ଆମ ଜିଲା ଖବର

ଗାଧୋଇବାକୁ ଯାଇ ବ୍ରାହ୍ମଣୀରେ ବୁଡ଼ିଗଲେ ବୃଦ୍ଧ

କଣିହାଁ,୩ା୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ବିକିଶର ଗ୍ରାମରେ ବ୍ରାହ୍ମଣୀରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସେହି ଗ୍ରାମର ନବୀନା ନାଏକ (୭୦)। ନବୀନାଙ୍କ ପୁଅ କିଶୋରୀ ଅଭିଯୋଗ ମୁତାବକ ତାଙ୍କ ବାପା (ବୁଧବାର)...

ଧରାପଡ଼ିଲେ ୧୨ ଜାଲ୍‌ ଶିକ୍ଷକ

କେନ୍ଦୁଝର, ୩ା୯(ସ୍ବ.ପ୍ର.):ବାହାର ରାଜ୍ୟ ବିଶ୍ୱବିଦ୍ୟାଳୟରୁ ଜାଲ୍‌ ବିଏଡ୍‌ ପ୍ରମାଣପତ୍ର ଆଣି କେନ୍ଦୁଝର ଜିଲା ଅନ୍ତର୍ଗତ ୮ ଟି ବ୍ଲକରେ ଶିକ୍ଷକ ଚାକିରି କରୁଥିବା ୧୨ ଚୁକ୍ତିଭିତ୍ତିକ ଶିକ୍ଷକ ଧରାପଡ଼ିଛନ୍ତି। ସେମାନଙ୍କ ବିରୋଧରେ ୭ଦିନ ମଧ୍ୟରେ ଥାନାରେ ଏତଲା ଦେବାକୁ ଜିଲା...

ମହିଳାଙ୍କୁ ଗଛରେ ବାନ୍ଧି ମାଡ଼: ଭିଡିଓ ଭାଇରାଲ ପରେ ପୋଲିସର ତନାଘନା

ଭଦ୍ରକ ଅଫିସ,୩ା୯ :ଭଦ୍ରକ ଟାଉନ ଥାନା ଅଞ୍ଚଳରେ ବକେୟା ଟଙ୍କା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୁଧବାର ମଧ୍ୟାହ୍ନରେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଉକ୍ତ ମହିଳାଙ୍କୁ ଅର୍ଦ୍ଧ...

ସ୍ମାର୍ଟସିଟି ଯୋଜନା ବାଟବଣା

ଭଦ୍ରକ ଅଫିସ, ୩ା୯: ଭଦ୍ରକ ପୌରପାଳିକା ପକ୍ଷରୁ ୧୫ମାସ ପୂର୍ବେ ସହରରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ପରିକଳ୍ପନା କରାଯାଇ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ମାତ୍ର ମହତାବ ଛକରୁ ଘୋଷରା ବଜାର...

୫ ଏକର ପରିମିତ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ କାଟିନେଲେ ମାଫିଆ

ପାଟଣା,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲ ତଣ୍ଡବିଟ ଅଧୀନ ପିଛୁଳା ବେଡ଼ା ଗ୍ରାମ ତଳସାହିଠାରୁ ୨ କିଲୋମିଟର ଦୂରରେ ଥିବା ଜଙ୍ଗଲରେ ୫ ଶହରୁ ଊଦ୍ଧର୍‌ବ ଶାଳ, ଧଳା, ମହୁଲ,କୁସୁମ,ଜାମୁ ଆଦି ମୂଲ୍ୟବାନ ଗଛଗୁଡ଼ିକୁ ଜଙ୍ଗଲ...

ଧସିଲା ଗେଙ୍ଗୁଟି ନଦୀବନ୍ଧ

ଧାମନଗର,୩ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଣ୍ଡାସାହି ନିକଟରେ ଗେଙ୍ଗୁଟି ନଦୀର ବାମପାଶର୍‌ବ ନଦୀ ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବରେ ନଦୀ ଗର୍ଭକୁ ଧସିଯାଇଛି। ସୂଚନାଥାଉକି, ୪ ବର୍ଷ ତଳେ ଉକ୍ତ ସ୍ଥାନରେ ବନ୍ଧ ଭାଙ୍ଗି...

୧୬ ପଞ୍ଚାୟତ ପାଣିଘେରରେ, ରିଲିଫ୍‌ ପାଇଁ ଘୋଷଣା

ଚାନ୍ଦବାଲି,୩ା୯(ଡି.ଏନ୍‌.ଏ.): ଚଳିତ ବନ୍ୟାରେ ପାଣିଘେରରେ ରହିଥିବା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ୧୬ଟି ପଞ୍ଚାୟତ ଓ ଚାନ୍ଦବାଲି ଏନ୍‌ଏସିର ଗୋଟିଏ ଓ୍ବାର୍ଡର ଲୋକଙ୍କ ପାଇଁ ରିଲିଫ୍‌ ଘୋଷଣା ହୋଇଛି। ଜିଲା ପ୍ରଶାସନର ନିର୍ଦ୍ଦେଶରେ ବିଡିଓ ଚାନ୍ଦବାଲି ଏନେଇ ବିଭିନ୍ନ ବିଭାଗ,...

୩୦ଫୁଟ ତଳକୁ ଖସିଲା ତେଲ ଟ୍ୟାଙ୍କର୍‌

ହରଭଙ୍ଗା, ୩।୯(ଡି.ଏନ.ଏ): ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ଆଡେନିଗଡ ନିକଟରେ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କର ରାସ୍ତା ତଳକୁ ଓଲଟି ପଡିଛି। ସୌଭାଗ୍ୟବଶତଃ ଗାଡିରେ ଥିବା ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l...

୮ରୁ ଅନ୍‌ଲାଇନ୍‌ ପଞ୍ଜୀକରଣ

ଅନୁଗୋଳ ଅଫିସ୍‌, ୩।୯: ଅନୁଗୋଳରେ ଭାରତୀୟ ବାୟୁସେନାର ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ରାଜ୍ୟର ୩୦ଟି ଜିଲାରୁ ଆଶାୟୀଙ୍କୁ ନେଇ ଆସନ୍ତା ୨୩ ତାରିଖରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ପୋଲିସ ଟ୍ରେନିଂ କଲେଜ(ପିଟିସି) ପଡିଆରେ ଏହି ରାଲି କରାଯିବ। ଏ...

ଆଦିବାସୀଙ୍କ ଜୀବନରେଖା ‘ଦଣ୍ଡାଧର’

କାମାକ୍ଷାନଗର, (ସୁଧୀର କୁମାର ପରିଡ଼ା) ୩।୯: ବର୍ଷା ହେଲେ ପାହାଡ଼ିଆ ପାଣି ସ୍ରୋତ ଭସାଇ ନେଉଥିଲା ଚାଷ। ବର୍ଷା ନ ହେଲେ ଉଜୁଡ଼ି ଯାଉଥିଲା ଫସଲ। ତଳି ରୋଇବାଠୁ ଫସଲ ଅମଳ ଯାଏ ଲାଗି ରହୁଥିଲା ଚିନ୍ତା। ହାଡ଼ଭଙ୍ଗା ପରିଶ୍ରମ...

ବ୍ଲେଡ୍‌ରେ ବେକ କାଟିଥିଲେ ପ୍ରେମିକ

ମାଧପୁର/ଆଠମଲ୍ଲିକ, ୩ା୯(ଡି.ଏନ.ଏ.) ଅନୁଗୋଳ ଜିଲା କିଆକଟା ଥାନା ଓରଡା କେରାଣ୍ଡି ନାଳ ନିକଟରୁ ଗତ ସୋମବାର ଜଣେ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୋଲିସ କହିବା ସହ...

ମୁଢ଼ିରେ କୀଟନାଶକ ଖାଇ ୪ ଶିଶୁ ଗୁରୁତର

ବାରିପଦା ଅଫିସ,୩ା୯- ମୁଢ଼ିରେ କୀଟନାଶକ ଗୋଳାଇ ଖାଇ ଗୋଟିଏ ପରିବାରର ୪ ଶିଶୁ ଗୁରୁତର ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ବାରିପଦା ସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ପ୍ରତାପପୁର ପଞ୍ଚାୟତ ଅଧୀନ ବରପଡ଼ା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri