇଥିଲା। ଏବେ ଧାନ...

ଜୁନାଗଡ ସହରରେ ଘରକୁ ଘର ବୁଲି କୋଭିଡ୍‌ ପରୀକ୍ଷା: ୨୦ ହଜାର ଲୋକଙ୍କ ସ୍କ୍ରିନିଂ, ୧୦ ପଜିଟିଭ ଟିହ୍ନଟ

ଜୁନାଗଡ,୧୦।୧୦(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସହରରେ ୩୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି...

ଯୁବକଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ସମ୍ବଲପୁର,୧୦ା୧୦(ବ୍ୟୁରୋ)-ସମ୍ବଲପୁର ଟାଉନ ଥାନା ଅଧୀନ ହାଟପଡା କଲ୍ୟାଣ ମଣ୍ଡପ ନିକଟସ୍ଥ ଏକ ପାନ ଦୋକାନରେ ଶନିବାର ଜଣେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ୪ ଜଣ ଯୁବକ ବାବଲୁ ନାଏକ (୪୨) ନାମକ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ...

କୋରାପୁଟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫୬୫ରେ ପହଞ୍ଚିଲା

କୋରାପୁଟ,୧୦ା୧୦: କୋରାପୁଟ ଜିଲାରେ ଶନିବାର ଆଉ ୪୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୬୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୬୧୨୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି। ଶନିବାର ଚିହ୍ନଟ ୪୬ ଆକ୍ରାନ୍ତଙ୍କ...

କରୋନାରେ ଆଖିବୁଜିଲେ ଅଙ୍ଗନଓ୍ବାଡି କର୍ମୀ, ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୦ା୧୦(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀ ପି. ମାଙ୍ଗାମା ପାତ୍ର କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ପରଲୋକ ଖବର ପାଇ ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ...

କଟକ ସହରରୁ ୯୨ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୦।୧୦-କଟକ ସହରରୁ ଶନିବାର ମୋଟ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୫୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୦ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ...

କଂସାରୀପଡ଼ା ମରଣାନ୍ତକ ଆକ୍ରମଣ ଘଟଣା: ସିସିଟିଭିରୁ ଚିହ୍ନଟ ହେଲେ ୪ ଅଭିଯୁକ୍ତ

ବଲାଙ୍ଗୀର ଅଫିସ,୧୦ା୧୦: ଚଳିତମାସ ୩ ତାରିଖରେ ବଲାଙ୍ଗୀର ସହର କଂସାରୀପଡ଼ା ମଦନଗୁଡ଼ିଆ ଛକସ୍ଥିତ ମଦ ଦୋକାନ ସାମ୍ନାରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ନେଇ ଶନିବାର ସ୍ଥାନୀୟ ଟାଉନ...

ଜୁନାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି: ୨ ଦିନ ଘରକୁ ଘର ବୁଲି କୋଭିଡ ପରୀକ୍ଷା

ଜୁନାଗଡ଼,୧୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଓ ଏନ୍‌ଏସିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ୨...

ନଦୀପଠାରେ ଯୁବତୀଙ୍କୁ ହତ୍ୟା ମାମଲା: ଭାଜପା ପକ୍ଷରୁ କେ. ନୂଆଗାଁ ଥାନା ଘେରାଉ

ଦିଗପହଣ୍ଡି/ଚିକିଟି,୧୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଦେଓଖାଳି ଗାଁର ଯୁବତୀ ପ୍ରମୋଦିନୀ ନାୟକଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ହୋଇଛି। ଏ ନେଇ ଭାଜପା ଦିଗପହଣ୍ଡି ବ୍ଳକ କମିଟି ପକ୍ଷରୁ ଶନିବାର କେ. ନୂଆଗାଁ ଥାନା ଘେରାଉ କରାଯାଇଛି। ଭାଜପା...

୮ ମାସର ଗର୍ଭବତୀ ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଜୀବନ ଗଲା

ରାୟଗଡା ଅଫିସ,୧୦।୧୦: ରାୟଗଡ଼ା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡଙ୍ଗପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ବୋହୂଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୋହୂ ସୁମିତ୍ରା ମାଣ୍ଡାଙ୍ଗି (୨୪)...

ସାମ୍ପ୍ରତିକ ସ୍ଥିତିରେ ଶ୍ରୀମନ୍ଦିର ନ ଖୋଲୁ

ପୁରୀ ଅଫିସ, ୧୦ । ୧୦: ମହାମାରୀ କରୋନା ପାଇଁ ବନ୍ଦ ଥିବା ରାଜ୍ୟର ବିଭିନ୍ନ ଧାର୍ମିିକସ୍ଥଳ ଖୋଲିବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲିବା ସଂକ୍ରାନ୍ତରେ ସରକାରଙ୍କ ନିର୍ଦ୍ଦେଶ ପାଇବା...

ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ,୧୦ । ୧୦: କଟକ ଦଶହରା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ଚାଲିଥିବା ମାମଲାରେ ଶୁକ୍ରବାର ଶୁଣାଣି ହୋଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ୪ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ସପକ୍ଷରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri