ଆମ ଜିଲା ଖବର

ହଂସୁଆରୁ ମା’, ମାମୁଘର ପୋଖରୀରୁ ଝିଅଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାଜନଗର,୨୧ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅଧୀନ ମାଣପଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ପୂର୍ବାହ୍ନରେ ଦୁଇ ଝିଅଙ୍କୁ ଛାଡ଼ି ସ୍ଥାନୀୟ ଜରିମୂଳସ୍ଥିତ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ କହି ମା’ ପ୍ରମିଳା ନାଥ ଯାଇଥିଲେ। ସନ୍ଧ୍ୟା ହୋଇଥିଲେ...

ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ନିଆଁ, କାରଣ ଅସ୍ପଷ୍ଟ

କଟକ ଅଫିସ,୨୧ା୯: କଟକ ଜଗତପୁରସ୍ଥିତ ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ଚିଫ୍‌ ଫାୟାର ଅଫିସର ଓ...

ବଡ଼ଭାଇଙ୍କ ଆକ୍ରମଣରେ ସାନଭାଇଙ୍କ ଜୀବନଗଲା

ବାହାନଗା,୨୧ା୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ନୂଆପୁର ଗ୍ରାମର ଏକ ପରିବାରରେ ପାହାଚ ନିର୍ମାଣକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ବଡ଼ଭାଇ ମାରଣାସ୍ତ୍ରରେ ସାନଭାଇଙ୍କୁ ଆକ୍ରମଣ କରିଥିଲେ। ଫଳରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ତେବେ...

ଫାର୍ମାସିଷ୍ଟଙ୍କ ଜୀବନ ନେଲା କରୋନା: ଗାର୍ଡ ଅଫ୍‌ ଅନର ସହ ଶେଷକୃତ୍ୟ ସମ୍ପନ୍ନ

ପୁରୁଷୋତ୍ତମପୁର,୨୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ଗ୍ରାମର ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଓ୍ବାଇ ରାଜକୁମାର (୪୬)। ସେ ଦୀର୍ଘ ୧୩ ବର୍ଷ ହେଲା ମାଲକାନଗିରି ଜିଲା ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା...

ଲକ୍ଷଣ ଥାଇ ସରପଞ୍ଚଙ୍କ ବାପାଙ୍କର ହୋଇପାରିଲାନି କରୋନା ପରୀକ୍ଷା

କୁଜଙ୍ଗ,୨୧ା୯(ଡି.ଏନ୍‌.ଏ.): କରୋନା ଟେଷ୍ଟିଂ ଠିକ୍‌ ଭାବେ ହେଉ ନ ଥିବା ନେଇ ଅଭିଯୋଗ ଆଣିଥିବା ସରପଞ୍ଚଙ୍କ ବାପାଙ୍କୁ ଡାକ୍ତରଖାନା ପକ୍ଷରୁ ଜାଣିଶୁଣି ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି କୁଜଙ୍ଗ ବ୍ଲକ ଅଧୀନ ଗରେଇ ପଞ୍ଚାୟତ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ। ଅଭିଯୋଗ...

କୋଟିଏ ଟଙ୍କାର ରାସ୍ତାରେ ବସୁଛି ହାଟ

ଯାଜପୁର ଅଫିସ/ଯାଜପୁର ରୋଡ୍‌, ୨୧।୯ (ଡି.ଏନ୍‌.ଏ.): କର୍ମବର୍ଦ୍ଧିଷ୍ଣୁ ଯାଜପୁର ସହରର ଟ୍ରାଫିକ ସମ୍ଭାଳିବାକୁ ସହରରେ ନୂତନ ବିକଳ୍ପ ରାସ୍ତା ପ୍ରତି ଧ୍ୟାନ ଦିଆଯାଉନାହିଁ। ଜିଲା ପ୍ରଶାସନ, କଳିଙ୍ଗନଗର ଉନ୍ନୟନ ପରିଷଦ ଓ ଯାଜପୁର ମ୍ୟୁନିସିପାଲିଟିର ଏ ଦିଗରେ ସମନ୍ବିତ ଉଦ୍ୟମ...

ବନ୍ୟା ବିପନ୍ନଙ୍କ ଦୁଃଖ ବଢ଼ାଇଛି ଲଘୁଚାପ ବର୍ଷା

ବରୀ,୨୧ା୯(ଡି.ଏନ୍‌.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାରେ ବରୀ ବ୍ଲକର ବହୁ କଚ୍ଚା ଘର ଭାଙ୍ଗିଯିବା ଫଳରେ ବନ୍ୟା ପ୍ରଭାବିତ ଲୋକମାନେ ବାସହରା ହୋଇ ଉଚ୍ଚ ସ୍ଥାନ ଓ ନଦୀବନ୍ଧ ଉପରେ ଆଶ୍ରୟ ନେଇଥିଲେ। ବନ୍ୟା ଛାଡିବାର ଦୀର୍ଘ ତିନିସପ୍ତାହ ପରେ...

ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ଟଣାଓଟରା

ଜଗତ୍‌ସିଂହପୁର ଅଫିସ୍‌, ୨୧।୯: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷକରି ବିଜେଡି, ଭାଜପା ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ପ୍ରାର୍ଥୀ ଦୌଡ଼ରେ ବହୁ ନୂଆ...

ପ୍ରଯୋଜକ ବୀରକିଶୋର ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୨୧।୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ତଥା ନାଟ୍ୟକାର ବୀରକିଶୋର ମହାପାତ୍ର(୯୨)ଙ୍କର ଶନିବାର ରାତିରେ ମଧୁସୂଦନ ନଗରସ୍ଥ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିିତ ଥିଲେ। ତାଙ୍କ ବିୟୋଗରେ...

କାନାଗାଁରୁ କଟକ ଷ୍ଟୁଡିଓ

କଟକ ଅଫିସ,୨୧।୯: ବଣମଲ୍ଲୀ, ବଣରେ ମଉଳି ଯାଇନି। ଅପହଞ୍ଚ ଦୁର୍ଗମ ପାହାଡ଼ି ଇଲାକାର ପ୍ରତିଭା ମୁଖ୍ୟସ୍ରୋତକୁ ଆସିଛି। ସୁଦୂର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ଚିନ୍ତାଗୁଡ଼ା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ କଟକ ସିଡିଏସ୍ଥିତ...

ବେଡ୍‌ରୁମ୍‌ରେ ପଶି ମାଡ଼ ମାରିଲା ପୋଲିସ

ପୁରୀ ଅଫିସ,୨୧ା୯:ପୁରୀ ପୋଲିସର ଦବଙ୍ଗଗିରିକୁ ନେଇ ଏବେ ସହରରେ ଚର୍ଚ୍ଚା। ଜଣେ ବ୍ୟକ୍ତିଙ୍କୁ ନେବା ପାଇଁ ପୋଲିସ ତାଙ୍କ ଘରକୁ ଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବେଡ୍‌ରୁମ୍‌ରେ ପଶି ତାଙ୍କୁ ମାଡ଼ ମାରିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ପୋଲିସର...

ଏସ୍‌ସିବିରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ବିଳମ୍ବ ହେବ

କଟକ ଅଫିସ,୨୧।୯: ଏସ୍‌ସିବିରେ ପ୍ରସ୍ତାବିତ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ କିଛିଦିନ ବିଳମ୍ବ ଘଟିବ। ଏହା ଆସନ୍ତା ୨୧ ତାରିଖରେ ଲୋକାର୍ପଣ ହେବାର ଥିଲା। କିନ୍ତୁ ୬ଦିନ ପରେ ଏହା ଲୋକାର୍ପଣ ହେବ ବୋଲି ବିଭାଗ ପକ୍ଷରୁ ସୂଚନ ମିିଳିଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri