ଆମ ଜିଲା ଖବର

ଗୁରୁତର ସିଂହୀ ସୁପ୍ରିୟାର ମୃତ୍ୟୁ

ବାରଙ୍ଗ,୩୦ା୯(ଡି.ଏନ୍‌.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନର ସିଂହ ସଫାରିରେ ଗୁରୁତର ହୋଇ ଚିକିତ୍ସା ହେଉଥିବା ସିଂହୀ ସୁପ୍ରିୟାର ମଙ୍ଗଳବାର ମୃତ୍ୟୁ ଘଟିଛି। ୨୬ବର୍ଷୀୟ ଏହି ସିଂହୀଟି ଗତ କିଛିଦିନ ହେବ ଅସୁସ୍ଥ ଥିଲା। ଏପରି କି ସେ ଧୀରେ ଧୀରେ ରୁଗ୍‌ଣ ହୋଇପଡ଼ିବା...

ସଂକ୍ରମିତ ସେବାୟତଙ୍କୁ ଶ୍ରୀମନ୍ଦିର ମନା

ପୁରୀ ଅଫିସ,୩୦ା୯: କରୋନା ସଂକ୍ରମିତ ସେବାୟତ କିମ୍ବା କର୍ମଚାରୀ କେହି ବି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର...

ଢେଙ୍କାନାଳ ପୌରସଂସ୍ଥା ରୋଲ୍‌ ମଡେଲ

ଢେଙ୍କାନାଳ ଅଫିସ, ୩୦।୯ – ମଳପଙ୍କ ପରିଚାଳନାରେ ଢେଙ୍କାନାଳ ପୌରସଂସ୍ଥା ସମଗ୍ର ଦେଶରେ ରୋଲ୍‌ ମଡେଲ। ଏପରି ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସମସ୍ତ ତଥ୍ୟାବଳୀ ଗ୍ରାମାଞ୍ଚଳରେ ପହଞ୍ଚାଇବା ମୂଳ ଉଦ୍ଦେଶ୍ୟ। ଏହି ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ଲାଗି ପ୍ରଶାସନ...

‘ଅର୍ଥ ଥାଇ ଉନ୍ନତି ହେଉନି’

ଢେଙ୍କାନାଳ ଅଫିସ, ୩୦।୯ – ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଅର୍ଥ ଥାଇ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ଏଥିପାଇଁ ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଏମ୍‌ପି ମହେଶ ସାହୁ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଜିଲାରେ ଅର୍ଥ...

ଆବର୍ଜନାରୁ ପ୍ରସ୍ତୁତ ହେଲା ଜୈବିକ ଖତ

ଅନୁଗୋଳ ଅଫିସ, ୩୦ା୯ – ଅନୁଗୋଳ ସହରରେ ପ୍ରତିଷ୍ଠା କରାଯାଇଥିବା ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି) ମଧ୍ୟରୁ ଗୋଟିଏରୁ ଉତ୍ପାଦନ ଆରମ୍ଭ ହୋଇଛି। ସହରରୁ ସଂଗୃହୀତ ଓଦା ଆବର୍ଜନାରୁ ମଙ୍ଗଳବାର ପ୍ରଥମ କରି ଜୈବିକ ଖତ ପ୍ରସ୍ତୁତ କରିଛି ହୁଲୁରିସିଂହା...

ଗୋଟିଏ ପଦବୀ, ଦୁଇ ଅଧିକାରୀ

ଢେଙ୍କାନାଳ ଅଫିସ, ୩୦।୯ – ପଦବୀ ଗୋଟିଏ। ଦୁଇଜଣ ଅଧିକାରୀ। କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉଭୟଙ୍କ ମଧ୍ୟରେ ଦାୟିତ୍ୱ ସମ୍ଭାଳିବାକୁ ନେଇ ଚାଲିଛି ଟଣାଓଟରା। କର୍ମଚାରୀମାନେ କାହା ନିର୍ଦ୍ଦେଶ ମାନିବେ, କାହାକୁ ଅଣଦେଖା କରିବେ ତାହାକୁ ନେଇ ପଡ଼ିଛନ୍ତି ଦ୍ୱନ୍ଦ୍ୱରେ। ଢେଙ୍କାନାଳ...

ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୨୯ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୯।୯: ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍‌ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ, ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୬ ଜଣ ଲୋକାଲ୍‌...

ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଡେପୁଟୀ କଲେକ୍ଟର ଗିରଫ

ଲଖନପୁର,୨୯।୯(ଡି.ଏନ.ଏ): ସ୍ତ୍ରୀଙ୍କୂୁ ନିର୍ଯାତନା ଦେବା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଶରତ କୁମାର ବାଗଙ୍କୁ ଝାରସୁଗୁଡା ଟାଉନ ଥାନା ପୋଲିସ ଗିରଫ କରିଛି। ଏହାପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ କୈଳାଶ ଆଚାର୍ଯ୍ୟ କହିଛନ୍ତି।...

ବରଗଡ଼ରୁ ୬୯ ନୂଆ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୬୨୭୪ରେ ପହଞ୍ଚିଲା

ବରଗଡ଼ ଅଫିସ,୨୯।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୬୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭେଡେନ ବ୍ଲକର ୫, ବରଗଡ଼ ବ୍ଲକର ୩, ବରଗଡ଼ ପୌରାଞ୍ଚଳର ୭, ଅତାବିରା...

୨୪ ଘଣ୍ଟାରେ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ

ବରଗଡ଼ ଅଫିସ,୨୯।୯: ବରଗଡ଼ ଜିଲା ପୋଲିସ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ୨୪ ଘଣ୍ଟାରେ ୧ଲକ୍ଷ ୩ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରିଛି। ସେଥିମଧ୍ୟରୁ ମାସ୍କ ପିନ୍ଧି ନ ଥିବାରୁ ୧୧ହଜାର ୫ଶହ, ସାମାଜିକ ଦୂରତ୍ୱ ଅବମାନନା...

ଗ୍ରାମବାସୀଙ୍କୁ ନ ଜଣାଇ ପଲ୍ଲୀସଭା ଡାକିଥିଲେ ସରପଞ୍ଚ: ପ୍ରତିବାଦ କରିବାରୁ ପକାଇଲେ ଚାପୁଡାଏ

ଚିତ୍ରଡ଼ା,୨୯।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ମୋରଡା ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତର ଝିଙ୍କିରିଆ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ପଲ୍ଲୀସଭା କରୁଥିବା ବେଳେ ତାଙ୍କୁ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ସରପଞ୍ଚ ଓ ପିଓ ପଲ୍ଲୀସଭା ନେଇ ଗ୍ରାମବାସୀଙ୍କୁ ଅବଗତ...

ତପ୍ତପାଣି ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍‌

ପାଟପୁର,୨୯।୯(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ନିକଟ ପାଳୁଖୋଳା ଘାଟିରେ ମଙ୍ଗଳବାର ଭୋରୁ ଏକ ପେପର ବୋଝେଇ ଟ୍ରକ୍‌ (ଓଡି୧୮ଏ୭୨୯୨) ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବ୍ରେକ୍‌ ଫେଲ ହେବାରୁ ଗାଡ଼ିଟି ଘାଟି ତଳକୁ ଓଲଟି ପଡିଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri