ଆମ ଜିଲା ଖବର

ପୁଣି ଧସିଲା ଗେଙ୍ଗୁଟି ନଦୀ ବନ୍ଧ

ଭଦ୍ରକ ଅଫିସ,୧।୯: ପୁଣି ନଦୀ ଗର୍ଭକୁ ଧସିଛି ଦୁର୍ବଳ ବନ୍ଧ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀରେ। ବନ୍ଧ ନଦୀ ଗର୍ଭକୁ ଧସିଯାଇ ମଳିକ ସାହି ନିକଟରେ...

ବ୍ରାଉନସୁଗାର ମାଫିଆଙ୍କ ସହ ପୋଲିସ ଲିଙ୍କ: ପୂର୍ବତନ ଥାନାଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର ଅଫିସ, ୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ବ୍ରାଉନସୁଗର ମାଫିଆଙ୍କ ସହିତ କଥାବାର୍ତ୍ତାକୁ ନେଇ ଏକ ଅଡିଓ ପୂର୍ବରୁ ଭାଇରାଲ ହୋଇଥିଲା। ଏହି ଘଟଣାରେ ଆଇଆଇସି ସାହୁଙ୍କୁ ଡିଜିପି ଅଭୟ ନିଲମ୍ବନ କରିଥିଲେ।...

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ବାରଙ୍ଗ,୧।୯(ଡି.ଏନ୍‌.ଏ.): କରୋନା ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ୫ମାସରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି। ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ନନ୍ଦନକାନନ ଖୋଲିବା ପାଇଁ ଆଲୋଚନା ଆରମ୍ଭ ହୋଇଛି। ନନ୍ଦନକାନନ ପକ୍ଷରୁ ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ନନ୍ଦନକାନନ...

କେନ୍ଦୁଝରରୁ ୧୯ କିଲୋ ହାତୀ ଦାନ୍ତ ଜବତ, ୩ ଗିରଫ

କେନ୍ଦୁଝର ୧ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସୋମବାର ସନ୍ଧ୍ୟାରେ ଚଢ଼ାଉ କରାଯାଇ ହରିଚନ୍ଦନପୁର ଥାନା ଅଞ୍ଚଳରୁ ୩ ହାତୀ ଦାନ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ପ୍ରାୟ ୧୯ କେଜି ଓଜନର...

ବାଲୁବଜାରକୁ ମୂର୍ତ୍ତିପୂଜା ଅନୁମତି

କଟକ ଅଫିସ,୧।୯:  କଟକରେ ଦୁର୍ଗାପୂଜାକୁ ନେଇ ନାନା କଳ୍ପନାଯଳ୍ପନା ଜାରି ରହିଥିବା ବେଳେ ସହରର ସର୍ବପୁରାତନ ବାଲୁ ବଜାର ପୂଜା କମିଟିକୁ ମୂର୍ତ୍ତି ନିର୍ମାଣ ଓ ପୂଜା ପାଇଁ ସୋମବାର ହାଇକୋର୍ଟ ଅନୁମତି ଦେଇଛନ୍ତି। କିନ୍ତୁ ଏହି ପୂଜା ସରକାରୀ...

ମହାବାତ୍ୟାରେ କେନ୍ଦ୍ରାପଡ଼ା ଆସିଥିଲେ ପ୍ରଣବଦା

କେନ୍ଦ୍ରାପଡ଼ା ଅଫିସ, ୧।୯: ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରନତ୍ ପ୍ରଣବ ମୁଖାର୍ଜୀଙ୍କର ସୋମବାର ଦେହାନ୍ତ ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ବହୁ ଲୋକ ଶୋକ ବ୍ୟକ୍ତ କରିଛନ୍ତି। ମହାକାଳପଡ଼ା ରାମନଗର ଗ୍ରାମର ତରୁଣକାନ୍ତି କାଞ୍ଜିଲାଲ କହିଛନ୍ତି, ୧୯୯୯...

ମଉଳୁଛି କୁମ୍ଭକାରଙ୍କ ଆଶା

ବଅଁରପାଳ,୧ା୯(ଡି.ଏନ.ଏ.) – ଖରା ହେଉ କି ବର୍ଷା, ସର୍ବଦା ଚଳଚଞ୍ଚଳ ଥାଏ କୁମ୍ଭାରଶାଳ। ବର୍ଷକ ବାର ମାସ ମାଟି ସାମଗ୍ରୀ ବିକି ଭଲ ଆୟ କରନ୍ତି କୁମ୍ଭକାରମାନେ। ବିଶେଷକରି ଭାଦ୍ରବ ମାସରୁ ଆରମ୍ଭ ହେଉଥିବା ପୂଜା ଋତୁରେ ବିଭିନ୍ନ ଦେବଦେବୀଙ୍କ...

ଆଶାକର୍ମୀଙ୍କ ବେଆଇନ ନିଯୁକ୍ତିକୁ ନେଇ ଦାବିପତ୍ର

ମୁରିବାହାଲ, ୧ା୯(ଡି.ଏନ୍‌.ଏ.) ବଲାଙ୍ଗୀର ଜିଲା ଜିଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ଶାଖା ଓ ଯୁବ କନ୍ଧ ସମାଜ ପକ୍ଷରୁ ବେଆଇନ ଆଶାକର୍ମୀ ନିଯୁକ୍ତି ପ୍ରସଙ୍ଗରେ ସୋମବାର ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି। ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର...

କରୋନା ଭୟରେ ପରିବାର ଲୋକ ନେଲେନି ମୃତଦେହ: ସାମାଜିକ କର୍ମୀ କଲେ ସତ୍କାର

ବୌଦ୍ଧ, ୩୧ା୮(ସ୍ବ.ପ୍ର.)-କରୋନା ଭୟରେ ପରିବାର ଲୋକେ ଜଣେ ଯୁବକଙ୍କ ମୃତଦେହ ନେବାକୁ ମନା କରିଦେଲେ ା ଶେଷରେ ପ୍ରଶାସନ ପକ୍ଷରୁ ସାମାଜିକ କର୍ମୀଙ୍କ ସହାୟତାରେ ତାଙ୍କର ଶବ ସତ୍କାର କରାଗଲା ା ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ସହରର...

କଟକରୁ ଆଜି ୧୪୭ ଆକ୍ରାନ୍ତ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୫୭

କଟକ ଅଫିସ,୩୧।୮-କଟକ ସହରରୁ ସୋମବାର ଆଉ ୧୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୭ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୯୦ ଜଣ ଚିହ୍ନଟ ହୋଇଥିବାବେଳେ ୫୭ ଲୋକାଲ କେସ। ରାଣୀହାଟରୁ ୭, ବାମ୍ଫିସାହିରୁ ୬, ମଙ୍ଗଳବାଗରୁ ୪, ସିଡିଏ ସେକ୍ଟର-୭ରୁ...

ମାଓବାଦୀଙ୍କ ବର୍ବର କାଣ୍ଡ: ଘରୁ ଛୁଟି କାଟି ଫେରୁଥିବା ଏଏସ୍‌ଆଇଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି,୩୧।୮(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀ ପୋଲିସ ଏଏସ୍‌ଆଇ ନଗେୟା କର୍ସାଙ୍କୁ ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ରବିବାର ଏଏସ୍‌ଆଇଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ। ତେବେ ସେ ଘରୁ ଛୁଟି...

କୂଅରୁ ମା’, ପୁଅଙ୍କୁ ଉଦ୍ଧାର: ଅଗ୍ନିଶମ ବାହିନୀଙ୍କୁ ପ୍ରଶଂସା କଲେ ଡିଜି

ଛତ୍ରପୁର,୩୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ଅଧୀନ କୁମାରବେଗପଲ୍ଲୀ ଗ୍ରାମରେ ରବିବାର ଏକ ଖୋଲା କୂଅ ଭିତରେ ପଡ଼ିଯାଇଥିବା ବୃଦ୍ଧା ମା’ଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ। ପରେ ଖବରପାଇ ଛତ୍ରପୁର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri