ଆମ ଜିଲା ଖବର

୧୯ କୋଟି ଖର୍ଚ୍ଚ ହୋଇ ମଧ୍ୟ ଉପଭୋକ୍ତାଙ୍କ କାର୍ଯ୍ୟରେ ଆସୁନି ସବ୍‌ଷ୍ଟେଶନ

ମୁନିଗୁଡ଼ା,୬ା୯(ଡି.ଏନ୍‌.ଏ.): ଉପଭୋକ୍ତାଙ୍କୁ ୨୪ ଘଣ୍ଟା ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଏବେବି ଏହାର ଲାଭ ଭଠାଇ ପାରୁ ନାହାନ୍ତି ଉପଭୋକ୍ତା।ରାୟଗଡ଼ା ଜିଲା ହାଟମୁନିଗୁଡା ଛକଠାରେ ତିଆରି ହୋଇଛି ସବ୍‌ଷ୍ଟେଶନ ହେଲା,...

ରାଜ୍ୟ ବାହାରେ ଥିବା ଲୋକଙ୍କ ନାଁରେ ରିଲିଫ ହଡ଼ପ

ଗୋପ,୬।୯(ଡି.ଏନ୍‌.ଏ.): ଧନୁଆ ନଦୀର ବନ୍ୟାଜଳ ଏବେ ବି କମି ନ ଥିବାବେଳେ ଗୋପ ବ୍ଲକର ଅଞ୍ଚଳର ଅଧିକାଂଶ ବିପନ୍ନ ପାଣିଘେରରେ ରହିଛନ୍ତି। ଅନ୍ୟପଟେ ସେମାନଙ୍କୁ ଏପର୍ଯ୍ୟନ୍ତ ଠିକ୍‌ ଭାବେ ରିଲିଫ ସାମଗ୍ରୀ ମିଳି ନ ଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି।...

ପୁରୀ ଜିଲାରେ ବନ୍ୟା: ୯ ବ୍ଲକର ୧,୩୩,୧୨୧ ଲୋକ ପ୍ରଭାବିତ, କଣାସ ବ୍ଲକରେ ସର୍ବାଧିକ ଘର କ୍ଷତି

ପୁରୀ ଅଫିସ/କଣାସ (ସ୍ବ.ପ୍ର.), ୬।୯: ପୁରୀ ଜିଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଜିଲା ମଧ୍ୟ ଦେଇ ପ୍ରବାହିତ କୁଶଭଦ୍ରା, ଭାର୍ଗବୀ, ରତ୍ନଚିରା, ଲୁଣା, ମକରା, ଧନୁଆ, ରାଜୁଆ ପ୍ରଭୃତି ନଦୀର ଜଳସ୍ତର କମିଛି। ଉପରୋକ୍ତ ନଦୀର ଜଳସ୍ତର ପ୍ରାୟ...

ଓପିଜିସି ପ୍ରକଳ୍ପରେ ଅଘଟଣ: ଗରମ ପାଉଁଶ ପଡ଼ି ୬ ଶ୍ରମିକ ଆହତ

ଲଖନପୁର,୬ା୯: ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ରାତିରେ ଦୁର୍ଘଟଣା ଘଟି ୬ ଠିକାଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଇବ୍‌ଥର୍ମାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକତ୍ସା କରାଯାଇଥିଲା। ଏଥିମଧ୍ୟରୁ ୩...

ଉଇ ମୁହଁରେ ନଥିପତ୍ର

କଟକ ଅଫିସ, ୬।୯: କଟକ ମହାନଗର ନିଗମ (ସିଏମ୍‌ସି)ର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗ ଚୌଧୁରୀ ବଜାରସ୍ଥିତ ବିଜୁ ଭବନରେ କାର୍ଯ୍ୟ କରୁଥିଲା। ସେଠାରେ ନାନା ସମସ୍ୟା ଉପୁଜିବାରୁ ବିକାଶ ଭବନକୁ ସ୍ଥାନାନ୍ତର କରାଗଲା। ତେବେ ଠିକଣା ପରିବର୍ତ୍ତନ ହୋଇଥିଲେ ବି...

ମୃତ୍ୟୁ ହେବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ: ମୃତଦେହକୁ ଛୁଇଁଲେନି ଅଞ୍ଚଳବାସୀ

ଖୁଣ୍ଟୁଣୀ,୬।୯(ଡି.ଏନ.ଏ): ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଜଣେ ୬୫ ବର୍ଷର ପୁରୁଷଙ୍କ ଶନିବାର ମୃତ୍ୟୁ ଘଟିବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବାବେଳେ ମୃତଦେହକୁ ଛୁଇଁ ନ ଥିଲେ। ପ୍ରାୟ ୩ ଘଣ୍ଟା ପରେ...

ଏମ୍‌ପି ଅନୁଭବଙ୍କ ନାଁରେ ସ୍ତ୍ରୀଙ୍କ ନିର୍ଯାତନା ଅଭିଯୋଗ: ୧୫ କୋଟିର କ୍ଷତିପୂରଣ ଦାବି

କଟକ ଅଫିସ,୬।୯: ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଅଭିନେତାରୁ ରାଜନେତା ପାଲଟିଥିବା ଏମ୍‌ପି ଅନୁଭବଙ୍କ ନାଁରେ ଅନେକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।...

ଶିକାରୀଙ୍କ ବିଦ୍ୟୁତ୍‌ ତାରରେ ଲାଗି ୨ ଭାଇ ମୃତ

ହିଞ୍ଜିଳିକାଟୁ,୫ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଭାଇଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ସିଙ୍ଗିପୁର ଗ୍ରାମର ରମେଶ...

ଗଞ୍ଜାମରେ କରୋନା ନେଲାଣି ୨୦୦ ଜୀବନ

ଛତ୍ରପୁର, ୫ା୯(ଡି.ଏନ୍‌.ଏ.)- କରୋନାରେ ଗଞ୍ଜାମ ଜ଼ିଲାର ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଜ଼ିଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଜିଲାରେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଚିନ୍ତା...

ଆନନ୍ଦପୁର ବିଧାୟକଙ୍କୁ କରୋନା

କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁ ତଥା...

କଟକ ସହରରୁ ଆଜି ୧୮୪ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୫।୯-କଟକ ସହରରୁ ଶନିବାର ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୦୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୪୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୫।୯(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୪୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୫୧, ମୟୂରଭଞ୍ଜରୁ ୨୧୩, ଭଦ୍ରକରୁ ୧୬୪, ଢେଙ୍କାନାଳରୁ ୧୬୧, ରାୟଗଡାରୁ ୧୫୪, ଗଞ୍ଜାମରୁ ୧୪୮, ଯାଜପୁରରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri