ଆମ ଜିଲା ଖବର

ବିପଦ ସଙ୍କେତ ଉପରେ ୫ ସ୍ଥାନ

ଜଗତ୍‌ସିଂହପୁର ଅଫିସ,୩୧।୮: ଜଗତ୍‌ସିଂହପୁର ଜିଲାର ମହାନଦୀ, ଦେବୀ, ପାଇକା, ବିଲୁଆଖାଇ ନଦୀର ଜଳପତ୍ତନ ବୃଦ୍ଧି ପାଇଥିଲେ ସୁଦ୍ଧା କୌଣସି ସ୍ଥାନରେ ଘାଇ ସୃଷ୍ଟି ହୋଇନାହିଁ। ଯେଉଁ କାରଣରୁ ସେଭଳି ବିପଦ ନ ଥିବା କୁହାଯାଇଛି। କିନ୍ତୁ ବନ୍ୟା ଯୋଗୁ ଜିଲାର...

ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ

ଭଦ୍ରକ ଅଫିସ,୩୧।୮: ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି। ତେବେ ଯେଉଁ ବନ୍ୟା ହୋଇଯାଇଛି, ଏଥିରେ ଜିଲାର ୭ଟି ବ୍ଳକ ଓ ୪ଟି ପୌରପାଳିକାର...

ପାଣିଘେରରେ ୩୦ ଗ୍ରାମବାସୀ

ନିମାପଡ଼ା,୩୧ା୮(ଡି.ଏନ୍‌.ଏ.): ଧନୁଆଁ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ନିମାପଡ଼ା ବ୍ଲକର ଧନୁଆଁ, ରେଞ୍ଚ, ଶଗଡ଼ା, ବଡ଼ମାଛପୁର, ଅଲଣ୍ଡା, ଶାଇଁସଶାସନ ପଞ୍ଚାୟତର ୩୦ଗ୍ରାମ ପାଣିଘେରରେ ରହିଛି। ଦେଖେତା, ବଉଳପଦା, ଭୁଆଁ, ଶୁନୁଗୋରଡି, ବରିହାପଡ଼ା, ରଡବଜାର, ଖଜାପୁରୁ, ଆଙ୍କୁଶୁପୁର, କେରେଣ୍ଡିଆବିନ୍ଧା, ଚିଙ୍ଗୁଡ଼ିଆକଣ୍ଟା,...

ବିଚ୍ଛିନ୍ନ ହେଲା ଜଟଣୀ-ପୁରୀ ରାସ୍ତା

ଖୋର୍ଦ୍ଧା ଅଫିସ/ ଜଟଣୀ(ଡି.ଏନ.ଏ)୩୧ା୮: ମହାନଦୀ ବନ୍ୟାଜଳ ଦୟା ନଦୀରେ ପ୍ରବେଶ କରିବା ପରେ ସ୍ଥିତି ସଙ୍ଗିନ ହୋଇଛି। ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକର ରାଜୁଆ ଓ ଦୟା ନଦୀକୁ ସଂଯୋଗ କରୁଥିବା ତିରୁମଲ ରାସ୍ତାରେ ମାଟିବନ୍ଧ ଭାଙ୍ଗି ଶହେ ଫୁଟର...

କଟକ: ୬୯ ଗାଁକୁ ପଶିଛି ବନ୍ୟାଜଳ

କଟକ ଅଫିସ୍‌,୩୧।୮: ମହାନଦୀରେ ବନ୍ୟାଜଳ ପ୍ରବେଶ କରିବା ପରେ କଟକ ଜିଲାର ୮ଟି ବ୍ଲକର ୩୯ଟି ପଞ୍ଚାୟତ ଓ ୬୯ଟି ଗ୍ରାମରେ ପାଣି ମାଡ଼ି ଯାଇଛି। ସେହିପରି କଟକ ମହାନଗର ନିଗମ (ସିଏମ୍‌ସି)ର ୨ଟି ୱାର୍ଡରେ ବନ୍ୟାଜଳ ପଶିଛି। ସମଗ୍ର...

କମୁଛି ବନ୍ୟାଜଳ, ବଢୁଛି ଦୁର୍ଦ୍ଦଶା

ଚଣ୍ଡିଖୋଲ, ୩୧।୮ (ଡି.ଏନ୍‌.ଏ.): ବିରୂପା, କେଲୁଅ ଓ ଗେଙ୍ଗୁଟି ନଦୀରେ ବନ୍ୟା ଯୋଗୁ ବଡ଼ଚଣା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ରବିବାରଠାରୁ ବନ୍ୟାପାଣି ଛାଡ଼ୁଥିବା ଦେଖାଯାଇଛି। ମାତ୍ର...

ଉବୁଟୁବୁ କଣାସ, ବେଘର ଲୋକେ

ପୁରୀ ଅଫିସ/କଣାସ (ସ୍ବ.ପ୍ର.),୩୧ା୮: ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ପୁରୀ ଜିଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜିଲା ମଧ୍ୟଦେଇ ଯାଇଥିବା ଦୟା, ଭାର୍ଗବୀ, ରତ୍ନଚିରା, ଲୁଣା, ମକରା, ଧନୁଆ, ରାଜୁଆ ପ୍ରଭୃତି ନଦୀ ଏବେ ଉଛୁଳୁଛି।...

ନୟାଗଡ଼ରେ ୭୧ ଗାଁ  ଜଳବନ୍ଦୀ

ନୟାଗଡ ଅଫିସ/ଗଣିଆ/ଭାପୁର,୩୧। ୮(ଡି.ଏନ.ଏ.): ପ୍ରଳୟଙ୍କରୀ ବନ୍ୟା ଯୋଗୁ ନୟାଗଡ଼ ଜିଲାର ୭୧ଟି ଗ୍ରାମ ଜଳବନ୍ଦୀରେ ରହିଛି। ଏଥିରେ ଗଣିଆ ବ୍ଲକର ୬୮ ଓ ଭାପୁର ବ୍ଲକ ଫତେଗଡ ପଞ୍ଚାୟତର ୩ ଗାଁ  ରହିଛି। ଫଳରେ ଏସବୁ ପଞ୍ଚାୟତରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ...

ବନ୍ୟା ଭସାଇନେଲା ଯାଆଁଳ

ଢେଙ୍କାନାଳ ଅଫିସ, ୩୧।୮: ଢେଙ୍କାନାଳ ଜିଲା ଗଁଦିଆ ଅଞ୍ଚଳର ମତ୍ସ୍ୟଚାଷୀଙ୍କୁ ଦୁଃଖ ଦେଇଛି ବ୍ରାହ୍ମଣୀ ବନ୍ୟା। ବଢ଼ିପାଣିରେ ଯାଆଁଳ ଭାସିଯାଇଛନ୍ତି। ସୀମିତ ସମ୍ବଳରେ ମାଛଚାଷ କରି ଦୁଇ ପଇସା ରୋଜଗାର ଆଶାରେ ଥିବା ଚାଷୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ବ୍ଲକ...

ଅଭିବୃଦ୍ଧିରେ ସହାୟକ ହେବ ଆବର୍ଜନା

ଅନୁଗୋଳ ଅଫିସ, ୩୧ା୮: କରୋନା କଟକଣା ମଧ୍ୟରେ ସୋମବାର ସ୍ବାୟତ୍ତ ଶାସନ ଦିବସ ପାଳିବ ଅନୁଗୋଳ ପୌରପାଳିକା। ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଇଛି। ନିରାଡମ୍ବର ଭାବେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରେ ଚଳିତବର୍ଷ ପୌରପାଳିକାର ୩ଟି ମାଇକ୍ରୋ କମ୍ପୋଷ୍ଟିଂ...

୩ ଶହ ହେକ୍ଟର ଜମିର ଧାନ ଫସଲ ନଷ୍ଟ

ବିନିକା, ୩୧ା୮(ଡି.ଏନ୍‌.ଏ.) ଜୀରାନଦୀରେ ବନ୍ୟା ଆସି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡିର ସାରଙ୍ଗପାଲି ଓ ହୁତୁମା ଗ୍ରାମରେ ବ୍ୟାପକ କ୍ଷତି କରିଛି। ଉଭୟ ଗ୍ରାମରେ ପ୍ରାୟ ୩ ଶହ ହେକ୍ଟର ଜମିର ଧାନ ଫସଲ ପାଣିରେ ବୁଡି ନଷ୍ଟ...

ଶ୍ରୀମନ୍ଦିରରେ ମାରା ହେଲା ଭୋଗ

ପୁରୀ ଅଫିସ, ୩୧।୮: ଦୀର୍ଘଦିନ ପରେ ଶ୍ରୀମନ୍ଦିରରେ ଭୋଗ ମାରା ହୋଇଛି। ଜଣେ ସେବାୟତଙ୍କ ପାଇଁ ଶନିବାର ରାତିରେ ପ୍ରାୟ ୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଥିଲା। ଫଳରେ ଠାକୁରଙ୍କ ରାତ୍ରପହୁଡ଼ ହୋଇପାରି ନ ଥିଲା। ସେହିପରି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri